ରାଜଧାନୀ ରାଜରାସ୍ତାରେ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର, ଦୁଇ ଅଟକ
Advertisement
Article Detail0/zeeodisha/odisha2477987

ରାଜଧାନୀ ରାଜରାସ୍ତାରେ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର, ଦୁଇ ଅଟକ

coast guard dig : ସେପଟେ ଖବର ପାଇ ନୟାପଲ୍ଲୀ ଥାନାରେ ପହଞ୍ଚି ଘଟଣାର ତଦାରଖ କରିଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏହାପରେ ଦୁଇ ଯୁବକଙ୍କୁ ଅଟକ ରଖିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର।

ରାଜଧାନୀ ରାଜରାସ୍ତାରେ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର, ଦୁଇ ଅଟକ

ଭୁବନେଶ୍ଵର: ରାଜଧାନୀରେ ପୁଣି ରୋଡ ରୋମିଓଙ୍କ ଉତ୍ପାତ । ଭରତପୁର ଘଟଣା ସାରା ଦେଶରେ କମ୍ପନା ସୃଷ୍ଟି କରିଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର। ପୁଣି ସେହି ରାଜଧାନୀରେ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୁଲିସ୍। ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଛାତ୍ର ଆଉ ଜଣେ ଇଞ୍ଜିନିୟର ହୋଇଥିବା ଜଣାପଡିଛି। 

ଅଭିଯୋଗ ଅନୁସାରେ, ଭାରତୀୟ ତଟ ସୁରକ୍ଷା ବା ଇଣ୍ଡିଆନ କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ଗତକାଲି ରାତିରେ ନୟାପଲ୍ଲୀ ବେହେରା ସାହି କଳିଙ୍ଗ ଷ୍ଟାଡିୟମ୍ ଛକରେ ଗାଡ଼ି ୟୁଟର୍ଣ୍ଣ କରିବାକୁ ଟ୍ରାଫିକ ସିଗନାଲରେ ଅଟକି ଥିଲେ। ସେତେବେଳେ ଡିଆଇଜିଙ୍କ କାର ସାମ୍ନାରେ ଏକ ବାଇକ ରଖି ସାଇଟ୍ ଦେବା ପାଇଁ ଇସାରା ଦେଇଥିଲେ ଦୁଇ ଜଣ ଯୁବକ। ଏହାପରେ ଦୁଇ ଯୁବକ ଏବଂ ଡିଆଇଜିଙ୍କ ମଧ୍ୟରେ ବଚସା ହୋଇଥିଲା l ଦୁଇ ମଦ୍ୟପ ଯୁବକଙ୍କ ମଧ୍ୟରେ ଜଣେ ଗାଡିରୁ ଓହ୍ଲାଇ ଆସି ଡିଆଇଜିଙ୍କୁ ଅଶାଳୀନ ଭାବେ ଗାଳି ଗୁଲଜ କରିଥିଲା। ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ। ସେପଟେ ଖବର ପାଇ ନୟାପଲ୍ଲୀ ଥାନାରେ ପହଞ୍ଚି ଘଟଣାର ତଦାରଖ କରିଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏହାପରେ ଦୁଇ ଯୁବକଙ୍କୁ ଅଟକ ରଖିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର।