Odisha News: ଚମ୍ପୁଆ ରେଞ୍ଜରେ ପୁଣି ଏକ ହାତୀର ମୃତ୍ୟୁ
Advertisement
Article Detail0/zeeodisha/odisha2192829

Odisha News: ଚମ୍ପୁଆ ରେଞ୍ଜରେ ପୁଣି ଏକ ହାତୀର ମୃତ୍ୟୁ

Odisha News: ବାଲିବନ୍ଧ ସେକ୍ସନ ଚମକପୁର ସଂରକ୍ଷିତ ଜଙ୍ଗଲରେ ଆଜି ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ସଂରକ୍ଷିତ ଜଙ୍ଗଲର ଲୁଣଗୋଠାଣୀ ଓ ତିନିଧାରିଆ ଜଙ୍ଗଲ ମଝିରେ ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ସୌଜନ୍ୟ-ସୋସିଆଲ୍ ମିଡିଆ

Odisha News: ବାଲିବନ୍ଧ ସେକ୍ସନ ଚମକପୁର ସଂରକ୍ଷିତ ଜଙ୍ଗଲରେ ଆଜି ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ସଂରକ୍ଷିତ ଜଙ୍ଗଲର ଲୁଣଗୋଠାଣୀ ଓ ତିନିଧାରିଆ ଜଙ୍ଗଲ ମଝିରେ ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଡି ଏଫ୍ ଓ ଧନରାଜ ହନୁମନ୍ତ, ଏ ସି ଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ବାନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିଆ, ବନ୍ୟ ପ୍ରାଣୀ ଚିକିତ୍ସକଙ୍କ ସହ ଜଏଣ୍ଟ ଟାସ୍କ ଫୋର୍, ଅନ୍ୟ ବନ କର୍ମଚାରୀ ଓ ଚମ୍ପୁଆ ପୋଲିସ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପାଖାପାଖି ତିନି ସପ୍ତାହ ତଳେ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । 

ALSO READ: Road Accident: ଟିପରକୁ ପଛପଟୁ ଧକ୍କା ଦେଲା କାର୍, ଘଟଣାସ୍ଥଳରେ ୩ ମୃତ,୨ ଆହତ

ମୃତ ହାତୀଟି ମଧ୍ୟମ ବୟସର ମାଈ ହାତୀ ବୋଲି ବନ ବିଭାଗ ସନ୍ଦେହ କରୁଛି । ତେବେ ହାତୀର ଦାନ୍ତ କାଟି କେହି ନେଇ ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । ହସ୍ତୀ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନଥିବା ବେଳେ, ସ୍ଥାନୀୟ ଜନଜାତିର ଲୋକେ ଅନେକ ସମୟରେ ବାରହା ଶିକାର ପାଇଁ ବ୍ୟବହାର କରୁଥିବା ବୋମା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ କେମିକାଲ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କେନ୍ଦୁଝର ଡିଏଫଓ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ହାତୀର ଗତି ବିଧି ଉପରେ ବନ ବିଭାଗ ସବୁ ବେଳେ ନଜର ରଖୁଥିବା କଥା କହୁଥିଲା ବେଳେ, ଏହି ହାତୀଟିର ମୃତ୍ୟୁ ପାଇଁ କିଏ ଦାୟୀ ।