ଅଗ୍ନିକାଣ୍ଡରେ ମା’ ଓ ଝିଅ ମୃତ୍ୟୁ ଘଟଣା; ସମ୍ପତ୍ତି ପାଇଁ ହତ୍ୟା କରିଥି​‌ଲେ ପୁଅ, ନାତି
Advertisement
Article Detail0/zeeodisha/odisha2504165

ଅଗ୍ନିକାଣ୍ଡରେ ମା’ ଓ ଝିଅ ମୃତ୍ୟୁ ଘଟଣା; ସମ୍ପତ୍ତି ପାଇଁ ହତ୍ୟା କରିଥି​‌ଲେ ପୁଅ, ନାତି

Sambalpur murder case: ସୈରେନ୍ଦ୍ରୀ ଅବିବାହିତା ହୋଇଥିବା ବେଳେ ବୃଦ୍ଧାବସ୍ଥା ଯୋଗୁଁ ସ୍ନେହଲତା ଶଯ୍ୟାଶାୟୀ ଥିଲେ। ତେବେ ଗତକାଲି ରାତ୍ରିରେ ଅଚାନକ ଉପର ମହଲାରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ସୈରେନ୍ଦ୍ରୀ ଓ ସ୍ନେହଲତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଅଗ୍ନିକାଣ୍ଡରେ ମା’ ଓ ଝିଅ ମୃତ୍ୟୁ ଘଟଣା; ସମ୍ପତ୍ତି ପାଇଁ ହତ୍ୟା କରିଥି​‌ଲେ ପୁଅ, ନାତି

ସମ୍ବଲପୁର: ସମ୍ପତ୍ତି ଲୋଭରୁ ସର୍ବନାଶ। ସମ୍ବଲପୁର ମାନେଶ୍ୱର ହାଟପଦା ରେ ମା' ଏବଂ ଝିଅ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ। ମାଆ-ଝିଅଙ୍କୁ ସମ୍ପତ୍ତି ପାଇଁ ବାପା-ପୁଅ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏନେଇ ସଦର ଥାନା ପୁଲିସ ଉଭୟ ବାପା ଜଗନ୍ନାଥ ଦୀକ୍ଷିତ ଏବଂ ତାଙ୍କ ପୁଅ ସଙ୍କେତ ଦୀକ୍ଷିତଙ୍କୁ ଗିରଫ କରିଛି। 

ପ୍ରମାଣ ନଷ୍ଟ ପାଇଁ ୨ ଜଣଙ୍କୁ ଘର ଭିତରେ ଜାଳିଥିଲେ ବାପ ଓ ପୁଅ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦିକ୍ଷିତ ଓ ତାଙ୍କ ପୁଅକୁ ଗିରଫ କରିଛି ପୁଲିସ। ଆଜି ଅଭିଯୁକ୍ତମାନଙ୍କର କ୍ରାଇନ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ। ସେହ୍ନଲତା ଦୀକ୍ଷିତ ଓ ତାଙ୍କ ଝିଅ ଘରେ ଥିବାବେଳେ ଜଗନ୍ନାଥ ଓ ତାଙ୍କ ପୁଅ ଉଭୟଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ପରେ ଏହି ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ଘରେ ଗ୍ୟାସ ସିଲିଣ୍ଡର ଖୋଲି ନିଆଁ ଲଗାଇଦେଇଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। 

ସୂଚନାଯୋଗ୍ୟ ଯେ, ହାଟପଦାରେ ଥିବା ଘରର ଉପର ମହଲାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ (୬୨) ଓ ତାଙ୍କ ମା’ ସ୍ନେହଲତା ଦୀକ୍ଷିତ (୯୦) ରହୁଥିବା ବେଳେ ତଳ ମହଲାରେ ତାଙ୍କର ଭାଇ ଜଗନ୍ନାଥ ଦୀକ୍ଷିତ ନିଜର ପରିବାର ସହିତ ରହୁଛନ୍ତି। ସୈରେନ୍ଦ୍ରୀ ଅବିବାହିତା ହୋଇଥିବା ବେଳେ ବୃଦ୍ଧାବସ୍ଥା ଯୋଗୁଁ ସ୍ନେହଲତା ଶଯ୍ୟାଶାୟୀ ଥିଲେ। ତେବେ ଗତକାଲି ରାତ୍ରିରେ ଅଚାନକ ଉପର ମହଲାରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ସୈରେନ୍ଦ୍ରୀ ଓ ସ୍ନେହଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରି ନ ଥିଲା।