Vande Bharat Express: ରାଜ୍ୟର ଏହି ରୁଟରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ
Advertisement
Article Detail0/zeeodisha/odisha1825406

Vande Bharat Express: ରାଜ୍ୟର ଏହି ରୁଟରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

Vande Bharat Express:  ଏଣିକି ରାଜ୍ୟରେ ଗଡ଼ିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ । ଏନେଇ କାମ ଆଗେଇ ଚାଲିଥିବା ବେଳେ ରୁଟ ଚାର୍ଟ ବି ପ୍ରସ୍ତୁତ ହୋଇସାରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ କେବେଠାରୁ ଓ କେଉଁ ସମୟରେ ଟ୍ରେନ୍ ଗଡ଼ିବ ସେ ନେଇ ଘୋଷଣା କରାଯାଇନାହିଁ ।

ସୌ(ସୋସିଆଲ ମିଡିଆ)

Vande Bharat Express: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଏଣିକି ରାଜ୍ୟରେ ଗଡ଼ିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ । ସୋମବାର ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ (Railway Minister Ashwini Vaishnaw) ରାଉରକେଲା- ଭୁବେନଶ୍ବର ମଧ୍ଯରେ ଦ୍ବିତୀୟ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରିଛନ୍ତି । ଏନେଇ କାମ ଆଗେଇ ଚାଲିଥିବା ବେଳେ ରୁଟ ଚାର୍ଟ ବି ପ୍ରସ୍ତୁତ ହୋଇସାରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ କେବେଠାରୁ ଓ କେଉଁ ସମୟରେ ଟ୍ରେନ୍ ଗଡ଼ିବ ସେ ନେଇ ଘୋଷଣା କରାଯାଇନାହିଁ ।

ସୂଚନା ଅନୁଯାୟୀ, ଓଡ଼ିଶାରେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ରାଉରକେଲା- ଭୁବେନଶ୍ବରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ସୁନ୍ଦରଗଡ଼, ଝାରସୁଗୁଡ଼ା, ତାଳଚେରକୁ ଯୋଡ଼ିବ ଏହି ଟ୍ରେନ୍ । ତେବେ ଏନେଇ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ । ବନ୍ଦେ ଭାରତ ଟ୍ରେନ ରାଉରକେଲାରୁ ବାହାରି ଝାରସୁଗୁଡ଼ା-ସମ୍ବଲପୁର- ଅନୁଗୁଳ-ତାଲଚେର-ଢ଼େଙ୍କାନାଳ ଦେଇ ଭୁବନେଶ୍ବରରେ ପହଞ୍ଚିବ। ଏହାଦ୍ବାରା ରାଉରକେଲାବାସୀ  ଉପକୃତ ହେବେ। ଗତ ଏପ୍ରିଲ ମାସରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀଙ୍କୁ ପତ୍ର ଲେଖି ବନ୍ଦେ ଭାରତ ଚଳାଚଳ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ।

ପ୍ରକାଶଥାଉ କି, ଗତ ମେ ମାସ ୧୮ ତାରିଖରେ ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡ଼ରେ ପୁରୀ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) । ଏଥିରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହା ଦ୍ୱାରା ଯାତ୍ରୀ ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଚେନ୍ନାଇ ପେରାମ୍ବରୁ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଏକ୍ସପ୍ରେସରେ ମୋଟ ୧୬ଟି କୋଚ୍ ରହିଛି । ଏହା ଘଣ୍ଟା ପ୍ରତି ୧୮୦ କିମି ବେଗରେ ଗତି କରିଥାଏ । ଯାହା ଫଳରେ ହାୱଡ଼ାରୁ ପୁରୀ ଯାତ୍ରା ପ୍ରାୟ ୨ ଘଣ୍ଟା କମିଯିବ । ଟ୍ରେନ୍ ଚାଲୁଥିବା ଯାଏଁ ଡ଼ୋର ଖୋଲିବ ନାହିଁ । ସେହିପରି ଟ୍ରେନର ଡ଼ୋର ବନ୍ଦ ନହେବା ଯାଏଁ ଏହା ଚାଲିବ ନାହିଁ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଅଟୋମେଟିକ୍ କ୍ଲୋଜିଂ ଡ଼ୋରର (Automatic Closing Door) ବ୍ୟବସ୍ଥା କରାଯାଇଛି । ପ୍ରତି କୋଚ୍ ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ତୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା (CCtv camera) ରହିଛି । ଏଥିରେ ୧୧୨୮ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୧୪ ଏସି ଚେୟାର କାର କୋଚ୍ ଓ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ୍ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ରାଜ୍ୟରେ ଗୁରୁବାର ଦିନକୁ ବାଦ ଦେଲେ ବନ୍ଦେ ଭାରତ ସପ୍ତାହର ଅନ୍ୟ ଦିନରେ ପୁରୀରୁ ହାୱଡ଼ା ଚଳାଚଳ କରୁଛି ।

Also Read-Independence Day 2023: କାହିଁକି ଲାଲକିଲ୍ଲାରେ ହୋଇଥାଏ ପତାକା ଉତ୍ତୋଳନ, ଜାଣନ୍ତୁ ଏହା ପଛର କାହାଣୀ...

ଗତ ମାସ ଏପ୍ରିଲ ମାସ ୨୮ ତାରିଖରେ ଏହାର ପ୍ରଥମ ଟ୍ରାଏଲ ରନ୍‌ (trial run) କରାଯାଇଥିଲା। ଟ୍ରାଏଲ ରନ୍‌ ପାଇଁ ହାୱାଡାରୁ (Howrah to Puri) ପୁରୀ ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)। ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ୍  ଖଡ଼ଗପୁର, ଭଦ୍ରକ,  ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ୍ ଲେଖାଏଁ ରହଣି କରିବା ପରେ ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିଲା। କିଛି ସମୟ ପୁରୀରେ (Puri) ରହିବା ପରେ ଅପରାହ୍ନ ୧ଟା ୫୦ ମିନିଟ୍ ରେ ଏହା ପୁରୀ ଛାଡ଼ି ରାତି ୮ଟା ୩୦ରେ ହାଓ୍ବାଡା ଅଭିମୁଖେ ଯାତ୍ରା କରିଥିଲା ।