Puri Jagannath Temple: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଏହି ସମୟରୁ ସାଧାରଣ ଦର୍ଶନ ବନ୍ଦ
Advertisement
Article Detail0/zeeodisha/odisha1816552

Puri Jagannath Temple: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଏହି ସମୟରୁ ସାଧାରଣ ଦର୍ଶନ ବନ୍ଦ

Puri Jagannath Temple:  ଶ୍ରୀମନ୍ଦିର ପରିଚାଳନା କମିଟି ଓ ଦତ୍ତ ମହାପାତ୍ର ନିଯୋଗଙ୍କ ମଧ୍ୟରେ ବିବାଦର ଅନ୍ତ ଘଟିବା ପରେ ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ଲାଗି ନୀତି କରିବା ନେଇ ନିଷ୍ପତ୍ତି ହୋଇଥିଲା । ଦ୍ବିତୀୟ ଭୋଗ ମଣ୍ତପରେ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ତେବେ ପ୍ରାୟ ଦୀର୍ଘ ଦେଢ ମାସ ପରେ କାଳିଆଠାକୁରଙ୍କ ବନକଲାଗି ହେବାକୁ ଯାଉଛି । 

ସୌ(ସୋସିଆଲ ମିଡିଆ)

Puri Jagannath Temple: ବହୁ ବାଦ ବିବାଦ ପରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି (Banaka lagi ritual) । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଦତ୍ତ ମହାପାତ୍ର ନିଯୋଗଙ୍କ ମଧ୍ୟରେ ବିବାଦର ଅନ୍ତ ଘଟିବା ପରେ ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ଲାଗି ନୀତି (Banaka lagi ritual) କରିବା ନେଇ ନିଷ୍ପତ୍ତି ହୋଇଥିଲା । ଦ୍ବିତୀୟ ଭୋଗ ମଣ୍ତପରେ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ତେବେ ପ୍ରାୟ ଦୀର୍ଘ ଦେଢ ମାସ ପରେ କାଳିଆଠାକୁରଙ୍କ ବନକଲାଗି ହେବାକୁ ଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ସେବକଙ୍କୁ (Dutta Mohapatra Nijog) ଅବଗତ କରାଯାଇଛି । ଏଥିଲାଗି ସଂଧ୍ଯା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ରାତି ୧୧ଟା ପରେ ଦର୍ଶନ ସ୍ବାଭାବିକ ହେବ ।

ସୂଚନା ଥାଉ କି, ଶେଷ ଥର ହେରାପଞ୍ଚମୀ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ହୋଇଥିଲା । ଏହାପରେ ମାସାଧିକ କାଳ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଖରା ହୋଇପାରିନାହିଁ । ଦୀର୍ଘ ଦିନ ଧରି ଦତ୍ତ ମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ଯରେ ବନକଲାଗି ଲାଗିକୁ ନେଇ ବିବାଦ ମୁଣ୍ତ ଟେକିଥିଲା । ଶ୍ରୀମନ୍ଦିର ପ୍ରଶାସନ (Srimandir Temple Administration) ବୁଧବାର ବନକଲାଗି କରିବା ପାଇଁ କହୁଥିବା ବେଳେ ଦତ୍ତ ମହାପାତ୍ର ନିଯୋଗ ଗୁରୁବାର ବନକଲାଗି କରିବାରୁ ଜିଦ୍ ଧରିଥିଲା । ଫଳରେ ନୀଳାଦ୍ରି ବିଜେକୁ (Niladri bije) ୧ ମାସରୁ ଅଧିକ ସମୟ ବିତିଥିଲେ ମଧ୍ଯ ବିଶ୍ବ ନିୟନ୍ତାଙ୍କ ବନକଲାଗି ନୀତି ହୋଇପାରିନଥିଲା । ପରିଚାଳନା କମିଟି (Sri Mandir Management Committee Meeting) ନିଷ୍ପତ୍ତିକ୍ରମେ ଆଜି ବନକଲାଗି ହେବାକୁ ଯାଉଛି। ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ପ୍ରାୟ ସନ୍ଧ୍ୟା ୬ଟାରୁ ଦତ୍ତ ମହାପାତ୍ର ସେବକ ପ୍ରବେଶ କରିବା ସହ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନକଲାଗି ସାମଗ୍ରୀ ଦତ୍ତ ମହାପାତ୍ର ସେବକଙ୍କୁ ଯୋଗାଇ ଦିଆଯାଇଛି ।

Also Read-Puri News: ଜଗା ପ୍ରେମରେ କିର୍ଗିଜସ୍ତାନ ଯୁବକ, ଭିସା ନଥିବାରୁ ବୃନ୍ଦାବନରୁ ଚାଲିଚାଲି ଆସିଲେ ଶ୍ରୀକ୍ଷେତ୍ର

ପ୍ରକାଶ ଥାଉ କି, ମହାପ୍ରଭୁ ମାନବଦେହୀ ଅଟନ୍ତି । ଭକ୍ତଟିଏ ଯେଭଳି କ୍ଷୌରକର୍ମ କରି ମୁଖ ସଜ୍ଜା କରେ, ସେଭଳି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ବା ବନକଲାଗି କରାଯାଇଥାଏ। ସ୍ବତ୍ବଲିପି ଅନୁଯାୟୀ, କାହିଁ କେଉଁ କାଳରୁ ଏହି ବନକଲାଗି ନୀତି ହୋଇଆସୁଛି। ପ୍ରତିବର୍ଷ ମହାପ୍ରଭୁ ରଥଯାତ୍ରାରୁ ଫେରିବା ପରେ ନୀଳାଦ୍ରି ବିଜେର ୭ରୁ ୮  ଦିନ ଭିତରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି।

Also Read- Odisha Train Tragedy: ବାହାନଗା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କୁ ୮ ଲକ୍ଷ ଟଙ୍କା ପ୍ରଦାନ କଲେ ଆମେରିକାର ତନିସ୍କା ଧରିୱାଲ

Also Read- Horoscope Today Aug 9 2023: ସମସ୍ୟାରେ ପଡ଼ିପାରନ୍ତି ଏହି ୩ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ