Paddy selling in mandi: ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ। ତେବେ ମଣ୍ଡିରେ ପେଡି ଆନାଳାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ।
Trending Photos
ଭୁବନେଶ୍ଵର: ଓଡ଼ିଶା ସରକାର ଧାନର ମୂଲ୍ୟ ବାବଦରେ ଏଯାବତ୍ ଚାଷୀଙ୍କୁ ୭୩୭୯ କୋଟି ଟଙ୍କା ଦେଇ ସାରିଛନ୍ତି । ଏହାଛଡ଼ା ଇନପୁଟ୍ ସବସିଡି ବାବଦରେ ଚାଷୀଙ୍କୁ ୧୯୦୪କୋଟି ଟଙ୍କା ରାଜ୍ୟ ସରକାର ଦେଇସାରିଲେଣି। ଆଜି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଥିସହ ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ ଟନ ଧାନ କିଣିଲେଣି ସରକାର।
ମନ୍ତ୍ରୀ କହିଛନ୍ତି ଯେ, ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ। ତେବେ ମଣ୍ଡିରେ ପେଡି ଆନାଳାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି, ଏବେ ଆନାଲାଇଜର ମେସିନ କମ ଅଛି ଆମେ ଆଗକୁ ଅଧିକ ମେସିନ ଆଣିବୁ, ଅଧିକରୁ ଅଧିକ ଧାନ କିଣାହେବ।