ବାଲେଶ୍ୱର ସୋରରେ ବଜ୍ରପାତ, ୨ ଚାଷୀଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2378134

ବାଲେଶ୍ୱର ସୋରରେ ବଜ୍ରପାତ, ୨ ଚାଷୀଙ୍କ ମୃତ୍ୟୁ

ଆଜି ଦିନ ସମୟରେ ଉଭୟ ନରେନ୍ଦ୍ର ଏବଂ ବସନ୍ତ ସାଥୀ ଚାଷୀଙ୍କ ସହ କ୍ଷେତକୁ ଚାଷ କରିବା ପାଇଁ ଯାଇଥିଲେ । କାମ କରୁଥିବା ସମୟରେ ହଠାତ୍ ବର୍ଷା ଆସିବା ସହ ବଜ୍ରପାତ ହୋଇଥିଲା ।

ବାଲେଶ୍ୱର ସୋରରେ ବଜ୍ରପାତ, ୨ ଚାଷୀଙ୍କ ମୃତ୍ୟୁ

ବାଲେଶ୍ୱର: ବଜ୍ରପାତ ନେଲା ୨ ଚାଷୀଙ୍କ ଜୀବନ । ସୋର ବ୍ଲକ ଅନ୍ତର୍ଗତ ରାଇପିତାମ୍ବର ଗ୍ରାମରେ ଘଟିଛି ଏହି ଅଘଟଣ । ୨ ମୃତକ ହେଉଛନ୍ତି ଗାଁର ନରେନ୍ଦ୍ର ବିଶ୍ୱାଳ ଏବଂ ବସନ୍ତ ଦାସ । ଏଥିସହ ଅନ୍ୟଜଣେ ଚାଷୀ ସୁରେନ୍ଦ୍ର ସାହୁ ବଜ୍ରପାତରେ ଗୁରୁତର ହୋଇଛନ୍ତି ।

ଖବର ମୁତାବକ, ଆଜି ଦିନ ସମୟରେ ଉଭୟ ନରେନ୍ଦ୍ର ଏବଂ ବସନ୍ତ ସାଥୀ ଚାଷୀଙ୍କ ସହ କ୍ଷେତକୁ ଚାଷ କରିବା ପାଇଁ ଯାଇଥିଲେ । କାମ କରୁଥିବା ସମୟରେ ହଠାତ୍ ବର୍ଷା ଆସିବା ସହ ବଜ୍ରପାତ ହୋଇଥିଲା । ନରେନ୍ଦ୍ର ଏବଂ ବସନ୍ତ ପାଖାପାଖି ଚାଷ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଟଳିପଡିଥିଲେ । ଏହା ଦେଖି ସାଥୀ ଚାଷୀଙ୍କ ମନରେ ଛନକା ପସିଥିଲା । ନିକଟରେ ଚାଷ କରୁଥିବା ଅନ୍ୟ ଚାଷୀମାନେ ଏ ଘଟଣା ବାବଦରେ ପରିବାର ସଦସ୍ୟଙ୍କୁ ଅବଗତ କରିଥିଲେ । ଉଭୟଙ୍କୁ କ୍ଷେତରୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବଜ୍ରପାତରେ ଗୁରୁତର ହୋଇଥିବା ଚାଷୀ ସୁରେନ୍ଦ୍ର ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଅନ୍ୟପଟେ, ଗାଁର ୨ଜଣ ଚାଷୀଙ୍କ ଅକାଳ ବିୟୋଗ କାରଣରୁ ରାଇପିତାମ୍ବର ଗାଁରେ ଶୋକର ଛାୟା ଖେଳିଯାଇଛି । ଉଭୟ ପରିବାରକୁ କ୍ଷତିପୂରଣ ଦିଆଯିବା ଉଚିତ ବୋଲି ଗ୍ରାମବାସୀ ଦାବି କରୁଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଅଗଷ୍ଟ ୧୪ ଓ ୧୫ ତାରିଖ ବେଳକୁ ଉତ୍ତର ଓଡି଼ଶାର କେତେକ ସ୍ଥାନରେ ପ୍ରବଳରୁ ଅତ୍ ପ୍ରବଳ ବର୍ଷା ହେବର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏସଆରସିଙ୍କ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି, ଢେଙ୍କାନାଳରେ ସର୍ବାଧିକ ବର୍ଷା ୨୧.୦ ମିଲିମିଟର ରେକର୍ଡ଼ କରାଯାଇଛି। ସେହିପରି କେନ୍ଦୁଝରରେ ୨୦.୨,ଯାଜପୁରରେ ୧୫.୦, ବାରିପଦାରେ ୧୧.୦ ଓ ଭବାନୀପାଟଣାରେ ୯.୦  ମିମି ବର୍ଷା ରେକର୍ଡ଼ ହୋଇଛି। 

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଗାମୀ ଦିନରେ ବର୍ଷାର ପରିମାଣ କମିବ। ଫଳରେ କେତେକ ସ୍ଥାନରେ ୨୦-୩୦ ମିଲିମିଟର ବର୍ଷା ହେବାକୁ ଥିବାବେଳେ ଆଉ କେତେକ ସ୍ଥାନରେ ୪୦-୪୫ ମିଲିମିଟର ବର୍ଷା ହୋଇପାରେ । ବର୍ଷା ଅଧିକ ନ ଥିବାରି ଅଣସେଚିତ ଜମିରେ ପାଣି ସମସ୍ୟା ଦେଖାଯାଇପାରେ । ଚାଷୀଙ୍କୁ ଚାଷ ଜମିରେ ପାଣି ବାନ୍ଧି ରଖିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ। ଏହବାଦ ରୁଆ କାମ ଶୀଘ୍ର ଶେଷ କରିବା ପାଇଁ ବି ସତର୍କ କରାଇଛନ୍ତି ।

Also Read- Lucky Zodiac Sign: ଅଗଷ୍ଟ ୧୧ରେ ଦ୍ୱିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ଜାପାନ ଭଳି ଦୃଷ୍ଟିହୀନଙ୍କ ପାଇଁ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ ଓଡ଼ିଶା