Bharatapur police station issue : ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ଯାହାକୁ ସେହି ସମୟରେ ରାଜ୍ୟ ହଇଚଇ ସୃଷ୍ଟି କରିଥିଲା। ଆଉ ଶେଷରେ ପୋଲିସ ଡିଜି ଭରତପୁର ତତ୍କାଳୀନ ଆଇଆଇସିଙ୍କ ସମତେ ୫ଜଣଙ୍କ ସସ୍ପେଣ୍ଡ କରିଥିଲେ। ଆଉ ଏହାପରେ ଘଟଣାର ତ୍ୱରିତ ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ।
Trending Photos
ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ଅଫିସର ଏବଂ ତାଙ୍କ ବାନ୍ଧବୀ ସ୍ଥାନୀୟ ଯୁବକମାନେ ଦୁର୍ବବ୍ୟହାର କରିଥିବାର ଅଭିଯୋଗ ପାଇଁ ଆସିଥିଲେ। ଏହି ସମୟରେ ଥାନାରେ ପୁଲିସ ଏବଂ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପିରିକି ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ଯାହାକୁ ସେହି ସମୟରେ ରାଜ୍ୟ ହଇଚଇ ସୃଷ୍ଟି କରିଥିଲା। ଆଉ ଶେଷରେ ପୋଲିସ ଡିଜି ଭରତପୁର ତତ୍କାଳୀନ ଆଇଆଇସିଙ୍କ ସମତେ ୫ ଜଣଙ୍କ ସସ୍ପେଣ୍ଡ କରିଥିଲେ। ଆଉ ଏହାପରେ ଘଟଣାର ତ୍ୱରିତ ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ।