Vande Bharat Express: ସରିବ ଅପେକ୍ଷା, ଏହି ଦିନ ପୁରୀ-ରାଉରକେଲା ମଧ୍ଯରେ ଗଡ଼ିବ ବନ୍ଦେ ଭାରତ
Advertisement
Article Detail0/zeeodisha/odisha1880960

Vande Bharat Express: ସରିବ ଅପେକ୍ଷା, ଏହି ଦିନ ପୁରୀ-ରାଉରକେଲା ମଧ୍ଯରେ ଗଡ଼ିବ ବନ୍ଦେ ଭାରତ

Vande Bharat: ଏନେଇ ବୁଧବାର ଦିନ ପୁରୀ- ରାଉରକେଲା ମଧ୍ଯରେ ଟ୍ରାଏଲ ରନ୍ ହୋଇଥିଲା । ଏହି ହାଇସ୍ପିଡ଼ ଟ୍ରେନ୍ ରେ ୮ଟି କୋଚ ରହିଛି । ଏହି ଟ୍ରେନ୍ ଟି ପୁରୀ ଷ୍ଟେସନରୁ ବାହାରି ଖୋର୍ଦ୍ଧା ରୋଡ଼, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଅର୍ଥାତ୍ ୧୦ଟି ଷ୍ଟେସନରେ ରହଣି କରିବ। 

ସୌ(ସୋସିଆଲ ମିଡିଆ)

Vande Bharat Express: ଖୁବଶୀଘ୍ର ଓଡି଼ଶା ମାଟିରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ (Second Vande Bharat Express in odisha)। ଏନେଇ ବୁଧବାର ଦିନ ପୁରୀ- ରାଉରକେଲା ମଧ୍ଯରେ ଟ୍ରାଏଲ ରନ୍ ହୋଇଥିଲା । ସୂଚନା ଥାଉ କି,  ଆସନ୍ତା ୨୪ ତାରିଖରେ ରାଜ୍ୟରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ରାଉଲକେଲା ମଧ୍ୟରେ ଚାଲିବ ଏହି ଏହି ହାଇସ୍ପିଡ଼ ଟ୍ରେନ୍ । ଏହା ସକାଳ ୫ଟାରୁ ପୁରୀ ଷ୍ଟେସନ ଛାଡ଼ିବାକୁ ଥିବାବେଳେ ଅପରାହ୍ନ ୧୨ଟା ୪୫ ମିନିଟ୍ ରେ ରାଉରକେଲା ଷ୍ଟେସନରେ ପହଁଞ୍ଚିବ । ସେହିପରି ରାଉରକେଲାରୁ (Rourkela Station) ଅପରାହ୍ନ ୨ଟା ୧୦ ମିନିଟରେ ବାହାରି ରାତି ୯ଟା ୪୦ ମିନିଟ୍ ରେ ପୁରୀ ଷ୍ଟେସନରେ ପହଁଞ୍ଚିବ । ଏହି ହାଇସ୍ପିଡ଼ ଟ୍ରେନ୍ ରେ ୮ଟି କୋଚ ରହିଛି । ଏହି ଟ୍ରେନ୍ ଟି ପୁରୀ ଷ୍ଟେସନରୁ ବାହାରି ଖୋର୍ଦ୍ଧା ରୋଡ଼, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଅର୍ଥାତ୍ ୧୦ଟି ଷ୍ଟେସନରେ ରହଣି କରିବ। ତେବେ ବୁଧବାର ଦିନ ଏନେଇ ପୁରୀ- ରାଉରକେଲା ମଧ୍ଯରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ (Puri Rourkela trail Run) ହୋଇଥିଲା ।

Also Read-Weather Update: ସକ୍ରିୟ ଲଘୁଚାପ ପ୍ରଭାବର ସାରା ରାଜ୍ୟରେ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ପ୍ରକାଶ ଥାଉ କି, ଗତ ୧୨ ତାରିଖ ଦିନ ପୁରୀରୁ- ତାଳଚେର ମଧ୍ଯରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ (Talcher puri trail run) ହୋଇଥିଲା । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରି ଦିନ ୧୨ଟା ୪୫ ମିନିଟ୍ ରେ ତାଳଚେର ରୋଡ଼ରେ ପହଞ୍ଚିଥିଲା ଏହି ଟ୍ରେନ୍ । ପୁର୍ନବାର ଏହା ଅପରାହ୍ନ ୧ଟା ୫ ମିନିଟ୍‌ରେ ତାଳଚେର ଷ୍ଟେସନ (Talcher Station)  ଛାଡି ସଂଧ୍ୟା ୫ଟା ୨୦ ମିନିଟ୍‌ରେ ପୁରୀରେ ପହଞ୍ଚିଥିଲା । ଏହି ସମୟରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଅଟକିଥିଲା ଟ୍ରେନ୍। ସେହିପରି ଚଳିତ ବର୍ଷ ମେ ୧୮ ତାରିଖରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat )। ଭର୍ଚୁଆଲ ମୋଡ୍‌ରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରେନ୍‌ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା।