Trending Photos
Mohan Charan Majhi: ଭୁବନେଶ୍ଵର: ଆସନ୍ତା ୨୫ ତାରିଖରେ ବିଧାନସଭାରେ ରାଜ୍ୟ ସରକାର ୨୦୨୪-୨୦୨୫ ମସିହା ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ପରାମର୍ଶ ସଭା ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରାକ୍-ବଜେଟ୍ ବୈଠକରେ ଯୋଗ ଦେଇ ବଜେଟର ବିଭିନ୍ନ ଦିଗ ଓ ଇକୋନୋମିକ ସର୍ଭେ ରିପୋର୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି। #PeoplesGovt pic.twitter.com/GtdksKlcqC
— CMO Odisha (@CMO_Odisha) July 12, 2024
ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡ଼ାଇ, ଶଶିଭୂଷଣ ବେହେରାଙ୍କ ସମେତ ବହୁ ଅତିଥି ବୈଠକରେ ଭାଗ ନେଇଥିଲେ। ଉପସ୍ଥାପିତ ହେବାକୁ ଥିବା ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ଅତିଥିମାନଙ୍କ ସହ ଆଲୋଚନା କରିବା ସହ ମତାମତ ଓ ପରାମର୍ଶ ଗ୍ରହଣ କରିଛନ୍ତି।
୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ଆଜି ପ୍ରାକ୍ ବଜେଟ୍ ପରାମର୍ଶ ସଭାରେ ଯୋଗ ଦେଲି । ଏହି ବଜେଟ୍ ଜନ ସାଧାରଣଙ୍କ କଲ୍ୟାଣ, ଓଡ଼ିଶା ଅସ୍ମିତା ଏବଂ ବିକଶିତ ଓଡ଼ିଶା ପାଇଁ ସହାୟକ ହେବ । pic.twitter.com/grBk9mInuA
— Mohan Charan Majhi (@MohanMOdisha) July 12, 2024
ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ବଜେଟ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଥିଲେ। ୨୦୨୪-୨୫ ବାର୍ଷିକ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ ଏସଏମଏସ ଜରିଆରେ ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ।