Road Accident: ଟ୍ରକ ପଛରେ ପିଟି ହେଲା ଓମଫେଡ ଭ୍ୟାନ୍, ଘଟଣାସ୍ଥଳରେ...
Advertisement
Article Detail0/zeeodisha/odisha2620123

Road Accident: ଟ୍ରକ ପଛରେ ପିଟି ହେଲା ଓମଫେଡ ଭ୍ୟାନ୍, ଘଟଣାସ୍ଥଳରେ...

Road Accident: ଅଶୁଭ ମଙ୍ଗଳବାର । କେହି କିଛି ଭାବିବ ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି।  ଘନ କୁହୁଡି଼ ସାଜିଲା କାଳ। ଟ୍ରକ୍ ପଛରେ ପିଟି ହେଲା ଓମଫେଡ୍ ଭ୍ୟାନ୍। ଏହି ଭୟଙ୍କର ଦୁର୍ଘଟଣାରେ  ୨ ଜଣ ଆହତ ହୋଇଛନ୍ତି। 

Road Accident: ଟ୍ରକ ପଛରେ ପିଟି ହେଲା ଓମଫେଡ ଭ୍ୟାନ୍, ଘଟଣାସ୍ଥଳରେ...

Road Accident: ଅଶୁଭ ମଙ୍ଗଳବାର । କେହି କିଛି ଭାବିବ ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି।  ଘନ କୁହୁଡି଼ ସାଜିଲା କାଳ। ଟ୍ରକ୍ ପଛରେ ପିଟି ହେଲା ଓମଫେଡ୍ ଭ୍ୟାନ୍। ଏହି ଭୟଙ୍କର ଦୁର୍ଘଟଣାରେ  ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ  କଟକ ବଡ଼ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। କଟକ ତେଲେଙ୍ଗା ପେଣ୍ଠ ନିକଟ ଜାତୀୟ ରାଜପଥ ୧୬ ରେ ଘଟିଛି ଏହି ଛାତିଥରା ଦୁର୍ଘଟଣା।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍। 

ALSO READ: Pm Modi: ମୋଦିଙ୍କ ସୁରକ୍ଷା ପାଇଁ ବଦଳିଲା ଟ୍ରାଫିକ୍ ରୁଲ୍, ଜନସାଧାରଣଙ୍କ ପାଇଁ ଏୟାର ପୋର୍ଟ-ଜୟଦେବ ବିହାର ସହ ଏହିସବୁ ରାସ୍ତା ବନ୍ଦ

ALSO READ: Dwadash Yog 2025: ଫେବୃଆରୀରେ ଶନି-ବୁଧଙ୍କ ଦ୍ବାଦଶ ଯୋଗ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମାଲାମାଲ୍ ବ୍ୟବସାୟୀ!

ସୂଚନା ଅନୁସାରେ, ଏକ ଓମଫେଡ୍ ଭ୍ୟାନ୍-ଟି ବାରଙ୍ଗ ନରାଜରୁ ଖିର ନେଇ ନଖରା ଅଭିମୁଖେ ଯାତ୍ରା କରୁଥିଲା। ହେଲେ କୌଣସି କାରଣ ବସତଃ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଓମଫେଡ୍ ଗାଡିର ହେଲ୍-ଫର ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ କଲ୍ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଗାଡ଼ିର ସମ୍ମୁଖ ଭାଗ କାଟି ଚାଳକ ଓ ହେଲପରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି। ଗୁରୁତର ଥିବା ହେଲପରଙ୍କ ନାମ ରାକେଶ ବିଶ୍ୱାଳ । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍।