Odisha News: ଅଙ୍ଗନବାଡି ଖାଦ୍ୟ ସାମଗ୍ରୀରେ ପୋକ ସାଲୁବାଲୁ
Advertisement
Article Detail0/zeeodisha/odisha2405530

Odisha News: ଅଙ୍ଗନବାଡି ଖାଦ୍ୟ ସାମଗ୍ରୀରେ ପୋକ ସାଲୁବାଲୁ

Odisha News: ଖୋଲା ଯାଉନି ଅଙ୍ଗନବାଡି ଆଉ ଯେତେବେଳେ ଖୋଲାଯାଉଛି ଆସୁନାହାନ୍ତି ଅଙ୍ଗନବାଡି କର୍ମୀ ଆଉ ଯେତେବେଳେ ଆସୁଛନ୍ତି ହେଉନାହିଁ ରୋଷେଇ। ଅବିଭାବକ ଏନେଇ ଉପରିସ୍ଥ ଅଧିକାରଙ୍କୁ ଅଭିଯୋଗ କରିବା ପରେ ଅଙ୍ଗନବାଡି ସେଣ୍ଟରରେ ତାଲା ପକାଇଦେଲେ। ଦିନେକି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଏଇ ସେଣ୍ଟରରେ ରୋଷେଇ ହେଉନଥିବା ଅଭିଯୋଗ ହୋଇଛି। ଏଇ ରୋଷେଇ ହେଉନଥିବା ପୋକ ସାଲୁବାଲୁ ଡାଲି ପଚା ଆଳୁ ଓ ପିଆଜ ଅଙ୍ଗନବାଡି ଦିଦି ତାଙ୍କୁ ରୋଷେଇ କରିବାକୁ ଦେଇଥିବା ଖୋଦ୍ ସହାଇକା କହିଛନ୍ତି।

Odisha News: ଅଙ୍ଗନବାଡି ଖାଦ୍ୟ ସାମଗ୍ରୀରେ ପୋକ ସାଲୁବାଲୁ

Odisha News: (Abhay Mohanty) କୋମଳମତି ଶିଶୁ ମାନଙ୍କ ପାଇଁ ସରକାର ଅଙ୍ଗନବାଡି ଖୋଲିଛନ୍ତି। ଏଥିରେ ୩ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ କୋମଳମତି ଶିଶୁମାନଙ୍କ ସ୍ବାସ୍ଥ୍ୟର ବିକାଶ ଦିଗରେ ଗୁରୁତ୍ୱ ଦେଇ ଖାଦ୍ୟ ଯୋଗାଇ ଦେଉଛନ୍ତି। ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ଅଙ୍ଗନବାଡି କେନ୍ଦ୍ରରେ ପୋକ ସାଲୁବାଲୁ ଖାଦ୍ୟ ସାମଗ୍ରୀ ଦିଆଯାଉଛି କୋମଳମତି ଶିଶୁ ମାନଙ୍କୁ ଏଭଳି ଅଭିଯୋଗ ଆଣିବା ସହ ଅଙ୍ଗନବାଡିରେ ପକାଇଲେ ତାଲା।

ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ଏ ଅଙ୍ଗନବାଡି ସେଣ୍ଟର ବିରୋଧରେ ସାଙ୍ଘାତିକ ଅଭିଯୋ। ଖୋଲା ଯାଉନି ଅଙ୍ଗନବାଡି ଆଉ ଜେତେବେଳେ ଖୋଲାଯାଉଛି ଆସୁନାହାନ୍ତି ଅଙ୍ଗନବାଡି କର୍ମୀ ଆଉ ଯେତେବେଳେ ଆସୁଛନ୍ତି ହେଉନାହିଁ ରୋଷେଇ। ଅବିଭାବକ ଏନେଇ ଉପରିସ୍ଥ ଅଧିକାରଙ୍କୁ ଅଭିଯୋଗ କରିବା ପରେ ଅଙ୍ଗନବାଡି ସେଣ୍ଟରରେ ତାଲା ପକାଇଦେଲେ। ଦିନେକି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଏଇ ସେଣ୍ଟରରେ ରୋଷେଇ ହେଉନଥିବା ଅଭିଯୋଗ ହୋଇଛି। ଏଇ ରୋଷେଇ ହେଉନଥିବା ପୋକ ସାଲୁବାଲୁ ଡାଲି ପଚା ଆଳୁ ଓ ପିଆଜ ଅଙ୍ଗନବାଡି ଦିଦି ତାଙ୍କୁ ରୋଷେଇ କରିବାକୁ ଦେଇଥିବା ଖୋଦ୍ ସହାଇକା କହିଛନ୍ତି।

ଅଙ୍ଗନବାଡି ସେଣ୍ଟରରେ ଅବିଭାବକମାନେ ଚାବି ପକାଇବା ଖବର ଅବିଭାବକମାନେ ଦୋବଲ ଜୋନର ଦାଇତ୍ଵରେ ଥିବା ସୁପରଭାଇଜରଙ୍କୁ ଜଣାଇବା ପରେ ଅଧିକାରୀ ଘଟଣାର ତଦନ୍ତ ପାଇଁ ଉକ୍ତ ଅଙ୍ଗନବାଡି ସେଣ୍ଟରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଙ୍ଗନବାଡି ସେଣ୍ଟରରେ ସମସ୍ତ ଗୃହ ଥାଇ ମଧ୍ୟ ଅଙ୍ଗନବାଡି ଦିଦି ସମସ୍ତ ସାମଗ୍ରୀ ନିଜ ଘରେ କଣ ପାଇଁ ରଖୁଛନ୍ତି କଣ ପାଇଁ ରୋଷେଇ ହୋଇନାହିଁ ଏନେଇ ତଦନ୍ତ କରିବା ସହ ତାଗିଦ ମଧ୍ୟ କରିଛନ୍ତି। ସମସ୍ତ ଖାଦ୍ୟ ସାମଗ୍ରୀ ଅଙ୍ଗନବାଡି ଗୁହାରୀ ରଖିବା ଓ ପ୍ରତ୍ୟେକ ଦିନ ରୋଷେଇ କରିବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି। ସେପଟେ ଅଙ୍ଗନବାଡି ଦିଦିଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି ଅଙ୍ଗନବାଡି ଦିଦି କ୍ୟାମେରା ଆଗରେ ସଫେଇ ଦେଇଛନ୍ତି ।