Cuttack Balijatra: ଆଜିଠୁ ଐତିହାସିକ ବାଲିଯାତ୍ରା, ଅନେକ କିଛି ଦେଖିବାକୁ ମିଳିବ ନୂଆ
Advertisement
Article Detail0/zeeodisha/odisha2515245

Cuttack Balijatra: ଆଜିଠୁ ଐତିହାସିକ ବାଲିଯାତ୍ରା, ଅନେକ କିଛି ଦେଖିବାକୁ ମିଳିବ ନୂଆ

କଟକ: ଆଜି ଠୁ କମ୍ପିବ ବାଲିଯାତ୍ରା ପଡ଼ିଆ। ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା। ବହୁବର୍ଷର ବ୍ୟବଧାନ ପରେ ଏହାକୁ ଉଦଘାଟନ କରିବାକୁ ଯାଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଉପସ୍ଥିତ ରହିବେ। ତେବେ ଏଥିପାଇଁ ସମସ୍ତ

Cuttack Balijatra: ଆଜିଠୁ ଐତିହାସିକ ବାଲିଯାତ୍ରା, ଅନେକ କିଛି ଦେଖିବାକୁ ମିଳିବ ନୂଆ

Cuttack Balijatra: କଟକ: ଆଜି ଠୁ କମ୍ପିବ ବାଲିଯାତ୍ରା ପଡ଼ିଆ। ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା। ବହୁବର୍ଷର ବ୍ୟବଧାନ ପରେ ଏହାକୁ ଉଦଘାଟନ କରିବାକୁ ଯାଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଉପସ୍ଥିତ ରହିବେ। ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଐତିହାସିକ ବାଲିଯାତ୍ରା। ଏଥର କିନ୍ତୁ ବାଲିଯାତ୍ରା କିଛି ନୂଆ କଥା ଦେଖିବାକୁ ମିଳିବ। ଏଥର ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ୧୩ଟି ଦେଶର ରାଷ୍ଟ୍ରଦୂତ ପ୍ରମୁଖ ସାମିଲ ହେବେ। ଏହା ସହିତ ୮ଟି ଦେଶର କଳାକାର ମଧ୍ୟ ସାମିଲ ହେବାକୁ ଯାଉଛନ୍ତି। 

୧୩ ଦେଶର ରାଷ୍ଟ୍ରଦୂତ ହେବେ ସାମିଲ
ଚଳିତ ବାଲିଯାତ୍ରାରେ ୧୩ଟି ଦେଶର ରାଷ୍ଟ୍ରଦୂତ ସାମିଲ ହେବାକୁ ଯାଉଛନ୍ତି। ଐତିହାସିକ ବାଲିଯାତ୍ରାରେ ଉଦ୍‌ଘାଟନୀ ଉତ୍ସବରେ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଓ ବୁର୍ଣ୍ଣେଇର ରାଷ୍ଟ୍ରଦୂତ ଓ ହାଇକମିସନର ଯୋଗଦେବେ ବୋଲି ସୂଚନା ରହିଛି। 

ଭରପୁର ମନଛୁଆଁ କାର୍ଯ୍ୟକ୍ରମ
ଚଳିତ ବାଲିଯାତ୍ରାରେ  ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପାଭିଲିୟନ୍‌ କରାଯାଇଛି। ଓଡ଼ିଆ ଅସ୍ମିତାକୁ ନେଇ ପୁରୁଣା ଓଡ଼ିଆ ସିନେମାକୁ ନେଇ କଟକ-ଇନ୍‌-କଟକରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ସେହିପରି ପ୍ରଥମ ଥର ପାଇଁ ଫିଲ୍ମ ଫେଷ୍ଟିଭାଲ, ଚଳଚ୍ଚିତ୍ର ପ୍ରଦର୍ଶନ, ଡ୍ରୋନ ସୋ, ପିଠା ମହୋତ୍ସବ, ଓରମାସର ସ୍ୱତନ୍ତ୍ର ଷ୍ଟଲ ଦେଖିବାକୁ ମିଳିବ। ଏହା ସହିତ କଟକ ମାଟିରେ ଏହି ବାଲିଯାତ୍ରା ପଡ଼ିଆରେ ପ୍ରଥମ ଥର ପାଇଁ ଆହେ ନୀଳଶୈଳ ଅନୁଷ୍ଠିତ ହେବାକୁ ଯାଉଛି। ବଲିଉଡ୍‌, ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବାଲିଯାତ୍ରାର ବିଶେଷ ଆକର୍ଷଣ ହେବାକୁ ଯାଉଛି। 

୨୫୦୦ ଷ୍ଟଲରେ ହେବ ବ୍ୟବସାୟ
ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳାରେ ଉଭୟ ପଡ଼ିଆରେ ଏଥର ୨୫ଶହ ଷ୍ଟଲ୍‌ ଖୋଲାଯାଇଛି। ସେଥିମଧ୍ୟରୁ ଓର୍‌ମାସ୍‌ର ରହିଛି ୫୦୦ ଷ୍ଟଲ। ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ନିମନ୍ତେ ଓର୍‌ମାସ୍‌ରେ ଅଗ୍ରାଧିକାର ଦିଆଯାଇଛି। ଓର୍‌ମାସ୍‌ରେ ପିଠା ମହୋତ୍ସବ, ମାଟିପାତ୍ର ତିଆରି ଓ ତନ୍ତବୁଣା ଆଦି ମଧ୍ୟ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଚଳିତଥର ୭ଟି ଅନ୍ତର୍ଜାତୀୟ ଷ୍ଟଲ୍‌ ମଧ୍ୟ ସ୍ଥାନ ପାଇଛି।

ସୁରକ୍ଷା ଉପରେ କଡ଼ା ନଜର
ବାଲିଯାତ୍ରାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଚଳିତଥର ତଳ ପଡ଼ିଆରେ ୩ଟି ମୁଖ୍ୟ ପ୍ରବେଶ ଦ୍ୱାର, ଗୋଟିଏ ଜରୁରିକାଳୀନ ପ୍ରବେଶ/ପ୍ରସ୍ଥାନ ଦ୍ୱାର ଖୋଲାଯିବା ସହ ପଡ଼ିଆ ମଧ୍ୟରେ ଗମନାଗମନ ନିମନ୍ତେ ୪ଟି ରାସ୍ତା କରାଯାଇଛି। ଏଥିସହ ରାସ୍ତା କଡ଼ରେ ଉଠାଦୋକାନୀମାନଙ୍କୁ ବ୍ୟବସାୟ ପାଇଁ ବାରଣ କରାଯାଇଛି। ଧୂଳି ନିୟନ୍ତ୍ରଣ କରିବା ପାଇଁ ରାସାୟନିକ ମିଶ୍ରଣ ସ୍ପ୍ରେ କରାଯାଉଛି। ସେହିଭଳି ପାଣି ପରଦାରେ ଲେଜର ସୋ, ଡ୍ରୋନ୍ ସୋ, ଗୁଡ଼ି ଉତ୍ସବ ଆଦି ବ୍ୟବସ୍ଥା କରାଯାଇଛି। ପଡ଼ିଆର ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ୩୮୫ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି। ବୟସ୍କ ଓ ଭିନ୍ନକ୍ଷମମାନଙ୍କ ନିମନ୍ତେ ଇ-ରିକ୍ସା ବ୍ୟବସ୍ଥା କରାଯାଇଛି।