Srimandira: ୧୬ରେ ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ
Advertisement
Article Detail0/zeeodisha/odisha2472124

Srimandira: ୧୬ରେ ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ

Srimandira:  ସାଧାରଣଙ୍କ ଦର୍ଶନ ସମୟରେ ଏହି ନୀତି ପାଳନ କରି ହେବ ନାହିଁ। ପୁଣି ଏହା ଏକ ବିଳମ୍ବିତ ନୀତି ହୋଇଥିବାରୁ ଏଥିଲାଗି ୪ ଘଣ୍ଟା ସମୟ ଲାଗିବ। ଏଣୁ ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ଭକ୍ତଙ୍କୁ ଏବ ବାଦରେ ସ୍ପଷ୍ଟ କରିଛନ୍ତି। ବନକ ଲାଗି ନୀତି ଶେଷ ହେବା ପରେ ଅର୍ଥାତ୍‍ ରାତି ୯ଟା ପରେ ଶ୍ରଦ୍ଧାଳୁ ଚାହିଁଲେ ମନ୍ଦିର ଭିତରେ ଶ୍ରୀ ଜିଉଙ୍କୁ ଦର୍ଶନ କରିପାରିବେ ବୋଲି କୁହାଯାଇଛି।

Srimandira: ୧୬ରେ ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ

Srimandira: ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାର ଦିନ ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଶାସନ କହିଛି ଏହିଦିନ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

ଏହିଦିନ ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ପଡ଼ୁଛି। କୁମାର ପୂର୍ଣ୍ଣମୀକୁ ଆଖିରେ ରଖି ଶ୍ରୀ ଜିଉଙ୍କ ପାରମ୍ପରିକ ବନକଲାଗି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି। ଏଣୁ ସାଧାରଣଙ୍କ ଦର୍ଶନ ସମୟରେ ଏହି ନୀତି ପାଳନ କରି ହେବ ନାହିଁ। ପୁଣି ଏହା ଏକ ବିଳମ୍ବିତ ନୀତି ହୋଇଥିବାରୁ ଏଥିଲାଗି ୪ ଘଣ୍ଟା ସମୟ ଲାଗିବ। ଏଣୁ ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ଭକ୍ତଙ୍କୁ ଏବ ବାଦରେ ସ୍ପଷ୍ଟ କରିଛନ୍ତି। ବନକ ଲାଗି ନୀତି ଶେଷ ହେବା ପରେ ଅର୍ଥାତ୍‍ ରାତି ୯ଟା ପରେ ଶ୍ରଦ୍ଧାଳୁ ଚାହିଁଲେ ମନ୍ଦିର ଭିତରେ ଶ୍ରୀ ଜିଉଙ୍କୁ ଦର୍ଶନ କରିପାରିବେ ବୋଲି କୁହାଯାଇଛି।