Odisha News: କୂଳ ଲଘୁଛି ସମୁଦ୍ର, ୩ ଗାଁ ଲୀନ ହେବା ଆଶଙ୍କା
Advertisement
Article Detail0/zeeodisha/odisha2480135

Odisha News: କୂଳ ଲଘୁଛି ସମୁଦ୍ର, ୩ ଗାଁ ଲୀନ ହେବା ଆଶଙ୍କା

ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲି ଗ୍ରାମବାସୀଙ୍କ ପାଇଁ ଜେମିତି ଅଭିଶପ୍ତ ପାଲଟିଛି ଗୋପାଳପୁର ବନ୍ଦର। ବନ୍ଦରର ଦକ୍ଷିଣ ଦିଗରେ ବ୍ୟାରେଜ ନିର୍ମାଣ ହେବା ପରଠାରୁ ସମୁଦ୍ର ଗର୍ଭରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୩ ଖଣ୍ଡ ଗ୍ରାମ ସମୂଦ୍ରଗର୍ଭରେ ଲୀନ ହେବାକୁ ବସିଥିବା ଅଭିଯୋଗ ହୋଇଛି। 

Odisha News: କୂଳ ଲଘୁଛି ସମୁଦ୍ର, ୩ ଗାଁ ଲୀନ ହେବା ଆଶଙ୍କା

ଗଜପତି (ପ୍ରେମାନନ୍ଦ ପୂଜାରୀ): ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲି ଗ୍ରାମବାସୀଙ୍କ ପାଇଁ ଯେମିତି ଅଭିଶପ୍ତ ପାଲଟିଛି ଗୋପାଳପୁର ବନ୍ଦର। ବନ୍ଦରର ଦକ୍ଷିଣ ଦିଗରେ ବ୍ୟାରେଜ ନିର୍ମାଣ ହେବା ପରଠାରୁ ସମୁଦ୍ର ଗର୍ଭରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୩ ଖଣ୍ଡ ଗ୍ରାମ ସମୂଦ୍ରଗର୍ଭରେ ଲୀନ ହେବାକୁ ବସିଥିବା ଅଭିଯୋଗ ହୋଇଛି। ଉଚ୍ଚା ଜୁଆର ଆସିବା ଯୋଗୁଁ ଏବେ ପୁଣିଥରେ ବଡ ଆର୍ଯ୍ୟପଲ୍ଲି କୁଳରେ ଥିବା ଏକ ମନ୍ଦିର ସହ ବାତ୍ୟା ଆଶ୍ରୟ ସ୍ଥଳୀଟି ସମୁଦ୍ର ଗର୍ଭରେ ବିଲିନ ହୋଇଯାଇଥିବା ଦେଖିବାକୁ ମିଳିଛି । ଜାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବିଗତ ୫ ବର୍ଷ ମଧରେ ସମୁଦ୍ର କୁଳଲଙ୍ଘି ୩ କିଲୋମିଟର ଗାଁ ମୁହାଁ ଅତିକ୍ରମ କରିସାରିଲାଣି । ଆଉ ମାତ୍ର ୫୦ ମିଟରର ଅପେକ୍ଷା ରହିଛି। ଯଦି ସମୁଦ୍ର ଏଭଳି ନିଜର ର କରାଳ ରୁପ ଦେଖାଏ ତେବେ ଓଡିଶା ମାନଚିତ୍ର ରେ ଆର୍ଯ୍ୟପଲ୍ଲି ପଞ୍ଚାୟତ ଇତିହାସ ପାଲଟିଯିବ ବୋଲି ଗ୍ରାମବାସୀ ମତ ରଖିଛନ୍ତି । 

ଆର୍ଯ୍ୟପଲ୍ଲୀ କୂଳରେ ପଥର ବନ୍ଧ ସହ ଗାର୍ଡ ୱାଲ ନିର୍ମାଣ କରିବା ଲାଗି ଲୋକେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ବାରମ୍ବାର ଗୁହାରୀ କରିଛନ୍ତି, କିନ୍ତୁ ଏଯାବତ୍ କିଛି ସେମିତି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇନାହିଁ। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇଚାଲିଛି। ଏଭଳି ପରିସ୍ଥିତିରେ ସରକାରଙ୍କ ହସ୍ତକ୍ଷେପ ଜରୁରି ହୋଇପଡିଛି। 

ସେପଟେ ସମୁଦ୍ର ଜୁଆର ମାଡ଼ରେ ଭାଙ୍ଗିଗଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବା ହେତୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା ସମୁଦ୍ରକୂଳିଆ ପରିବାର ଭୟଭୀତ ଅବସ୍ଥାରେ କାଳନ୍ଦିପାତ କରୁଛନ୍ତି । ବ୍ରହ୍ମପୁର ନିକଟବର୍ତ୍ତି ତଥା ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ସମୁଦ୍ର ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ଯୋଗୁଁ ତିନୋଟି ଗାଁ ଏବେ ବିପଦ ଆଡକୁ ଠେଲି ହୋଇଯାଉଛି । ଆର୍ଯ୍ୟପଲ୍ଲୀ ଗାଁ ନିକଟରେ ସମୁଦ୍ର କୂଳ ଲଘୁଥିଗବାରୁ ସମଗ୍ର ପଞ୍ଚାୟତବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । 

ଗୁରୁବାର ସକାଳୁ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମାଡ଼ି ଆସିବାରୁ କେ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ମତ୍ସ୍ୟଜୀବୀଙ୍କ ପାଇଁ ନିର୍ମିତ ଏକ ଆଶ୍ରୟସ୍ଥଳୀ ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି। ଏପରି କି ପୂର୍ବରୁ ସମୁଦ୍ର ନିକଟରେ ଥିବା ରାସ୍ତା ଧୋଇ ହୋଇଯିବା ସହ ସେଠାରେ ଥିବା ଛୋଟ ଛୋଟ ମନ୍ଦିର ମଧ୍ୟ ସମୁଦ୍ର ଜୁଆର ମାଡରେ ଭାଙ୍ଗି ନଷ୍ଟ ହୋଇଯାଇଛି। ଯାହା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଜୁଆର ମାଡ଼ରେ କ୍ଷତିଗସ୍ତ ହୋଇଥିବା ଆଶ୍ରୟସ୍ଥଳୀ ନିକଟରେ କିଛି ଘର ଥିବାରୁ ସଂପୃକ୍ତ ପରିବାର ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପଞ୍ଚାୟତବାସୀ କହିବା ମୁତାବକ ପୂର୍ବରୁ ସମୁଦ୍ର ଗ୍ରାମ ଠାରୁ ୩ କି.ମି ଦୂରରେ ଥିଲା କିନ୍ତୁ ଏବେ ସମୁଦ୍ର କ୍ରମଶଃ ଗ୍ରାମର ନିକଟବର୍ତ୍ତୀ ହେବାରେ ଲାଗିଛି । ଗ୍ରାମ ଠାରୁ ଏବେ ସମୁଦ୍ର ଆଉ ମାତ୍ର ୫୦ ମିଟର ଦୂରରେ ରହିଛି । ଅନ୍ୟପଟେ ଅଗସ୍ତି ନୂଆଗାଁ ପଞ୍ଚାୟତ ନୋଳିଆ ନୂଆଗାଁ ନିକଟକୁ ମଧ୍ୟ ସମୁଦ୍ର ମାଡ଼ି ଆସୁଥିରବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । 

ଜଳବାୟୁ ପରିବର୍ତ୍ତନ ସମେତ ବାରମ୍ବାର ଲଘୁଚାପଜନିତ ସାମୁଦ୍ରିକ ବାତ୍ୟା ଯୋଗୁଁ ସମୁଦ୍ର ଜଳରାଶି ଦିନକୁ ଦିନ ଉପକୂଳମୁହାଁ ହେଉଛି। ଫଳରେ ଆଗାମୀ ଦିନରେ ବହୁ ଗ୍ରାମ ସମୁଦ୍ରରେ ଲୀନ ହୋଇଯିବା ସମ୍ଭାବନା ଦେଖାଦେଇଛି। ଏଭଳି ପରିସ୍ଥିତି ଲାଗି ରହିଲେ ସମୁଦ୍ରକୂଳରେ ରହିଥିହବା ଘରଗୁଡ଼ିକ ଆଗାମୀ ଦିନରେ ବିଶେଷ ଭାବେ ପ୍ରଭାବିତ ହେବା ସହ ଆର୍ଯ୍ୟପଲ୍ଲୀ ପଚଂୟତ ଗଞ୍ଜାମ ମାନଚିତ୍ରରୁ ଲିଭିଯିବା ଆଶଙ୍କା ପ୍ରକାଶ ପାଇଛି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆଗୁଆ ପଦକ୍ଷେପ ନ ନେଲେ କ୍ରମଶଃ ଗ୍ରାମ ଗୁଡିକ ସମୁଦ୍ର ରେ ଲୀନ ହେବା ସମ୍ଭାବନା ରହିଛି । କେବଳ ଆର୍ଯ୍ୟପଲ୍ଲୀ ନୁହେଁ , ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଭୟଭୀତ ହୋଇପଡିଲେଣି । ଛତ୍ରପୁର ନିର୍ବାଚନା ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ, ଗଞ୍ଜାମ ବ୍ଳକର ପୋଡମପେଟା, ଚିକିଟି ବ୍ଲକର ରାମେୟାପାଟଣା ଅଞ୍ଚଳରେ ସମୁଦ୍ର ଧୀରେ ଧୀରେ କୂଳ ଖାଇବାରେ ଲାଗିଛି । ଏହା ପୁର୍ବରୁ ଅନେକ ଘର ସମୁଦ୍ରରେ ଲୀନ ହୋଇସାରିଲାଣି ।

 ଉପକୂଳ ଗ୍ରାମରେ ବହୁ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ସମୁଦ୍ର କୂଳ ଲଘୁଥିବା ଯୋଗୁଁ ନାନା ଆଶଙ୍କା ମଧ୍ୟରେ ରହୁଛନ୍ତି । ଗୋପାଳପୁର ବନ୍ଦରରେ ବ୍ୟାରିକେଟ ନିର୍ମାଣ ଯୋଗୁଁ ସମୁଦ୍ର ଗାଁ ମୁହାଁ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଗୋପାଳପୁର ବନ୍ଦର କର୍ତ୍ତୁପକ୍ଷ ଓ କେନ୍ଦ୍ର ,ରାଜ୍ୟ ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପ଼ଡିଛି ।