Coal Mines layoffs: କୋଇଲା ଖଣି ଶ୍ରମିକଙ୍କୁ ମାଡ଼ି ଆସୁଛି ବିପଦ, ଦିନକୁ ୧୦୦ ଛଟେଇ; ଓଡ଼ିଶା ହେବ ସର୍ବାଧିକ କ୍ଷତିଗ୍ରସ୍ତ
Advertisement
Article Detail0/zeeodisha/odisha1911752

Coal Mines layoffs: କୋଇଲା ଖଣି ଶ୍ରମିକଙ୍କୁ ମାଡ଼ି ଆସୁଛି ବିପଦ, ଦିନକୁ ୧୦୦ ଛଟେଇ; ଓଡ଼ିଶା ହେବ ସର୍ବାଧିକ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ସାରା ବିଶ୍ୱରେ ଖଣି ବିଶେଷକରି କୋଇଲା ଖଣି ଶ୍ରମିକଙ୍କ ଲାଗି ବିପଦ ଘନଉଛି। ଅକ୍ଷୟ ଶକ୍ତି ଆଡ଼କୁ ବିଶ୍ୱକଡ଼ ଲେଉଟାଉଥିବାରୁ କେଇଲା ଭିତ୍ତିକ ଶକ୍ତି ଉତ୍ପାଦନ ଦିନକୁ ଦିନ କମୁଛି। ଏହି ହେତୁ ୨୦୩୫ ସୁଦ୍ଧା ପ୍ରାୟ ୪ ଲକ୍ଷ ଚାକିରି ଛଟେଇ ହେବ ବୋଲି ଆଶଙ୍କା କରିଛି ଗ୍ଲୋବାଲ୍‍ ଏନର୍ଜୀ ମନିଟର। ବିଶ୍ୱସ୍ତରରେ ୧୫ ପ୍ରତିଶତ ଖଣି

Coal Mines layoffs: କୋଇଲା ଖଣି ଶ୍ରମିକଙ୍କୁ ମାଡ଼ି ଆସୁଛି ବିପଦ, ଦିନକୁ ୧୦୦ ଛଟେଇ; ଓଡ଼ିଶା ହେବ ସର୍ବାଧିକ କ୍ଷତିଗ୍ରସ୍ତ

Coal Mines layoffs: ଭୁବନେଶ୍ୱର: ସାରା ବିଶ୍ୱରେ ଖଣି ବିଶେଷକରି କୋଇଲା ଖଣି ଶ୍ରମିକଙ୍କ ଲାଗି ବିପଦ ଘନଉଛି। ଅକ୍ଷୟ ଶକ୍ତି ଆଡ଼କୁ ବିଶ୍ୱକଡ଼ ଲେଉଟାଉଥିବାରୁ କେଇଲା ଭିତ୍ତିକ ଶକ୍ତି ଉତ୍ପାଦନ ଦିନକୁ ଦିନ କମୁଛି। ଏହି ହେତୁ ୨୦୩୫ ସୁଦ୍ଧା ପ୍ରାୟ ୪ ଲକ୍ଷ ଚାକିରି ଛଟେଇ ହେବ ବୋଲି ଆଶଙ୍କା କରିଛି ଗ୍ଲୋବାଲ୍‍ ଏନର୍ଜୀ ମନିଟର। ବିଶ୍ୱସ୍ତରରେ ୧୫ ପ୍ରତିଶତ ଖଣି ବନ୍ଦ ହେବ ଏବଂ ଏହାଦ୍ୱାରା ଦିନକୁ ୧୦୦ ଜଣା ଚାକିରି ହରାଇବେ ବୋଲି ଆଶଙ୍କା କରାଯାଇଛି। 

ପୁଣି ଏହି ରିପୋର୍ଟରେ ଦର୍ଶାଟାଇଛି ଯେ, ଏହି ବିକଳ୍ପ ଶକ୍ତି ସନ୍ଧାନ ଦ୍ୱାରା ଭାରତ ଏବଂ ଚୀନର ଖଣି ଶ୍ରମିକମାନେ ବିଶେଷ ପ୍ରଭାବିତ ହେବେ। ଯାହେତୁ ଭାରତରେ ଓଡ଼ିଶା ସର୍ବାଧିକ କୋଇଲା ନିଜ ଗର୍ଭରେ ଗଚ୍ଛିତ କରି ରଖିଛି, ଏଣୁ ଏକ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ରାଜ୍ୟ ୮୮ ହଜାର ୧୦୪ ଦଶମିକ ୬୦ ମିଟ୍ରିକଟନ୍‍ କୋଇଲା ଗଚ୍ଛିତ ରହିଛି।  ଏପ୍ରିଲ୍‍ ୨୦୨୨ ସୁଦ୍ଧା ଜିଏସ୍‍ଆଇ ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଏହା କୁହାଯାଇଛି। 

କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଲୋକସଭାରେ ଦେଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୪ଟି କୋଇଲା  ବ୍ଲକ୍‍ ରହିଛି। ଏହି କୋଲ୍‍ ବ୍ଲକ୍‍ ଗୁଡ଼ିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ୨୦୧୬-୧୭ ମସିହାରୁ ୨୦୨୨ ଭିତରେ ୩୨ଟି କୋଇଲା ଖଣିକୁ ଆବଣ୍ଟନ କରାଯାଇଥିବା ସେ କହିଛନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏଥିରୁ ୧୮ଟି ଖଣି ଏବେ ଖନନ ଚାଲିଛି। ଏହି ଖଣିରେ ପ୍ରାୟ ୫୦ ହଜାରରୁ ଅଧିକ ଶ୍ରମିକ କାର୍ଯ୍ୟରତ। କୋଲ୍‍ ଇଣ୍ଡିଆ  ଏବଂ ଏମ୍‍ସିଏଲ୍‍ ଅଧୀନରେ ଥିବା ଖଣିରେ ୨୦ ହଜାର ୭୮୪ଜଣ ଶ୍ରମିକ କାର୍ଯ୍ୟରତ ଥିବା କୋଲ୍‍ ଇଣ୍ଡିଆ ପକ୍ଷରୁ ଦର୍ଶାଯାଇଛି। 
୨୦୨୨ ମସିହାରେ ଓଡ଼ିଶାରୁ ୧୮୫୦.୬୯ ଲକ୍ଷ ମେଟ୍ରିକ୍‍ ଟନ୍‍ କୋଇଲା ଖନନ କରାଯାଇଥିଲା। ୨୦୨୧ ବର୍ଷରେ ଏହି ପରିମାଣ ଥିଲା ୧୫୪୧.୫୧ ଲକ୍ଷ ମେଟ୍ରିକ୍‍ ଟନ୍‍।  ମହାନଦୀ କୋଲ୍‍ ଫିଲ୍ଡର ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀ ୧୯୩.୨୬ ଲକ୍ଷ ମେଟ୍ରିକ୍‍ ଟନ୍‍ କୋଇଲା ଉତ୍ପାଦନ କରି ୧୮୪୯୩ କୋଟି ଟଙ୍କା ଆୟ କରିଥିବା ଏମ୍‍ସିଏଲ୍‍ ରିପୋର୍ଟରେ ଦର୍ଶାଯାଇଛି। 

ସଦ୍ୟ ବଜେଟ୍‍ ଆୟକୁ ଦେଖିଲେ ଓଡ଼ିଶାର ସର୍ବାଧିକ ରାଜସ୍ୱ ଖଣିଜ ରାଜସ୍ୱ ହୋଇଥାଏ। କିନ୍ତୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଖଣିଜ ଦ୍ରବ୍ୟର ଚାହିଦା କମୁଥିବାରୁ ରାଜ୍ୟର ରାଜସ୍ୱ ମଧ୍ୟ ପ୍ରଭାବିତ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ  ରାଜ୍ୟର ଖଣିଜ ରାଜସ୍ୱ ୪୯ ହଜାର ୮୫୯ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୩୭ ହଜାର ୧୭୪ କୋଟି ଟଙ୍କାକୁ ହ୍ରାସ ପାଇଥିଲା। 

ଅପରପକ୍ଷେ ଏହି ଗ୍ଲୋବାଲ୍‍ ଏନର୍ଜୀ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତରେ କୋଲ ଇଣ୍ଡିଆ ଏହି ମାନ୍ଦାବସ୍ଥାରେ ଯଥେଷ୍ଟ ପ୍ରଭାବିତ ହେବ। ୨୦୫୦ ସୁଦ୍ଧା ପ୍ରାୟ ୭୪ ହଜାର କର୍ମଚାରୀ କୋଲ୍‍ ଇଣ୍ଡିଆ ଏବଂ ଏହା ସହ ଯୋଡ଼ି ହୋଇଥିବା କମ୍ପାନୀରୁ ଚାକିରି ହରାଇବେ। ଏବେ ବର୍ଷକୁ ୧୩ରୁ ୧୪ ହଜାର କର୍ମଚାରୀ ହରାଉଥିବା କୋଲ ଇଣ୍ଡିଆରେ ସମସ୍ୟା ଆହୁରି ଉତ୍କଟ ହେବା ଆଶଙ୍କା ରହିଛି।  ଯେହେତୁ ଓଡ଼ିଶାରେ କୋଲ୍‍ ଇଣ୍ଡିଆର ୨୦ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟରତ, ଏଣୁ ଏଠାରେ ମଧ୍‍ୟ ସମାନ ପ୍ରଭାବକୁ ଏଡ଼ାଇ ଦିଆଯାଇ ନପାରେ। 

ଖଣି ଶ୍ରମିକ ଚାକିରି ହରାଇବା ଏକ ବୈଶ୍ୱିକ ପ୍ରସଙ୍ଗ । ୨୦୫୦ ସୁଦ୍ଧା କାମ ହରାଇବାକୁ ଥିବା ଶ୍ରମିକଙ୍କ ସଂଖ୍ୟା ବଢ଼ି ୧୦ ଲକ୍ଷରେ ପହଞ୍ଚିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଓଡ଼ିଶା ଭଳି ରାଜ୍ୟ ଯାହା ଖଣି ଏବଂ ଖଣିଜ ରାଜସ୍ୱ ଉପରେ ଅଧିକ ନିର୍ଭରଶୀଳ, ଆଗକୁ ଆସୁଥିବା ସଙ୍କଟ, ରାଜ୍ୟ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ।

Also Read: Laxmi Bus: ‘ଲକ୍ଷ୍ମୀ ’ବସ୍ ଯୋଜନାର ଶୁଭାରମ୍ଭ କଲେ ନବୀନ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?

Also Read: Gold Rate: ସୁନା ଦରରେ ବୃହତ ବୃଦ୍ଧି, ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

Also Read: Israeli War: ୪୦ ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କଲେ ହାମାସ ଆତଙ୍କବାଦୀ, ଏଭଳି ପ୍ରତିକ୍ରିୟା ରଖିଲା ଇଜ୍ରାଏଲ