Srimandira inside Area: ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶ୍ରୀମନ୍ଦିର ଭିତର ଏକ ଭିଡିଓ କେତେକ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏ ସମ୍ବନ୍ଧରେ ଅବଗତ ହେବାପରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଛନ୍ତି। ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇସାରିଛି।
ଶ୍ରୀମନ୍ଦିର ମଧ୍ୟରେ ଫଟୋ ତଥା ଭିଡିଓ ଉତ୍ତୋଳନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଅଟେ। ତେଣୁ ପୁନର୍ବାର ଶ୍ରୀମନ୍ଦିରର ସମସ୍ତ ସେବକ, ଅଧିକାରୀ ତଥା କର୍ମଚାରୀଙ୍କୁ ଜଣାଇ ଦିଆଯାଉଅଛି ଯେ ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ୍ କିମ୍ବା କ୍ୟାମେରା ନେଇ ଯିବେ ନାହିଁ। ଯିଏ ଏହାର ବ୍ୟତିକ୍ରମ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫଟୋ ବା ଭିଡିଓ ଉତ୍ତୋଳନ କରିଥିବା ଭକ୍ତ ବା ବ୍ଯକ୍ତିଙ୍କୁ ଦର୍ଶନ କରେଇଥିବା ସେବକ ବା ପଣ୍ଡାଙ୍କ ବିରୁଦ୍ଧରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ଯ ପ୍ରଶାସକ।
ସେପଟେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ ଶ୍ରୀମନ୍ଦିର ଭିତର ଦୃଶ୍ୟ ଭାଇରାଲ ହେବା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଗରୁଡ଼ସ୍ତମ୍ବ ଭିଡ଼ିଓ ଭାଇରାଲ ହୋଇଥିଲା। ଶ୍ରୀମନ୍ଦିର ଭିତର ଦୃଶ୍ୟ ବାହାରକୁ ଆସିବା କିମ୍ବା ଫଟୋ ଓ ଭିଡ଼ିଓ ଉଠାଇବା ପାଇଁ ବାରଣ ରହିଥିଲେ ମଧ୍ୟ ଅନେକ ଥର ଏପରି ହେଉଛି । କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନେବା ଉପରେ କଟକଣା ରହିଛି। ତଥାପି ଶ୍ରୀମନ୍ଦିର ଭିତରର ଦୃଶ୍ୟକୁ କ୍ୟାମେରାରେ କଏଦ କରି ଭାଇରାଲ କରାଯାଉଛି। ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଚତୁର୍ଦ୍ଧାମୂର୍ତ୍ତି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି। ଏହି ଭିଡ଼ିଓ ଜଣେ ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମରେ ପକାଇଥିବା ଜଣାପଡିଛି। ସେ ନିଜେ ପତିତପାବନ ନିକଟରେ ନିଜ ଫୋଟୋ ସହ ଏକ ଭିଡ଼ିଓ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ। ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ କିହାରିକୁ ଧରିବାରେ ସଫଳ ହୋଇନାହିଁ।