Cabinet: ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି। ସର୍ବନିମ୍ନ ମଜୁରି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Trending Photos
ଭୁବନେଶ୍ଵର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। Qସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି। ସର୍ବନିମ୍ନ ମଜୁରି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସର୍ବନିମ୍ନ ମଜୁରି ସଂଶୋଧିତ ହୋଇଛି। ସର୍ବନିମ୍ନ ମଜୁରୀ ୩୫୨ଟଙ୍କା ଥିଲା। ଏହାକୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଦ୍ଧ କୁଶଳୀଙ୍କର ମଜୁରି ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି, କୁଶଳୀମାନଙ୍କର ୫୦୦ ଓ ଉଚ୍ଚ କୁଶଳୀଙ୍କ ମଜୁରି ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର ସ୍ବତନ୍ତ୍ର ପାଣ୍ଠି ପ୍ରସ୍ତାବରେ ମୋହର ମାରିଛନ୍ତି ସରକାର। ରାଜ୍ୟରେ ଓ ଅସ୍ମିତା ଭବନ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଧି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପ୍ରଚେଷ୍ଟା କରାଯିବ। ବାଲିଯାତ୍ରାକୁ ଆନ୍ତର୍ଜାତୀୟ ଉତ୍ସବ ମାନ୍ୟତା ଦିଆଯିବ।
ସେହିପରି ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିମଧ୍ୟରୁ ୧୮ହଜାର ୭୮୮ଜଣ ପ୍ରାର୍ଥୀଙ୍କ ଚୟନ ଓ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଅଚଳ ପ୍ରକଳ୍ପକୁ ସଚଳ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ସେହିପରି ପିଏମ କିସାନ ଯୋଜନାରେ ୬ ଲକ୍ଷ ନୂତନ କୃଷକଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏମାନେ ପୂର୍ବ ସରକାର ସମୟରେ ପିଏମ କିସାନ ଯୋଜନାରୁ ବଞ୍ଚିତ କରିଥିଲେ। ପିଏମ କିସାନରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।