Vigilance Raid: ବରଗଡ଼ ଜିଲ୍ଲାର କୁଶନପୁରୀ ହାଇସ୍କୁଲ୍ର ହେଡ୍ମାଷ୍ଟରଙ୍କୁ ଅଟକ ରଖିଛି ଭିଜିଲାନ୍ସ। ଏକ ଏସ୍ଏଚ୍ଜିଙ୍କ ଦେୟ ଉଦ୍ଦେଶ୍ୟରେ ଆଗତ ଫାଇଲକୁ ପାସ୍ କରିବା ପାଇଁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ କାବୁ କରିଛି।
Trending Photos
Vigilance Raid: ବରଗଡ଼ ଜିଲ୍ଲାର କୁଶନପୁରୀ ହାଇସ୍କୁଲ୍ର ହେଡ୍ମାଷ୍ଟରଙ୍କୁ ଅଟକ ରଖିଛି ଭିଜିଲାନ୍ସ। ଏକ ଏସ୍ଏଚ୍ଜିଙ୍କ ଦେୟ ଉଦ୍ଦେଶ୍ୟରେ ଆଗତ ଫାଇଲକୁ ପାସ୍ କରିବା ପାଇଁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ କାବୁ କରିଛି। ଏ ବାବଦରେ ମାମଲା ରୁଜୁ କରି ତାଙ୍କର ଦୁଇଟି ଘରେ ଚଢ଼ାଉ ଜାରି ରହିଛି। ଗିରଫ ହେଡ୍ମାଷ୍ଟରଙ୍କ ନାମ ହେଉଛି ବାଳମୁକୁନ୍ଦ ପ୍ରଧାନ। ତାଙ୍କଠାରୁ ଲାଞ୍ଚ ଭାବେ ନିଆଯାଇଥିବା ୧୪ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।
ALSO READ: Road Accident: ବରଯାତ୍ରୀ କାର ଦୁର୍ଘଟଣା ଗସ୍ତ, ଘଟଣାସ୍ଥଳରେ ୫ ମୃତ,୩ ଆହତ
ସେହିପରି ନିକଟରେ ଭୁବନେଶ୍ୱରର ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ସହିଦ ନଗର ଥାନା ସବ୍-ଇନ୍ସପେକଟର ପ୍ରିୟବ୍ରତ ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍। ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା । ସୂଚନା ମୁତାବକ, ଡ୍ରାଇଭିଂ ଲାଇସେନ୍ସ ଫେରାଇବାକୁ ମୋଟ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏସଆଇ ।
ମାର୍ଚ୍ଚ ୨୧ ତାରିଖ ଦିନ ବ୍ୟକ୍ତି ଜଣକ ୩ ହଜାର ଟଙ୍କା ଦେଇଥିଲେ ମଧ୍ୟ ଏସଆଇ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଫେରାଇ ନଥିଲେ । ଆଉ ୨ ହଜାର ଟଙ୍କା ଦେବାପାଇଁ ପ୍ରିୟବ୍ରତ ବ୍ୟକ୍ତିଜଣଙ୍କୁ କହିଥିଲେ । ତେବେ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବ୍ୟକ୍ତି । ଅନ୍ୟପଟେ, ପ୍ରିୟବ୍ରତଙ୍କୁ ଗିରଫ କରିବା ପରେ ତାଙ୍କ ଲିଙ୍କ୍ ଥିବା ସ୍ଥାନ ଗୁଡିକରେ ଭିଜିଲାନ୍ସ ଟିମ୍ ଚଡାଉ ଜାରି ରଖିଛି । ତାଙ୍କର କେତେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି ସେନେଇ ତଥ୍ୟ ସାମ୍ନାକୁ ଆସିନାହିଁ ।