Bhubaneswar News: ସାଲିଆସାହି ବସ୍ତିବାସିନ୍ଦା ପୋଲିସ ଧସ୍ତାଧସ୍ତି, ଜାଣନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha1972696

Bhubaneswar News: ସାଲିଆସାହି ବସ୍ତିବାସିନ୍ଦା ପୋଲିସ ଧସ୍ତାଧସ୍ତି, ଜାଣନ୍ତୁ ପୂରା ରିପୋର୍ଟ

ସାଲିଆସାହି ବସ୍ତିକୁ ୬ଶହ ବର୍ଗ ଫୁଟର ଜମିପଟ୍ଟା ପ୍ରଦାନ ସହ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଦାବି କରିଛନ୍ତି ବସ୍ତିବାସିନ୍ଦା। 

ପ୍ରତିକାତ୍ମକ ଫଟୋ

Bhubaneswar News:  ଭୁବନେଶ୍ୱର: ରାଜଧାନୀରେ ପୋଲିସ ବସ୍ତିବାସିନ୍ଦା ଧସ୍ତାଧସ୍ତି। ସାଲିଆସାହି ବସ୍ତିବାସିନ୍ଦା ଆଜି ବିଧାନସଭା ଘେରାଉ କରିବାକୁ ଯିବା ବେଳେ ଘଟିଛି ଏହି ତୁମୁଳକାଣ୍ଡ। ଜମି ପଟ୍ଟା ଦାବିରେ ଆଜି ବିଧାନସଭା ଘେରାଉ କରିବାକୁ ଯିବା ସମୟରେ ବସ୍ତିବାସିନ୍ଦାଙ୍କୁ ଅଟକାଇଥିଲା ପୋଲିସ। ଫଳରେ ପୋଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଜମିପଟ୍ଟା ଦେବା ଦାବିରେ ଆନ୍ଦୋଳନକୁ ଓହ୍ଳାଇଛନ୍ତି ସାଲିଆ ସାହି ବାସିନ୍ଦା। ଶୋଭାଯାତ୍ରାରେ ଲୋୟର ପିଏମଜି ବାହାରିଛନ୍ତି ଆନ୍ଦୋଳନକାରୀ। ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି।

ସାଲିଆସାହି ବସ୍ତିକୁ ୬ଶହ ବର୍ଗ ଫୁଟର ଜମିପଟ୍ଟା ପ୍ରଦାନ ସହ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଦାବି କରିଛନ୍ତି ବସ୍ତିବାସିନ୍ଦା। ଭୁବନେଶ୍ୱରର ସମସ୍ତ ବସ୍ତିକୁ ସର୍ଭେ କରାଯାଇ ଜମି ଅଧିକାର ଦିଆଯାଉଥିବା ବେଳେ ସାଲିଆ ସାହିରେ କାହିଁକି ସର୍ଭେ କରାଗଲା ନାହିଁ ବୋଲି ପ୍ରଶ୍ନ କରିବା ସହିତ ସାଲିଆ ସାହି ଜଙ୍ଗଲ ଜମିରେ ଥିବାରୁ ୨୦୧୭ ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନରେ ଜମି ଦିଆଯାଇ ପାରିବ ନାହିଁ ବୋଲି କୁହାଗଲା। ବସ୍ତି ଭିତରେ ୨ଶହ ଫୁଟର ରାସ୍ତା ନାମରେ ସର୍ଭେ କରାଯାଇ ବସ୍ତି ବାସିନ୍ଦାଙ୍କୁ ଟ୍ରାଂଜିଟ କ୍ୟାମ୍ପକୁ ଠେଲି ଦେବାକୁ ଚକ୍ରାନ୍ତ କରଯାଇଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା।