Horrific Bus Accident in Odisha: ଲୁହରେ ଭିଜିଲା ଖଣ୍ଡଦେଉଳୀ ଗ୍ରାମ; ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବ ସତ୍କାର, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1755424

Horrific Bus Accident in Odisha: ଲୁହରେ ଭିଜିଲା ଖଣ୍ଡଦେଉଳୀ ଗ୍ରାମ; ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବ ସତ୍କାର, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

Odisha Bus Accident: ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ବସ ଦୁର୍ଘଟଣାରେ  ୧୧ ଜଣକ ମୃତ୍ୟୁ ହୋଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। 

 

 

Horrific Bus Accident in Odisha: ଲୁହରେ ଭିଜିଲା ଖଣ୍ଡଦେଉଳୀ ଗ୍ରାମ; ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବ ସତ୍କାର, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

Ganjam Bus Tragedy: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ରବିବାର ବିଳମ୍ବିତ ରାତିରେ ଘଟିଯାଇଛି ଭୟାନକ ବସ୍ ଦୁର୍ଘଟଣା। ଏହି ଘଟଣାରେ ୧୧ ଜଣକ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏଭଳି ହୃଦୟ ବିଦାରକ ଘଟଣାର ଖବର ସାମ୍ନାକୁ ଆସିବା ପରେ ଟ୍ୱିଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। 

ଏହା ସହିତ ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ପାଣ୍ଠିରୁ ୨ ଲକ୍ଷ ଏବଂ ଆହତଙ୍କ ଚିକିତ୍ସା ନିମନ୍ତେ ୩୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ଲାଗି ୩ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦେବାପାଇଁ ଘୋଷଣା କରାଯାଇଛି। 

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ଝିଅ ସୋନାଲିଙ୍କ ସହ ବ୍ରହ୍ମପୁର ଅଞ୍ଚଳର ଉମେଶଙ୍କ ସହ ବାହାଘର ହୋଇଥିଲା। ଏହି ବାହାଘର ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ଅଧିନସ୍ଥ ଖଣ୍ଡଦେଉଳି ଗ୍ରାମରେ ଧୂମଧାମରେ ହୋଇଥିଲା। ଏପରିକି ନାଚ ଗୀତରେ ପରିବାର ବେଶ୍ ହସଖୁସିରେ ଦିନ ଯାଇଥିଲା। ଏହାପରେ ଝିଅ ବର ସହ ବ୍ରହ୍ମପୁର ଯାଇଥିଲେ। ସନ୍ଧ୍ୟାରେ ଝିଅ ଘରର ପରିବାର ଏବଂ ସମ୍ପର୍କୀୟ ଏକ ମିନିବସ ଯୋଗେ ବ୍ରହ୍ମପୁର ଯାଇ ହସଖୁସିରେ ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିଲେ। ହେଲେ ଫେରିବା ବେଳେ ରାତି ପ୍ରାୟ ୧୨ ଘଣ୍ଟା ୪୫ ମିନିଟ ସମୟରେ ରାୟଗଡ଼ା ଠାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଦ୍ରୁତଗାମୀ ସରକାରୀ ବସ୍ କନ୍ୟା ପକ୍ଷର ବସକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଯାହାଫଳରେ କନ୍ୟା ପକ୍ଷର ବସ ରାସ୍ତାରେ ଓଲଟି ପଡିଥିଲା। 

ଖବରପାଇ ଦିଗପହଣ୍ଡି ପୋଲିସ ସମେତ ବ୍ରହ୍ମପୁର ସଦର ଥାନା ପୋଲିସ, ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ରହି ବସ୍ ଭିତରେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।

ହେଲେ ଦିଗପହଣ୍ଡି ମେଡିକାଲ ଠାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲ ଠରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଖଣ୍ଡଦେଉଳି ଗ୍ରାମର ରମେଶ ପ୍ରଧାନ, ସୀତାରାମ ପ୍ରଧାନ, ତ୍ରିପତି ପ୍ରଧାନ ଏବଂ ରୂପାଲୀ ପ୍ରଧାନ, ଭଞ୍ଜନଗର ମୁଜାଗଡ ଗ୍ରାମର ସୁଜ୍ଞାନୀ ପ୍ରଧାନ , ୩ ବର୍ଷର ପୁଅ ଦେବାଶିଷ ଦେବଂଶୁ ପ୍ରଧାନ, ଶିବାନୀ ପ୍ରଧାନ, ୧ ବର୍ଷର ପୁଅ ହାର୍ଦ୍ଦିକ ପ୍ରଧାନ, ସଞ୍ଜୟ ମେଦିନୀ ରାୟ, ଗଡଗୋବିନ୍ଦପୁର ଗ୍ରାମର ସଙ୍ଗୀତା ଡାକୁଆ ଏବଂ ସିଙ୍ଗିପୁର ଗ୍ରାମର ଲିଟୁ ନାୟକ ବୋଲି ଜଣାପଡ଼ିଛି। 

ବସ ଦୁର୍ଘଟଣା ବାବଦରେ ଖବର ପାଇବା ପରେ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା, ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ, ଦିଗପହଣ୍ଡି ତହସିଲଦାର ସିପକ ପାତ୍ର, ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଅପରପକ୍ଷରେ ବ୍ରହ୍ମପୁର ବଡ ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼.ଶ୍ରବଣ ବିବେକ ଏମ୍ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚି ଏହି ଘଟଣାର ଅନୁଧ୍ୟାନ କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି। 

ହେଲେ ସୋମବାର ମଧ୍ୟାହ୍ନରେ ମୃତକଙ୍କୁ ନିଜ ନିଜ ଗ୍ରାମକୁ ପରିବାର ଲୋକେ ନେବା ପରେ କାନ୍ଦ ବୋବାଳିରେ ଗ୍ରାମ ପରିବେଶ ଫାଟି ପଡୁଥିଲା। ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ସମସ୍ତ ମୃତକଙ୍କ ଶବ ସତ୍କାର କରାଯାଇଥିଲା। ଅପରପକ୍ଷରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତି ଭାସେନ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, କବିସୂର୍ଯ୍ୟ ନଗର ବିଧାୟକ ଲତିକା ପ୍ରଧାନ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ, ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳୀ ସ୍ବାଇଁ, ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା, ଆସିକା ଏସଡିପିଓ ଉମାଶଙ୍କର ସିଂହ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛି।