CM Kisan Instalment: କାଳିଆ ବଦଳରେ ସିଏମ୍‍ କିସାନ ଟଙ୍କା, ନୂଆଖାଇରେ ମିଳିବ କି ନା ମନ୍ତ୍ରୀ ବି ଅଜଣା!
Advertisement
Article Detail0/zeeodisha/odisha2404146

CM Kisan Instalment: କାଳିଆ ବଦଳରେ ସିଏମ୍‍ କିସାନ ଟଙ୍କା, ନୂଆଖାଇରେ ମିଳିବ କି ନା ମନ୍ତ୍ରୀ ବି ଅଜଣା!

ଭୁବନେଶ୍ୱର: ଏଥର ନୂଆଖାଇରେ କୃଷକଙ୍କୁ ମିଳୁଥିବା ସହାୟତା ମିଳିବ ନା ନାହିଁ?

CM Kisan Instalment: କାଳିଆ ବଦଳରେ ସିଏମ୍‍ କିସାନ ଟଙ୍କା, ନୂଆଖାଇରେ ମିଳିବ କି ନା ମନ୍ତ୍ରୀ ବି ଅଜଣା!

CM Kisan Instalment: ଭୁବନେଶ୍ୱର: ଏଥର ନୂଆଖାଇରେ କୃଷକଙ୍କୁ ମିଳୁଥିବା ସହାୟତା ମିଳିବ ନା ନାହିଁ? କାହିଆ ଯୋଜନାର ନାମକରଣ ପରିବର୍ତ୍ତନ ହେବା ନେଇ ସରକାରୀସୂଚନା ଆସିବା ପରେ ଏ ପ୍ରଶ୍ନ ଏବେ ପଶ୍ଚିମାଞ୍ଚଳର ଚାଷୀଙ୍କୁ ଘାରିଛି।  କିନ୍ତୁ ସେଇ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧି ହୋଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିବା କନକବର୍ଦ୍ଧନ ସିଂହଦେଓ ବି ଜାଣି ନାହାନ୍ତି ନୂଆ ଖାଇରେ ଏ ଟଙ୍କା ମିଳିବ କି ନା? ସେଥିଲାଗି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନପାରି କହିଛନ୍ତି ‘ଅପେକ୍ଷା କର’।

ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହଦେଓ ସ୍ପଷ୍ଟ କରିଛନ୍ତି ଯେ, ଯେମିତି ନବୀନ ସରକାର ସମୟରେ କାଳିଆ ଯୋଜନା ପରିଚାଳନା କରାଯାଉଥିଲା ଠିକ୍‍ ସେମିତି ‘ସିଏମ୍‍ କିସାନ’ ଯୋଜନା ପରିଚାଳନା କରାଯିବ। ଏଥିରେ କୃଷକଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ବର୍ଗରେ ରହିଛନ୍ତି ଭୂମିହୀନ ଚାଷୀ ଓ ଅନ୍ୟ ଭାଗରେ ରହିଛନ୍ତି କ୍ଷୁଦ୍ର ତଥା ନାମମାତ୍ର ଚାଷୀ। ପୁଣି ଯେଉଁଭଳି ଭାବେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ୪ ହଜାର ଟଙ୍କା ମିଳୁଥିଲା ସେମିତି ପ୍ରତ୍ୟକ୍ଷ ଅର୍ଥ ପ୍ରଦାନ କରାଯିବ। ସେଇ ଅକ୍ଷୟ ତୃତୀୟ ଓ ନୂଆ ଖାଇରେ ଦୁଇଟି କିସ୍ତି ପ୍ରଦାନ କରାଯିବ। ହେଲେ ଏଥର ନୂଆଖାଇ କଥା ନେଇ ଅସ୍ପଷ୍ଟ ରହିଛନ୍ତି ମନ୍ତ୍ରୀ। 

ଭୂମିହୀନ ଚାଷୀଙ୍କ ବାବଦରେ ଉଲ୍ଲେଖ କରି ଗଣମାଧ୍ୟମକୁ ଶ୍ରୀ ସିଂହ ଦେଓ କହିଛନ୍ତି, କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ୧୨ ହଜାର ୫୦୦ ଟଙ୍କା ସହାୟତା ମିଳିବ। ଏହା ତିନୋଟି କିସ୍ତିରେ ରହିବ। ପ୍ରଥମ ଦୁଇ କିସ୍ତି ୪ ହଜାର ଟଙ୍କା ଲେଖାଏ ହୋଇଥିବା ବେଳେ ତୃତୀୟ କିସ୍ତି ହେବ ୪୫୦୦ ଟଙ୍କାର। ଏହି ଟଙ୍କା ସେମାନଙ୍କୁ କୃଷି ବାଦ ଅନ୍ୟ ଜୀବୀକା ଆପଣାଇବାକୁ ସହାୟକ ହେବ। 

କାଳିଆ ଯୋଜନାରେ ମଧ୍ୟ ସମାନ ଅର୍ଥ ସମାନ କିସ୍ତିରେ ପ୍ରଦାନ କରାଯାଉଥିଲା। କିନ୍ତୁ ସେତେବଳେ ସହରାଞ୍ଚଳ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଛନ୍ତି, ଯେ ସିଏମ୍‍ କିସାନ ଯୋଜନାରେ  ସହରାଞ୍ଚଳ ଚାଷୀଙ୍କୁ ବି ସହାୟତା ମିଳିବ। 

ଏ ଭିତରେ ସିଏମ୍‍ କିସାନ ଯୋଜନା ପାଇଁ ସରକାର ମାର୍ଗଦର୍ଶିକା ପ୍ରକାଶ ପାଇନାହିଁ। ନୂଆ ଚାଷୀଙ୍କୁ ଆବେଦନ ସୁଯୋଗ ମିଳି ନାହିଁ। ପୁଣି ପୂର୍ବ ସରକାର ସମୟରେ ଯେଉଁଭଳି ଭାବେ କାଳିୀଆ ପୋର୍ଟାଲ୍‍ ଚାଲିଥିଲା ତାହାକୁ ବି ରଦ୍ଦ କରାଯାଇ ନାହିଁ। ଏଣୁ ପିଏମ୍‍ କିସାନ ଲାଗୁ ହେବାପାଇଁ ଆଉ ଅଧିକ ସମୟ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି।

Watch Video: ପୁରୀ ହତ୍ୟାକାଣ୍ଡ ଭିଡିଓ ହେଲା ଭାଇରାଲ

Watch Video: ପୁଣିଥରେ ଭାଇରାଲ ହେଲା କପଲଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ