T20 World Cup 2024 schedule: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ରୁ ଜୁଲାଇ ପର୍ଯ୍ୟନ୍ତ ଖେଳାଯିବ। ଏଥର ୨୦ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି।
Trending Photos
ICC T20I World Cup 2024: ଚଳିତ ବର୍ଷ ଜୁନ୍-ଜୁଲାଇରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି କାର୍ଯ୍ୟସୂଚୀ ପ୍ରକାଶ କରିଛି। ଆସନ୍ତା ଟି-୨୦ ବିଶ୍ୱକପ୍ ୯ ଜୁନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ବଡ଼ ମ୍ୟାଚ୍ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ପ୍ରକାଶିତ ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ କାର୍ଯ୍ୟସୂଚୀରେ ପାକିସ୍ତାନ, ଆୟର୍ଲାଣ୍ଡ, ଆମେରିକା ଏବଂ କାନାଡା ସହିତ ଭାରତ ଗ୍ରୁପ୍-ଏ ରେ ସ୍ଥାନିତ ହୋଇଛି।
ଭାରତର ସମସ୍ତ ଗ୍ରୁପ୍ ମ୍ୟାଚ୍ ଆମେରିକାରେ ଖେଳାଯିବ। ୫ ଜୁନରେ ନ୍ୟୁୟର୍କରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ସହିତ ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତ ଅଭିଯାନ ଆରମ୍ଭ କରିବ, ଏବଂ ୯ ଜୁନରେ ନ୍ୟୁୟର୍କରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ।
ପ୍ରଥମ ଥର ପାଇଁ ୨୦ ଦଳ ବିଶିଷ୍ଟ ଟି-୨୦ ବିଶ୍ୱକପ ୨୦୨୪ ଏକ ନୂତନ ଫର୍ମାଟରେ ଅନୁଷ୍ଠିତ ହେବ। ଏହି ଦଳଗୁଡିକ ଚାରୋଟି ଗ୍ରୃଫରେ ବିଭକ୍ତ କରାଯାଇଛି, ପ୍ରତ୍ୟେକ ଗ୍ରୃଫରେ ଶ୍ରେଷ୍ଠ ଦୁଇ ଦଳ ସୁପର ଆଠ ପର୍ଯ୍ୟାୟକୁ ଉନ୍ନୀତ କରିବେ। ଏହି ପର୍ଯ୍ୟାୟରେ ଅବଶିଷ୍ଟ ଦଳଗୁଡିକ ପ୍ରତ୍ୟେକ ଚାରୋଟି ଗ୍ରୃଫରେ ବିଭକ୍ତ କରାଯାଇଛି। ଏହି ଗ୍ରୁଫରେ ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲରେ ପ୍ରବେଶ କରିବେ ଓ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୩୦ ଜୁନରେ ଅନୁଷ୍ଠିତ ହେବ।
Get ready for the ultimate cricket carnival in the West Indies and the USA
Unveiling the fixtures for the ICC Men’s T20 World Cup 2024 #T20WorldCup | Details
— ICC (@ICC) January 5, 2024
ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍
ଭାରତ ବନାମ ଆୟର୍ଲାଣ୍ଡ - ୫ ଜୁନ୍, ନ୍ୟୁୟର୍କ
ଭାରତ ବନାମ ପାକିସ୍ତାନ - ୯ ଜୁନ୍, ନ୍ୟୁୟର୍କ
ଭାରତ ବନାମ ଆମେରିକା- ୧୨ ଜୁନ୍, ନ୍ୟୁୟର୍କ
ଭାରତ ବନାମ କାନାଡା - ୧୫ ଜୁନ୍, ଫ୍ଲୋରିଡା
ଟି-୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ ୨୦୨୪
ଗ୍ରୃଫ ପର୍ଯ୍ୟାୟ ମ୍ୟାଚ୍- ୧ ରୁ ୧୮ ଜୁନ୍
ସୁପର ୮ ପର୍ଯ୍ୟାୟ ମ୍ୟାଚ୍- ୧୯ ରୁ ୨୪ ଜୁନ୍
ସେମିଫାଇନାଲ ମ୍ୟାଚ୍- ୨୬ ଓ ୨୭ ଜୁନ୍
ଫାଇନାଲ୍ ମ୍ୟାଚ୍- ୨୯ ଜୁନ୍