Bhadrak Dhamnagar CDPO: ଅଙ୍ଗନବାଡି ଚାକିରୀ ଦେବା ନାଁରେ ଟଙ୍କା ମାଗି ଅଡୁଆରେ ଧାମନଗର ସିଡିପିଓ
Advertisement
Article Detail0/zeeodisha/odisha1720845

Bhadrak Dhamnagar CDPO: ଅଙ୍ଗନବାଡି ଚାକିରୀ ଦେବା ନାଁରେ ଟଙ୍କା ମାଗି ଅଡୁଆରେ ଧାମନଗର ସିଡିପିଓ

Govt Official Demand Bribe Odisha: ଚାକିରି ପାଇଁ ଟଙ୍କା ମାଗି ବିବାଦୀୟ ହୋଇପଡ଼ିଛନ୍ତି ସିଡ଼ିପିଓ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Bhadrak Dhamnagar CDPO: ଅଙ୍ଗନବାଡି ଚାକିରୀ ଦେବା ନାଁରେ ଟଙ୍କା ମାଗି ଅଡୁଆରେ ଧାମନଗର ସିଡିପିଓ

Bhadrak Dhamnagar CDPO Bribe Controversy: ଲାଞ୍ଚ ଦିଅ ଚାକିରୀ ନିଅ। ଅଧିକ ମାର୍କ ରଖିଥିବା ଜଣେ ଯୁବତୀ ଯିଏ ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିଥିଲେ ସେ ଟଙ୍କା ଦେଇ ନପାରିବାରୁ ନିଯୁକ୍ତିରୁ ବଞ୍ଚିତ ହେଇଛନ୍ତି! ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଅଙ୍ଗନବାଡି ଚାକିରୀ ଦେବା ନାମରେ ଜଣେ ଦରଖାସ୍ତ କରିଥିବା ତଥା ଅଧିକ ମାର୍କ ରଖିଥିବା ଯୁବତୀଙ୍କୁ ଧାମନଗର ସିଡିପିଓ ଟଙ୍କା ମାଗିବା ଅଡିଓ ଭାଇରଲ ହୋଇଛି। ଯାହା ପରେ ଏବେ ବିବାଦ ଘେରକୁ ଟଣା ହୋଇଛି ସିଡିପିଓ।

ଏନେଇ ମିଳିଥିବା ଖବର ଅନୁଯାୟୀ ଧାମନଗର ବ୍ଲକ ଧୂଷୁରୀ ପଛାଲୋ ପ୍ରଧାନ ସାହିରେ ଅଙ୍ଗନବାଡି କର୍ମୀ ପାଇଁ ଗତ ୨୦୧୯ ବର୍ଷରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଗ୍ରାମର ସୁଷମା ପ୍ରଧାନଙ୍କ ସହିତ ସୁମନ ପ୍ରିୟଦର୍ଶନୀ ମଳିକ ଏବଂ ଅନ୍ୟ ତିନି ଜଣ ମଧ୍ୟ ଆବେଦନ କରିଥିଲେ। ହେଲେ ଅଙ୍ଗନବାଡି କର୍ମୀ ଚୟନକୁ କେନ୍ଦ୍ର କରି ଆରମ୍ବ ହେଇଥିଲା ବିବାଦ। ଏହି ବିବାଦ ପରେ ସେତେବେଳେ ଅନ୍ୟ ଆବେଦନକାରୀ ହାଇକୋର୍ଟ ଠାରେ ପହଞ୍ଚିଥିଲେ। ଏହା ପରେ ଭଦ୍ରକ ଉପଜିଲ୍ଲାପାଳଙ୍କୁ ଉକ୍ତ ମକଦମା ବିଚାର ପାଇଁ ନିର୍ଦେଶ ଦେଇଥିଲେ।

ସେତେବେଳେ ଅଙ୍ଗନବାଡି ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ ଥିବା ବେଳେ ବର୍ତ୍ତମାନ ଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାଥୀଙ୍କୁ ନିଯୁକ୍ତି ଦେବାକୁ ସରକାର ନିୟମ କରିଛନ୍ତି। ଦୁଇ ଦିନ ପୂର୍ବେ ଧାମନଗର ସିଡିପିଓ ନମିତା ଦାସ, ସୁଷମା ପ୍ରଧାନଙ୍କୁ ଫୋନ କରି ତୁମର ଅଧିକ ମାର୍କ ଥିବାରୁ ନିଯୁକ୍ତି ପାଇଁ ଯୋଗ୍ୟ ବୋଲି କହିବା ସହ ନିଯୁକ୍ତି ପୂର୍ବରୁ କିଛି ଟଙ୍କା ମାଗିଥିଲେ ସିଡ଼ିପିଓ। ଯାହାର ଅଡିଓ ଏବେ ଭାଇରଲ ହେବାରେ ଲାଗିଛି। ସୁଷମା ପ୍ରଧାନ ଗରିବ ପରିବାରର ହେଇଥିବାରୁ ଟଙ୍କା ଦେଇ ପାରିବେନି ବୋଲି କହିଥିଲେ। ଏହା ପରେ ସିଡିପିଓ କହିଥିଲେ ଯେ ସେ ଆଉ ଚାକିରି ପାଇବୁନି ବୋଲି କହିଥିଲେ। ଶେଷରେ ନ୍ୟାୟ ପାଇଁ ସୁଷମା ପ୍ରଧାନ ଭଦ୍ରକ ଜିଲ୍ଲାପାଳଙ୍କୁ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମିଲିବା ପରେ ଭଦ୍ରକ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।