Puri Jagannath Temple: ଚନ୍ଦନଲାଗି ପୂର୍ବରୁ ଭିତର କାଠ ଦର୍ଶନ ବନ୍ଦକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ
Advertisement
Article Detail0/zeeodisha/odisha1821014

Puri Jagannath Temple: ଚନ୍ଦନଲାଗି ପୂର୍ବରୁ ଭିତର କାଠ ଦର୍ଶନ ବନ୍ଦକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ

Puri Jagannath Temple: କୋଭିଡ଼ ଓ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମାଣ ଆଳରେ ଦୀର୍ଘ ଦେଢବର୍ଷ ହେବ ଭକ୍ତଙ୍କ ପାଇଁ ଚାରିଦ୍ବାର ପ୍ରବେଶ ଉପରେ ମନ୍ଦିର ପ୍ରଶାସନ ରୋକ ଲଗାଇଛି । ବହୁ ବାଦ ବିବାଦ ପରେ ଗତ ଜୁଲାଇ ମାସରେ ଭକ୍ତଙ୍କ ଲାଗି ପଶ୍ଚିମ ଦ୍ବାର ଖୋଲାଯାଇଥିଲା । ତଥାପି ଭକ୍ତଙ୍କୁ ଭିତର କାଠ ଦର୍ଶନରୁ ବଞ୍ଚିତ ରଖାଯାଉଛି । ଏମିତି କି, ଚନ୍ଦନଲାଗି ପୂର୍ବରୁ ଭିତର କାଠ ଦର୍ଶନ ବନ୍ଦ କରି ଦିଆଯାଉଛି ଯାହାକୁ ନେଇ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି । 

ସୌ(ସୋସିଆଲ ମିଡିଆ)

Puri Jagannath Temple: ବହୁ ବାଦ ବିବାଦ ପରେ ଗତ ବୁଧବାର ଦିନ ଶ୍ରୀଜିଉଙ୍କ ବନକଲାଗି (Banaka lagi ritual) ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଦତ୍ତ ମହାପାତ୍ର ନିଯୋଗଙ୍କ ମଧ୍ୟରେ ବିବାଦର ଅନ୍ତ ଘଟିବା ପରେ ଦୀର୍ଘ ୧ ମାସ ପରେ ମହାପ୍ରଭୁଙ୍କ ବନକଲାଗି ଲାଗି ନୀତି (Banaka lagi ritual) କରାଯାଇଥିଲା । ଦ୍ବିତୀୟ ଭୋଗ ମଣ୍ତପରେ ଭୋଗ ଶେଷ ହେବା ପରେ ଏହି ନୀତି ହୋଇଥିଲା । ଏଥିଲାଗି ସଂଧ୍ଯା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା । ରାତି ୧୧ଟା ପରେ ଦର୍ଶନ ସ୍ବାଭାବିକ ହୋଇଥିଲା । ସେପଟେ ଏବେ ବି ଶ୍ରୀମନ୍ଦିର ଚାରିଦ୍ବାର ବନ୍ଦକୁ ନେଇ ବାଦ ବିବାଦ ଲାଗି ରହିଛି ।

ସୂଚନା ଅନୁଯାୟୀ, ମହାମାରୀ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନଥିଲା କି, ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ଲାଗି ହନ୍ତସନ୍ତ ହେବାକୁ ପଡୁନଥିଲା । କୋଭିଡ଼ ପୂର୍ବରୁ ଭକ୍ତ ଚାରିଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ । ହେଲେ କୋଭିଡ଼ ପରେ କେବଳ ସିଂହଦ୍ବାରା ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିଛି । ଫଳରେ ଖରାତରାରେ ଲମ୍ବା ଲାଇନ ଦେଇ ଭକ୍ତ ଜଗା ଦର୍ଶନ କରୁଛନ୍ତି । ତେବେ ଏନେଇ ସମସ୍ୟା ଉପୁଜିବା ପରେ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଫଳରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି ହୋଇଥିଲା ଭକ୍ତଙ୍କ ସ୍ବାର୍ଥ ତଥା ଭକ୍ତି ଭାବକୁ ଅଣଦେଖା କରି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁଭଳି ମନମୁଖୀ ଶାସନ ଚାଲିଛି ଏନେଇ ଅସନ୍ତୋଷ ପ୍ରକାଶ କରି ଖୋଲା ବିରୋଧ ଆରମ୍ଭ କରିଥିଲେ ସେବାୟତ, ଆଇନଜୀବୀ, ନେତା ଓ ବିଭିନ୍ନ ସଂଗଠନ । କୋଭିଡ଼ ଓ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମାଣ ଆଳରେ ଦୀର୍ଘ ଦେଢବର୍ଷ ହେବ ଭକ୍ତଙ୍କ ପାଇଁ ଚାରିଦ୍ବାର ପ୍ରବେଶ ଉପରେ ମନ୍ଦିର ପ୍ରଶାସନ ରୋକ ଲଗାଇଛି । ବହୁ ବାଦ ବିବାଦ ପରେ ଗତ ଜୁଲାଇ ମାସରେ ଭକ୍ତଙ୍କ ଲାଗି ପଶ୍ଚିମ ଦ୍ବାର ଖୋଲାଯାଇଥିଲା । ତଥାପି ଭକ୍ତଙ୍କୁ ଭିତର କାଠ ଦର୍ଶନରୁ ବଞ୍ଚିତ ରଖାଯାଉଛି । ଏମିତି କି, ଚନ୍ଦନଲାଗି ପୂର୍ବରୁ ଭିତର କାଠ ଦର୍ଶନ ବନ୍ଦ କରି ଦିଆଯାଉଛି ଯାହାକୁ ନେଇ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି । ଏହା ହାଇକୋର୍ଟଙ୍କ ଆଦେଶର ଉଲ୍ଲଂଘନ ବୋଲି ଭକ୍ତ ଅଭିଯୋଗ କରିଛନ୍ତି । ପୂର୍ବରୁ ଶ୍ରଦ୍ଧାଳୁମାନେ ରତ୍ନସିଂହାସନକୁ ପ୍ରବେଶ କରିବା ସହ ପରିକ୍ରମା ଓ ମହାପ୍ରଭୁଙ୍କୁ ସ୍ପର୍ଶ କରିପାରୁଥିଲେ । କିନ୍ତୁ ଭିଡ଼ ଆଳ ଦେଖାଇ ଗର୍ଭଗୃହ ଦର୍ଶନକୁ ମଧ୍ଯ ବନ୍ଦ କରିଦିଆଯାଇଛି। ୨୦୧୬ ମସିହାରେ ଜଗମୋହନ ମରାମତି ହେବା ପରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ଆଣିବା ନେଇ ହାଇକୋର୍ଟଙ୍କ ଆଦେଶକ୍ରମେ ଗର୍ଭଗୃହ ଦର୍ଶନକୁ ବନ୍ଦ ରଖାଯାଇଛି । କିନ୍ତୁ ଶ୍ରଦ୍ଧାଳୁ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ଭକ୍ତ ଭିତର କାଠ ନିକଟରୁ ଶ୍ରୀଜିଉଙ୍କ ଦର୍ଶନ କରି ଆସୁଥିଲେ। ବିଶେଷକରି ବଡ଼ସିଂହାର, ଚନ୍ଦନଲାଗି ବେଶ୍‌ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗୁଥିଲା।

Also Read- Budh Vakri 2023: ଏହି ଦିନ ସିଂହ ରାଶିକୁ ଓଲଟା ଚଳନ କରିବେ ବୁଧ, ୩ ରାଶିଙ୍କ ଲାଗି ବଢିବ ଅଡୁଆ!

ବିଳମ୍ବିତ ରାତିରେ ଏହି ନୀତି ସମ୍ପନ୍ନ ହେଉଥିବାରୁ ବାହାର ଭକ୍ତଙ୍କ ଅପେକ୍ଷା ସ୍ଥାନୀୟ ଭକ୍ତ ଏହି ବେଶ ଦର୍ଶନ କରିବା ନେଇ ସୁଯୋଗ ପାଉଥିସେ। ଏବେ କିନ୍ତୁ ଚନ୍ଦନଲାଗି ପୂର୍ବରୁ ଭିତରକାଠ ଦର୍ଶନ ବନ୍ଦ କରି ଦିଆଯାଉଛି। ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ସ୍ପଷ୍ଟ ଦେଖି ପାରୁନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନର ଏହି ମନମୁଖୀ କାର୍ଯ୍ୟକୁ ଭକ୍ତମାନେ ବିରୋଧ କରିଛନ୍ତି।