Plus II instant exam: ଆଜି ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା, ୩୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ଏତିକି ପରୀକ୍ଷାର୍ଥୀ
Advertisement
Article Detail0/zeeodisha/odisha1777396

Plus II instant exam: ଆଜି ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା, ୩୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ଏତିକି ପରୀକ୍ଷାର୍ଥୀ

Plus II Instant Exam:  ସକାଳ ୧୦ଟାରୁ ଅପରାହ୍ନ ଦିନ ୧ଟା ମଧ୍ୟରେ ଗୋଟିଏ ସିଟିଂରେ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା କରାଯିବ । ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ଯରେ ଧନ୍ଦାମୂଳକ ବିଭାଗର ଥିଓରି ପରୀକ୍ଷା କରାଯିବ, କିନ୍ତୁ ଜୀବ ବିଜ୍ଞାନ-୧ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୧ଟା୩୦ ମିନିଟ୍ ଓ ଜୀବ ବିଜ୍ଞାନ-୨ ପରୀକ୍ଷା ପୂର୍ବାହ୍ନ ୧୧ଟା ୫୦ ମିନିଟ୍ ରୁ ଅପରାହ୍ନ ୧ଟା ୨୦ ମଧ୍ଯରେ ଅନୁଷ୍ଠିତ ହେବ ।

ସୌ(ସୋସିଆଲ ମିଡିଆ)

Plus II Instant Exam: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ (Arts, science, commerce and vocational) ପାଇଁ ଇନଷ୍ଟାଣ୍ଟ ପରୀକ୍ଷା ଆଜି ଅର୍ଥାତ୍ ଗୁରିବାର ଦିନ (୧୩ରୁ ୧୪ ତାରିଖ) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ଅପରାହ୍ନ ଦିନ ୧ଟା ମଧ୍ୟରେ ଗୋଟିଏ ସିଟିଂରେ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା କରାଯିବ । ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ଯରେ ଧନ୍ଦାମୂଳକ ବିଭାଗର ଥିଓରି ପରୀକ୍ଷା କରାଯିବ, କିନ୍ତୁ ଜୀବ ବିଜ୍ଞାନ-୧ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୧ଟା୩୦ ମିନିଟ୍ ଓ ଜୀବ ବିଜ୍ଞାନ-୨ ପରୀକ୍ଷା ପୂର୍ବାହ୍ନ ୧୧ଟା ୫୦ ମିନିଟ୍ ରୁ ଅପରାହ୍ନ ୧ଟା ୨୦ ମଧ୍ଯରେ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପାଖାପାଖି ଏକ ହଜାର ଛାତ୍ରଛାତ୍ରୀ ଇନଷ୍ଟାଣ୍ଟ ପରୀକ୍ଷା (Plus II instant exam) ନେଇ ନାମ ପଞ୍ଜୀକରଣ କରିଛନ୍ତି । ଖଲ୍ଲିକୋଟ ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୯୦ରୁ ଅଧିକ ପରୀକ୍ଷାର୍ଥୀ ରହିଥିବା ବେଳେ ରାୟଗଡ଼ା ଜିଲ୍ଲାରୁ ୪ ଜଣ ରହିଥିବା ସୂଚନା ମିଳିଛି । ତେବେ ଏଥିରେ ହେବାକୁ ଥିବା ଥିଓରି ପରୀକ୍ଷା ଲାଗି ସମଗ୍ର ରାଜ୍ୟରେ ମୋଟ ୩୨ଟି କେନ୍ଦ୍ର କରାଯାଇଛି । କେବଳ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାକୁ ବାଦ ଦେଲେ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ କେନ୍ଦ୍ର କରାଯାଇଛି । ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯାଇଛି । କେବଳ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ହିଁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ରହିଛି । ୨୦୨୦ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପରୀକ୍ଷାର୍ଥୀ ଏକ୍ସ- ରେଗୁଲାର ଓ ୨୦୨୧ ପଞ୍ଜୀକୃତ ଛାତ୍ରଛାତ୍ରୀ ରେଗୁରାଲ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ । ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମସ- ଇ-ସ୍ପେସରେ ଇନଷ୍ଟାଣ୍ଟ ପରୀକ୍ଷା ଲାଗି ଆଡ଼ମିଟ୍ କାର୍ଡ଼ ଉପଲବ୍ଧ କରାଯାଇଛି । ଜୁଲାଇ ୧୪ ତାରିଖରେ ଗୋଟିଏ ସିଂଟିରେ ଅର୍ଥାତ୍ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ଯରେ ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ହେବ ।  ତେବେ ଯଦି କୌଣସି ଛାତ୍ରଛାତ୍ରୀ ଥିଓରୀ ପାସ କରି କେବଳ ପ୍ରାକ୍ଟିକାଲରେ (practical) ଫେଲ ହୋଇଥିବେ ତାହାଲେ ମଧ୍ଯ ତାଙ୍କୁ ଉଭୟ ଥିଓରୀ (theory) ଓ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ । ସେହିପରି ଥିଓରୀରେ ଫେଲ ହୋଇ ପ୍ରାକ୍ଟିକାଲରେ ପାସ ହୋଇଥିଲେ କେବଳ ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ । ଉଭୟ ଥିଓରୀ ଓ ପ୍ରାକ୍ଟିକାଲରେ ଫେଲ ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ଉଭୟ ପରୀକ୍ଷା ଦେବାକୁ ପଡ଼ିବ ।

Also Read-Puri Anand Bazaar: ଆନନ୍ଦ ବଜାରର ବିଶୃଙ୍ଖଳା ପରେ ସୁଆର ମହାସୁଆର ନିଯୋଗର ଚେତାବନୀ

ସୂଚନା ଥାଉ କି, ଚଳିତ ବର୍ଷ ମେ ୩୧ ତାରିଖରେ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଥିଲା । ବିଜ୍ଞାନରେ ମୋଟ ପାସ୍ ହାର ୮୪.୯୩% ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ରହିଥିଲା । ବିଜ୍ଞାନରେ ମୋଟ ୯୩,୭୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮,୯୩୮ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିଲେ । ପ୍ରଥମ ଶ୍ରେଣୀରେ ୩୯,୫୭୩, ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ । ସେହିପରି ବାଣିଜ୍ୟରେ ମୋଟ୍ ୨୪,୦୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯,୫୩୬ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ ।ପରେ  ଜୁନ୍ ୮ ତାରିଖରେ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । କଳାରେ ପାସ ହାର ୭୮.୮୮ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୭୦.୪୩ ପ୍ରତିଶତ ଓ ଛାତ୍ରୀଙ୍କ ପାସ ହାର ୮୫.୬୬ ପ୍ରତିଶତ ରହିଥିଲା । ପାସହାରରେ ବାଲେଶ୍ବ ଜିଲ୍ଲା ଆଗରେ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ସବୁଠୁ ପଛରେ ପଡ଼ିଥିଲା । ସେହିପରି  ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୬୭.୪୮ ପ୍ରତିଶତ ରହିଥିଲା ।