Vigilance Raid: ଯନ୍ତ୍ରୀ ପରେ ଜଣେ ଅମଲାତନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଆରମ୍ଭ ହୋଇଛି। ଏହି ସରକାରୀ ବାବୁ ଜଣେ ଡେପୁଟି କଲେକ୍ଟର ବା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରନ୍ତି। ଆୟ ବହିର୍ତଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଆରମ୍ଭ କରିଛି।
Trending Photos
Vigilance Raid: ଯନ୍ତ୍ରୀ ପରେ ଜଣେ ଅମଲାତନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଆରମ୍ଭ ହୋଇଛି। ଏହି ସରକାରୀ ବାବୁ ଜଣେ ଡେପୁଟି କଲେକ୍ଟର ବା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରନ୍ତି। ଆୟ ବହିର୍ତଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଆରମ୍ଭ କରିଛି। ଏହା ସହ ତାଙ୍କ ନାଁରେ ସରକାରୀ ଅର୍ଥ ହେରଫେର ଅଭିଯୋଗ ମଧ୍ୟ ରହିଛି।
ଏହୀ ସରକାରୀ ବାବୁଙ୍କ ନାଁ ହେଉଛି ପରିକ୍ଷୀତ ଜେନା। ସେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସକାଳୁ ଭିଜିଲାନ୍ସ ଜଜ୍ଙ୍କ ଆଦେଶକ୍ରମେ ୬ଟି ଟିମ୍ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଚଢ଼ଉ ଆରମ୍ଭ କରିଥିଲ। ନୀଳଗିରିର ବାଲିଗୋହରିଠାରେ ସେ ରହୁଥିବା ଭଡ଼ାଘରେ ଭିଜିଲ୍ଲାନ୍ସର ଏକ ଟିମ୍ ଚଢ଼ଉ କରିଥିଲେ। ଏଥିରେ ପ୍ରାୟ ୧୦ ଜଣ କର୍ମଚାରୀ ରହିଥିବା ସୂଚନା ମିଳିଛି। ଏହାସହ ନୀଳଗିରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ ଆରମ୍ଭ ହୋଇଛି। ବିଭିନ୍ନ ନଥି ଏବଂ ତାଙ୍କ ଆୟ ଓ ଠୁଳ କରିଥିବା ସମ୍ପତ୍ତିର ବିବରଣୀକୁ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ ଶ୍ରୀ ଜେନାଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲାରେ। ସେ ଦୀର୍ଫ ସମୟ ଧରି ମୟୁରଭଞ୍ଜର ବାରିପଦା ଏବଂ କପ୍ତିପଦାରେ ସରକାରୀ ଚାକିରି କରୁଥିଲେ। ଏହି ସମୟରେ ବିଭିନ୍ନ ସରକାରୀ ପ୍ରକଳ୍ପକୁ ରୂପାୟନ କରିବା ଦାୟିତ୍ୱ ତୁଲାଉଥିଲେ। ହେଲେ ସେ ସମୟରେ ଶ୍ରୀ ଜେନା ଅର୍ଥ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା।
ଶ୍ରୀ ଜେନାଙ୍କ ପାଖରୁ ଜବତ ହୋଇଥିବା ନଥି ତଥା ସମ୍ପତ୍ତିଗତ ବିବରଣୀ ବାବଦରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।