Trending Photos
child marriage:ଭୁବନେଶ୍ୱର: ଏଣିକି ରାଜ୍ୟର ପଂଚାୟତ ଅଧିକାରୀମାନେ ରାଜ୍ୟରେ ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବେ କାର୍ଯ୍ୟ କରିବେ. ଵାକୟା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି. ପୂର୍ବରୁ ସିଡିପିଓ ମାନେ ଏହି ଦାୟିତ୍ୱ ତୁଲାଉଥିଲେ।
ବାଲ୍ୟବିବାହ ଆଇନ-୨୦୦୬ କୁ କଡାକଡି ଭାବେ ପାଳନ କରିବା ତଥା ରାଜ୍ୟର କାନ୍ୟ ସନ୍ତାନ ମାନଙ୍କ ଅଧିକାରକୁ ସୁରକ୍ଷିତ କରିବ ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି. ଏହି ବ୍ୟବସ୍ଥା ଅନୁସାରେ ସେମାନେ ବାଲ୍ୟ ବିବାହ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସଚେତନତା ସୃଷ୍ଟି କରିପାରିବେ। ପଂଚାୟତ ସତରଟେ ବାଲ୍ୟବିବାହ ନିରୋଧୀ ଅଧିକାରୀ ନିଯୁକ୍ତ ହେବ ଦ୍ୱାରା ଏବେ ରାଜ୍ୟର ଏହି ଅଧିକାରୀଙ୍କ ସଂଖ୍ୟା ୩୦ ବଦଳର ୬୭୯୮ ହେବ।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ପୂର୍ଣକାଳୀନ ଅଧିକାରୀ ନିଯୁକ୍ତି ନେଇ ନିର୍ଦେଶ ରହିଛି। ହେଲେ ସରକାର ଏଯାଏ ଏହା ପ୍ରତି ଧ୍ୟାନ ଦେଇ ନାହାନ୍ତି। ମମତ୍ୱ ଯୋଜନ ରଥ ଅନୁସାରେ ପ୍ରତି ବର୍ଷ ୧୯ ବର୍ଷରୁ କମ ବୟସର ପ୍ରାୟ ୩୪ ହଜାର ମାଙ୍କୁ ଯୋଜନାରୁ ବାହାରେ ରଖାଯାଉଛି। ଏଣୁ ଜଣେ ପୂର୍ଣକାଳୀନ ଅଧିକାରୀଙ୍କ ବିନ ପଂଚାୟତ ସ୍ତରରେ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଏ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ନାହିଁ ବୋଲି ଅଭିଯୋଗ ହୋଇଛି।