Satakadi Hota: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ସାତକଡ଼ି ହୋତାଙ୍କ ଶେଷକୃତ୍ୟ
Advertisement
Article Detail0/zeeodisha/odisha2106071

Satakadi Hota: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ସାତକଡ଼ି ହୋତାଙ୍କ ଶେଷକୃତ୍ୟ

Satakadi Hota: ଆଉ ନାହାନ୍ତି ବିଶିଶ୍ଟ ସାହିତ୍ୟିକ, ପ୍ରଶାସକ ତଥା ରେଳବାଇର ପୂର୍ବତନ ମହାପ୍ରବନ୍ଧକ ସାତକଡ଼ି ହୋତା । ରବିବାର ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ଘରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ୯୫ ବର୍ଷ ବୟସ ହୋଇଥିଲା ।

ସୌଜନ୍ୟ-ସୋସିଆଲ ମିଡିଆ

ଦୁଇ ଦିନ ତଳେ ସାତକଡ଼ିଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ରବିବାର ଦିନ ସକାଳେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଧ୍ଯାହ୍ନ ୧୨ଟାରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ପାର୍ଥିବ ଶରୀରକୁ ଷ୍ଟେସନ ଛକରେ ଥିବା ତାଙ୍କ ବାସଭବନକୁ ଅଣାଯାଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ସ୍ବର୍ଗତ ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବା ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

୧୯୨୯ ମସିହାରେ ମୟୂରଭଞ୍ଜ ଜିଲ୍ଲା ଜଗନ୍ନାଥଖୁଣ୍ଟାରେ ତାଙ୍କର ଜନ୍ମ । ଶତାଧିକ ପୁସ୍ତକର ରଚୟିତା ସାତକଡ଼ି ବ୍ୟାକୁଳ ହୃଦୟ, ସ୍ବପ୍ନ ଶିଉଳି, ଏତେ ସ୍ବପ୍ନ ଏତେ ଆଲୋକ, ଅନେକ ଦିଗନ୍ତର ପରି ବହୁ ପୁସ୍ତକ ରଚନା କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ବି ସେ ନିଜ ଛାପ ଛାଡିଯାଇଛନ୍ତି। ଦୈନିକ ଖବର କାଗଜ ସମୟର ସେ ସମ୍ପାଦକ ଥିଲେ। ୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନ ଜନକ ଶାରଳା ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ଓ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ ଭଳି ଅନେକ ସମ୍ମାନ ସେ ପାଇଥିଲେ।

ଏହା ବି ପଢନ୍ତୁ- LaccMI Bus: ଆଜିଠୁ ଏହି ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'