Odisha News: ଚାଷୀଙ୍କ ପାଇଁ ଖୁସି ଖବର, ନଭେମ୍ବର ମାସ ୨୧ରୁ ଆରମ୍ଭ ହେବ ଧାନ କିଣା
Advertisement
Article Detail0/zeeodisha/odisha2501287

Odisha News: ଚାଷୀଙ୍କ ପାଇଁ ଖୁସି ଖବର, ନଭେମ୍ବର ମାସ ୨୧ରୁ ଆରମ୍ଭ ହେବ ଧାନ କିଣା

Odisha News: ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନକିଣା। ଏ-ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି। 

Odisha News: ଚାଷୀଙ୍କ ପାଇଁ ଖୁସି ଖବର, ନଭେମ୍ବର ମାସ ୨୧ରୁ ଆରମ୍ଭ ହେବ ଧାନ କିଣା

Odisha News: ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନକିଣା। ଏ-ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଚଳିତ ବର୍ଷ ୮୦ ଲକ୍ଷ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଧାନର ଏମଏସପି ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନ୍‌ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତ ବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।  ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ ।

ସୂଚନା ଅନୁଯାୟୀ,  ଅକ୍ଟୋବର ମାସ ୧୫ ତାରିଖରେ ଧାନ କିଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।  ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଧାନ ସଂଗ୍ରହରେ ନିୟୋଜିତ ହେବାକୁ ଥିବା ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ପଡୋଶୀ ରାଜ୍ୟର ଚାଷୀ ଓଡ଼ିଶାକୁ ଆସି କେମିତି ଧାନ ବିକ୍ରି ନ କରିବେ ସେ ନେଇ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର । ଏହାସହ ବାହାର ରାଜ୍ୟର ବେପାରୀ ଯେପରି ଓଡିଶା ସୀମା ଭିତରକୁ ନ ଆସନ୍ତି , ସେନେଇ ନଜର ରଖିଛନ୍ତି ସରକାର।