Odisha News: ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତରଙ୍ଗରେ କଳାକାର ସମାବେଶ
Advertisement
Article Detail0/zeeodisha/odisha2629315

Odisha News: ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତରଙ୍ଗରେ କଳାକାର ସମାବେଶ

ଭୁବନେଶ୍ୱର: ଚଳିତ ବର୍ଷ ଫେବୃଆରୀ ମାସ ୨ ତାରିଖ ଦିନ ଗୁରୁ କେଳଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଅନୁକୁଲ୍ୟରେ ଏକ ସମୃଦ୍ଧି ସାଂସ୍କୃତିକ କାର୍ଯ୍ୟକ୍ରମ "ସପ୍ତରଙ୍ଗ" ଅନୁଷ୍ଠିତ ହୋଇଛି। ଯେଉଁଥିରେ ସଙ୍ଗୀତ, ସୀତାର ବାଦନ, ନୃତ୍ୟକଳା ର ବର୍ଣ୍ଣାଢ୍ୟ ସମାବେଶ ମାଧ୍ୟମରେ ଭାରତୀୟ ବିମୁଦ୍ଘ କଳାର ପ୍ରଦର୍ଶନ କରାଯାଇଛି। ଏହି ଉତ୍ସବରେ

Odisha News: ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତରଙ୍ଗରେ କଳାକାର ସମାବେଶ

Odisha News: ଭୁବନେଶ୍ୱର: ଚଳିତ ବର୍ଷ ଫେବୃଆରୀ ମାସ ୨ ତାରିଖ ଦିନ ଗୁରୁ କେଳଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଅନୁକୁଲ୍ୟରେ ଏକ ସମୃଦ୍ଧି ସାଂସ୍କୃତିକ କାର୍ଯ୍ୟକ୍ରମ "ସପ୍ତରଙ୍ଗ" ଅନୁଷ୍ଠିତ ହୋଇଛି। ଯେଉଁଥିରେ ସଙ୍ଗୀତ, ସୀତାର ବାଦନ, ନୃତ୍ୟକଳା ର ବର୍ଣ୍ଣାଢ୍ୟ ସମାବେଶ ମାଧ୍ୟମରେ ଭାରତୀୟ ବିମୁଦ୍ଘ କଳାର ପ୍ରଦର୍ଶନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶୀ ଗାୟନ ପରମ୍ପରାର ମହାନ୍ ପ୍ରତିଭା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପାରମ୍ପରିକ ସଙ୍ଗୀତର ସୁନାମଧନ୍ୟା ଗାୟିକା ଶ୍ରୀମତୀ ସଙ୍ଗୀତା ଗୋସାଇଁ ଓ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ମୀରା ଦାସଙ୍କ ଯୋଗଦାନ କାର୍ଯ୍ୟକ୍ରମର ଗୁଣାତ୍ମକମାନ ବୃଦ୍ଧି କରିବା ସହ ଏହି ସବୁ କଳା ପରିପାଟୀ ମହାଭାରତୀୟ ସାଂସ୍କୃତିକ ପରିମଣ୍ଡଳକୁ କିପରି ଭାବରେ ସମୃଦ୍ଧ କରିଛି ତାର ଗୋଟିଏ ଆଭାସ ଦେଖିବାକୁ ମିଳିଛି।
  
ସୀମା ପଟ୍ଟନାୟକ, ପ୍ରଫେସର ଶୁଚେତା ପ୍ରିୟବାଦିନୀ ଙ୍କର ଯୁଗଳ ସୀତାର ବାଦ୍ୟ ପରିବେଷଣ, ଡଃ ବର୍ଷା ବୈଶାଳୀ ପରିଡ଼ାଙ୍କ ଅନନ୍ୟ ଓଡ଼ିଶୀ ନୃତ୍ୟ ଅଭିନୟ, ଶ୍ରୀମତୀ ସୀମା ନାୟାର, ଐଶ୍ଵର୍ଯ୍ୟା ରାଣୀ ଆର୍, ଗୋପିକା ଲକ୍ଷ୍ମଣ, ପ୍ରିୟଙ୍କା ବିଜୟ ରାଜ୍, ଶ୍ରୀମତୀ ଆକାଂକ୍ଷା ବିଜୟ ରାଜ୍ ଙ୍କ ଦ୍ଵାରା ପରିବେଷିତ ଭାରତନାଟ୍ୟମ୍ ଓ ମୋହିନିନାଟ୍ୟମ ଏହି କାର୍ଯ୍ୟକ୍ରମ ର ଏକ ଅନ୍ୟତମ ଆକର୍ଷଣ ଥିଲା। ଶେଷରେ ଶ୍ରୀମତୀ ଅନୁଯା ତାରିଣୀ ମିଶ୍ର, ଶ୍ରୀମତୀ ମିତାରାନୀ ବିଶ୍ଵାଳଙ୍କ ସଙ୍ଗୀତ ଦର୍ଶକ ଓ ଶ୍ରୋତାମାନଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା।

ଏହି କାର୍ଯ୍ୟକ୍ରମ ମହାଭରତୀୟ କଳା, ସଙ୍ଗୀତ, ନୃତ୍ୟବାଦ୍ୟ, ପ୍ରତି ପ୍ରଗାଢ ଅନୁରକ୍ତି ଓ ଆବେଗ ପୂର୍ଣ୍ଣ ରୁଚି ରଖିଥିବା ବିବିଧ ସାଂସ୍କୃତିକ ପରିବେଶରେ ଆସିଥିବା କଳାକାରଙ୍କୁ ଗୋଟିଏ ମଞ୍ଚରେ ସମାବିତ କରିବା ସହ ସେମାନଙ୍କର ଭାବାଗତ ଆଦନ ପ୍ରଦାନ ଜରିଆରେ ଭାରତୀୟ ପାରମ୍ପରିକ ଐତିହ୍ୟ ସମ୍ପନ୍ନ, କଳା ନୈପୁଣ୍ୟ କିପରି ଆଧୁନିକ ଯୁଗରେ ପ୍ରାସଙ୍ଗିକତା ଲାଭ କରିଛି ତାହାର ଗୋଟିଏ ଛାପ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

ବିଭିନ୍ନ ବୃତ୍ତିଗତ ଶାସ୍ତ୍ରୀୟ କଳାକାର ମାନଙ୍କୁ ସୁଚେତା ପ୍ରିୟବାଦିନୀ ଏବଂ ସୀମା ପଟ୍ଟନାୟକଙ୍କ ଦ୍ଵାରା ଏକତ୍ରିତ କରାଯାଇଥିଲା। ସେମାନଙ୍କର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହେଉଛି ଜନତାଙ୍କ ମଧ୍ୟରେ ଶାସ୍ତ୍ରୀୟ ସଙ୍ଗୀତ ପ୍ରଚାର କରିବା, ଏହାର ସଂରକ୍ଷଣ ଓ ଏହାକୁ ଉନ୍ନତି ଦିଗରେ ଆଗେଇ ନେବା। ସେମାନଙ୍କ ଉଦ୍ୟମ ପ୍ରତିଭା ମାନଙ୍କୁ ସେମାନଙ୍କର କଳା ପ୍ରଦର୍ଶନ କରିବାକୁ ଭିତ୍ତି ସ୍ଥାପନ କରିଛି। ଅନେକ ଦିନରୁ ଏହି ଅନୁଷ୍ଠାନ ସହିତ ଯୋଡିହୋଇଥିବା ଗୋପାଳ ଚନ୍ଦ୍ର ଘଡେଇ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଦାୟିତ୍ୱ ନେଇଥିଲେ l