Budget Session: ଆଜିଠୁ ବିଧାନସଭା ଅଧିବେଶନ: ନଜର ପକାନ୍ତୁ ୫ ପ୍ରମୁଖ ବିନ୍ଦୁ
Advertisement
Article Detail0/zeeodisha/odisha2346890

Budget Session: ଆଜିଠୁ ବିଧାନସଭା ଅଧିବେଶନ: ନଜର ପକାନ୍ତୁ ୫ ପ୍ରମୁଖ ବିନ୍ଦୁ

Budget Session: ଆଜିଠାରୁ ଆରମ୍ଭ ହେଉଛି  ଅଷ୍ଟାଦଶ ବିଧାନସଭାର  ପ୍ରଥମ ଅଧିବେଶନ। ମୋହନ ମାଝିଙ୍କ ସରକାର ସମୟରେ ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ଅନେକ ଦିଗରୁ ଏହା ଗୁରୁତ୍ୱପୂର୍ଣ୍ଣ।  ଆସନ୍ତୁ ନଜର ପକାଇବା ଏମିତି କିଛି ବିନ୍ଦୁ ଉପରେ ଯାହା ଏ ଅଧିବେଶନକୁ ନେଇ ଆପଣଙ୍କ ଜାଣିବା ଦରକାର।

1.ମୋହନ ସରକାରଙ୍କ ଏହା ପ୍ରଥମ ଅଧିବେଶନ। ଏଥିରୁ ଜଣାପଡ଼ିବ ଶାସକ ଓ ବିରୋଧୀ କେବେ ଶକ୍ତ। ବିରୋଧି ଦଳକୁ ମଉନ କରିବାରେ ଶାସକ ଦଳ କେତେ ଆତ୍ମବିଶ୍ୱାସୀ। ଏବଂ କେମିତି ରହିବ ଆଗକୁ ନିୟନ୍ତ୍ରଣ। ପୂର୍ବରୁ ବିଜେପି ବିରୋଧୀ ଦଳ ଭାବେ ନବୀନ ସରକାରଙ୍କୁ ଅନେକ ଥର ହରଡ଼ ଘଣାରେ ପକାଇଥିଲା। ନିର୍ବାଚନ ପୂର୍ବ ଅଧିବେଶନ ଗୁଡ଼ିକରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜବାବ ମାଗି ଲୋକଙ୍କ ଆସ୍ଥା ଭାଜନ ହୋଇଥିଲା। ପୁଣି ଏବେ ବିରୋଧୀଙ୍କ ପାଖରେ ଅନେକ ଅସ୍ତ୍ର ରହିଛି। ପ୍ରଥମ ଅଧିବେଶନର ପ୍ରଥମ ଦିନରୁ ଏହାର ସୁରାଗ ନିଶ୍ଚିତ ମିଳିବା ଆଶଙ୍କା ରହିଛି।

2.ରଥ ଉପରେ ବଳଭଦ୍ର ପଡ଼ିଯିବା ଘଟଣାଠୁ ଆରମ୍ଭ କରି ବିଜେଡି ପାଖରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରଭୃତି ପ୍ରସଙ୍ଗ ରହିଛି। ରାଜ୍ୟର ବିକାଶକୁ ଏକାଠି ସାଙ୍ଗରେ ନେଇ ଚାଲିବାକୁ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ନବୀନଙ୍କୁ ନେଇଛନ୍ତି। ଏହିକ୍ରମରେ ସର୍ବଦଳୀୟ ବୈଠକ ଲାଗି ଖୋଦ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ବାସଭବନକୁ ନିମନ୍ତ୍ରଣ ଲାଗି ଯିବା ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ। ଏହା କ’ଣ ବିଜେଡିର ଆଭିମୁଖ୍ୟକୁ ଦୁର୍ବଳ କରିବ?

3.ବିଭିନ୍ନ ସମୟରେ ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ପରେ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣି ନଥିବା କହିବା ପ୍ରସଙ୍ଗ ରାଜ୍ୟ ଶାସନକୁ ଦୁର୍ବଳ କରୁଥିବା ଇଙ୍ଗିତ କରୁଛି। ଏହା ମଧ୍ୟ ବିଜେଡିକୁ ସହାୟକ ହୋଇପାରେ।

4.ଏହି ଅଧିବେଶନରେ ବଜେଟ୍‍ ଉପସ୍ଥାପନ ହେବ। ଆଠମାସ ପାଇଁ ବଜେଟ୍‍ ହେଉଥିଲେ ବି ଏହା ସରକାରଙ୍କ ଯୋଜନା ଓ ଖର୍ଚ୍ଚକୁ ପ୍ରତିନିଧିତ୍ୱ କରିବ। ଏହି କ୍ରମରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା, କୃଷକଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧୦୦ ଟଙ୍କା କରିବା ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ଅଭିନବ ଯୋଜନାକୁ କିପରି ରୂପାୟନ କରାଯିବ ତାହା ଜଣାପଡ଼ିବ।

5.ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଅଭିଭାଷଣ,  ଅର୍ଥନୀତିକ ରିପୋର୍ଟ ଏବଂ ବଜେଟ୍‍ ଉପସ୍ଥାପନ ପ୍ରଭୃତି କାର୍ଯ୍ୟକ୍ରମ ରହିଛି। ଏକ ବିରଳ ଘଟଣାକ୍ରମେ ମୁଖ୍ୟମନ୍ତ୍ରୀ ଖୋଦ୍‍ ଏଥର ବଜେଟ୍‍ ଉପସ୍ଥାପନ କରିବେ।