World Cup 2023: IND-NZ ମ୍ୟାଚରେ ଟସ୍ ଉପରେ ସମସ୍ତଙ୍କ ନଜର, ଯିଏ ଜିତିବ ଟସ୍ ସିଏ ମାରିବ ବାଜି !
Advertisement
Article Detail0/zeeodisha/odisha1959746

World Cup 2023: IND-NZ ମ୍ୟାଚରେ ଟସ୍ ଉପରେ ସମସ୍ତଙ୍କ ନଜର, ଯିଏ ଜିତିବ ଟସ୍ ସିଏ ମାରିବ ବାଜି !

Wankhede Stadium Toss Stats: ବିଶ୍ୱକପ୍ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଟିମ୍ । କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ସେମିଫାଇନାଲରେ ଆଜି ଟିମ୍ ଇଣ୍ଡିଆ(India) କିୱି ଦଳକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମ(Wankhede Stadium) ଠାରେ ଅନୁଷ୍ଠିତ ହେବ। 

World Cup 2023: IND-NZ ମ୍ୟାଚରେ ଟସ୍ ଉପରେ ସମସ୍ତଙ୍କ ନଜର, ଯିଏ ଜିତିବ ଟସ୍ ସିଏ ମାରିବ ବାଜି !

Wankhede Stadium Toss Stats: ବିଶ୍ୱକପ୍ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଟିମ୍ । କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ସେମିଫାଇନାଲରେ ଆଜି ଟିମ୍ ଇଣ୍ଡିଆ(India) କିୱି ଦଳକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମ(Wankhede Stadium) ଠାରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଛି। ସବୁଠୁ ବଡ଼ ଟେନସନ୍ ହେଉଛି ଟିମ୍ ଇଣ୍ଡିଆ ପୁଣି ଥରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବାକୁ ଯାଉଛି। ୨୦୧୯ ପରାଜୟର ସ୍ମୃତି ଏବେ ବି ସମସ୍ତଙ୍କ ମନ ଭିତରେ ରହିଛି।

ୱାନଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚକୁ ଆଉ କିଛି ଘଣ୍ଟା ବାକି ରହିଛି। ଏହି ମ୍ୟାଚ୍‌ରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଉଭୟ ଅଧିନାୟକଙ୍କ ଲକ୍ଷ୍ୟ ପ୍ରଥମେ ଟସ୍ ଜିତିବା। ଯଦି ଆମେ ବିଶ୍ୱକପରେ ପୂର୍ବରୁ ଏହି ୱାନଖେଡେ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ ଗୁଡିକୁ ଦେଖିବା, ଟସ୍ ଜବରଦସ୍ତ ଭୂମିକା ଗ୍ରହଣ କରିଛି। ମୁମ୍ବାଇର ଏହି ଗ୍ରାଉଣ୍ଡ ହାଇ ସ୍କୋରର ମ୍ୟାଚ୍ ପାଇଁ ଜଣାଶୁଣା। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍ ମଧ୍ୟ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

କେବଳ ଟସ୍ ଦଳ ପାଇଁ ମ୍ୟାଚ୍ ଜିତିବ କି?

ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ବିଶ୍ୱକପ ୨୦୨୩ ର ମୋଟ ୪ଟି ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୩ ଟି ମ୍ୟାଚ୍ ଜିତିଛି। ଅଷ୍ଟ୍ରେଲିଆ ଏକମାତ୍ର ଦଳ ଯିଏକି ରନ୍ ପଛରେ ଗୋଡ଼ାଇବା ବେଳେ ମ୍ୟାଚ୍ ଜିତିଥିଲା। ଏହି ମ୍ୟାଚ୍‌ରେ ଗ୍ଲେନ୍‌ ମ୍ୟାକ୍ସୱେଲ ଆଫଗାନିସ୍ତାନ ବିପକ୍ଷରେ ୨୦୧ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଯଦି ଆମେ ଏହି ଆକଳନଗୁଡିକୁ ଦେଖିବା, ତେବେ ଆଜିର ମ୍ୟାଚ୍ ରେ ଉଭୟ ରୋହିତ ଶର୍ମା ଏବଂ କେନ୍ ୱିଲିୟମସନ୍ ଙ୍କ ମଧ୍ୟରେ ଯିଏ ଟସ୍ ଯିତିବ ସିଏ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇପାରେ।

ଭାରତ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି-

ଏହି ଗ୍ରାଉଣ୍ଡରେ ୨୦୨୩ ବିଶ୍ୱକପ୍‌ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏକ ଲିଗ୍ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚର ଫଳାଫଳ ସମସ୍ତେ ଜାଣନ୍ତି। ପ୍ରଥମେ ବ୍ୟାଟିଂ କରି ଭାରତ ୩୫୭ ରନ୍ ସଂଗ୍ରହ କରିଥିଲା। ଏହା ପରେ ଟିମ୍ ଇଣ୍ଡିଆର ବୋଲରମାନେ ଶ୍ରୀଲଙ୍କାକୁ ମାତ୍ର ୫୫ ରନରେ ଆଉଟ୍ କରି ୩୦୨ ରନରେ ଏକ ବିରାଟ ବିଜୟ ହାସଲ କରିଥିଲେ। ଏଥି ସହିତ ଏହି ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ୨୨୯ ରନ୍ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଥିଲା ​।କେବଳ ଏତିକି ନୁହେଁ, ବାଂଲାଦେଶ ବିପକ୍ଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସମାନ ଗ୍ରାଉଣ୍ଡରେ ୧୪୯ ରନରେ ବିଜୟ ହାସଲ କରିଥିଲା। ଏଭଳି ପରିସ୍ଥିତିରେ ଆଜି ନିଶ୍ଚିତ ଯେ ଯିଏ ଟସ୍ ଜିତିବା ସିଏ ଜିତିବାଟା ଥୟ।

ଉଭୟ ଦଳର ସମ୍ଭାବ୍ୟ ଖେଳାଳୀ-

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।

ନ୍ୟୁଜିଲ୍ୟାଣ୍ଡ: କେନ୍ ୱିଲିୟମ୍ସନ୍ (ଅଧିନାୟକ), ଡିଭନ୍ କନୱେ, ରାଚିନ୍ ରବିନ୍ଦ୍ର, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟମ୍ ଲାଥାମ୍ (ୱିକେଟ୍ କିପର), ମାର୍କ ଚାପମାନ, ମିଚେଲ ସାଣ୍ଟନର୍, ଟିମ୍ ସାଉଥୀ, ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ୍।

Also Read: IND vs NZ: ବର୍ଷାରେ ଧୋଇ ଯିବ କି ପ୍ରଥମ ସେମିଫାଇନାଲ, କେମିତି ରହିବ ପାଣିପାଗ