PM Vishwakarma Yojana: ଯୋଜନା ବିଷୟରେ କହିବା ସହିତ ହାତ ତିଆରି ସାମଗ୍ରୀ କିଣିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Advertisement
Article Detail0/zeeodisha/odisha1874971

PM Vishwakarma Yojana: ଯୋଜନା ବିଷୟରେ କହିବା ସହିତ ହାତ ତିଆରି ସାମଗ୍ରୀ କିଣିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

PM Vishwakarma Yojana: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏବଂ ଏହାର ଉପକାରିତା ବିଷୟରେ କହିଥିଲେ।

PM Vishwakarma Yojana: ଯୋଜନା ବିଷୟରେ କହିବା ସହିତ ହାତ ତିଆରି ସାମଗ୍ରୀ କିଣିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

PM Vishwakarma Yojana: ଭୁବନେଶ୍ୱର; କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (railway minister ashwini vaishnaw) ଆଜି ଭୁବନେଶ୍ୱରର କପିଳାପ୍ରସାଦରେ ମୂର୍ତ୍ତୀ ଗଢୁଥିବା କାରିଗରମାନଙ୍କୁ ଭେଟି ସେମାନଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ରେଳ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏବଂ ଏହାର ଉପକାରିତା ବିଷୟରେ କହିଥିଲେ। ମନ୍ତ୍ରୀ କହିଥିଲେ ଯେ, କାରିଗର ଏବଂ କୁଶଳୀ ଶ୍ରମିକମାନଙ୍କୁ ବିଶ୍ୱକର୍ମା ସମ୍ପ୍ରଦାୟର ଆର୍ଥିକ ସହାୟତା ଯୋଗାଇବା ପାଇଁ ଏକ କେନ୍ଦ୍ର ସରକାରୀ ଯୋଜନା (Government scheme) ।

ଏହି ଯୋଜନା ଅଧୀନରେ, ବ୍ୟକ୍ତିମାନେ ନିଜର ବ୍ୟବସାୟ ଆରମ୍ଭ କିମ୍ବା ବିସ୍ତାର କରିବାକୁ ସ୍ୱଳ୍ପ ସୁଧ ହାରରେ ଋଣ (Loans at low interest rates) ପାଇପାରିବେ । ଏହି ସ୍କିମରେ କାରିଗରମାନଙ୍କ ଦ୍ୱାରା ତିଆରି ହେଉଥିବା ଉତ୍ପାଦ ଗୁଡିକର ମାର୍କେଟିଂ, ପ୍ରୋତ୍ସାହନ ପାଇଁ ଦକ୍ଷତା ବିକାଶ ତାଲିମ ଏବଂ ସହାୟତା ପ୍ରଦାନ କରିଥାଏ । ବିଶ୍ୱକର୍ମା ଯୋଜନାର ଲକ୍ଷ୍ୟ ହେଉଛି କାରିଗରମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ ସେମାନଙ୍କର ପାରମ୍ପାରିକ କାରିଗରୀକୁ ପ୍ରୋତ୍ସାହିତ କରିବା । ଏଥି ସହିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାରିଗରଙ୍କ ଠାରୁ କିଛି ହାତ ତିଆରି ମାଟି ସାମଗ୍ରୀ କିଣିଥିଲେ । ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ କାରିଗରଙ୍କୁ ଟଙ୍କା ଦେଇଥିଲେ ।

Also Read- Elon Musk: ଡେଟ୍ ନକରି ନିଜ ସ୍ପର୍ମ ଦେଇଥିଲେ ଏଲନ ମସ୍କ, ଜାଣନ୍ତୁ କିଏ ସେହି ମହିଳା

Also Read- Share Market: ଭାଗ୍ୟ ବଦଳାଇଦେଲା ସେୟାର ମାର୍କେଟ, ମହିଳା ପାଇଲେ ୧୩୯୦ କୋଟି