IPL 2024: ଆଜି ଗୁଜୁରାଟ ଟାଇଟନ୍ସକୁ ଭେଟିବ ମୁମ୍ବାଇ ଇଣ୍ତିଆନ୍ସ, କାହାର ରହିବ ପଲ୍ଲା ଭାରି?
Advertisement
Article Detail0/zeeodisha/odisha2172019

IPL 2024: ଆଜି ଗୁଜୁରାଟ ଟାଇଟନ୍ସକୁ ଭେଟିବ ମୁମ୍ବାଇ ଇଣ୍ତିଆନ୍ସ, କାହାର ରହିବ ପଲ୍ଲା ଭାରି?

IPL 2024: ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଛି ଆଇପିଏଲ୍ ମହାସମର।  ପଂଚମ ଲିଗ୍ ମ୍ୟାଚରେ ଆଜି ଘରୋଇ ଗୁଜୁରାଟ୍ ଟାଇଟନ୍ସ ୫ ଥର ଚାମ୍ପିଆଲ୍ ମୁମ୍ବାଇ ଇଣ୍ତିଆନକୁ ଭେଟିବ। ଘରୋଇ ଗ୍ରାଉଣ୍ତରେ ଟାଇଟନ୍ସର ଦମଦାର୍ ପ୍ରଦର୍ଶନ କରିବାକୁ ଲକ୍ଷ ରଖିଥିଲେ ହିଁ ୨ ଦଳର ଅଧିନାୟକଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।  

ସୌଜନ୍ୟ-ସୋସିଆଲ ମିଡି଼ଆ

IPL 2024: ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଛି ଆଇପିଏଲ୍ ମହାସମର।  ପଂଚମ ଲିଗ୍ ମ୍ୟାଚରେ ଆଜି ଘରୋଇ ଗୁଜୁରାଟ୍ ଟାଇଟନ୍ସ ୫ ଥର ଚାମ୍ପିଆଲ୍ ମୁମ୍ବାଇ ଇଣ୍ତିଆନକୁ ଭେଟିବ। ଘରୋଇ ଗ୍ରାଉଣ୍ତରେ ଟାଇଟନ୍ସର ଦମଦାର୍ ପ୍ରଦର୍ଶନ କରିବାକୁ ଲକ୍ଷ ରଖିଥିଲେ ହିଁ ୨ ଦଳର ଅଧିନାୟକଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।  ଏହି ମ୍ୟାଚଟି ଆଜି ରାତି ୭ଟା ୩୦ରେ ଖେଳାଯିବ। ଗତ ୨ଟି ସିଜିନ ଧରି ହାର୍ଦ୍ଦିକ୍ ପାଣ୍ତ୍ୟା ଟାଇଟନ୍ସ ଦଳର ନେତୃତ୍ବ ନେଇଥିଲେ।  ତାଙ୍କ ଅଧିନରେ ଦଳ ଥରେ ଚାମ୍ପିଆନ୍  ଓ ଥରେ ରନର୍ସ ଅଫ୍ ହୋଇଥିଲା। ମାତ୍ର ଏଥର ସେ ମୁମ୍ବାଇ ଇଣ୍ତିଆନର ନେତୃତ୍ବ ନେଇଛନ୍ତି।  ବର୍ତ୍ତମାନ ତାଙ୍କ ଅଧିନରେ ସବୁଠୁ ସଫଳ ଅଧିନାୟକ ରୋହିତ୍ ଶର୍ମା ଖେଳିବେ।  ସେହିପରି ପାଣ୍ତ୍ୟା ଟାଇଟନ୍ସ ଛାଡିବା ପରେ ଶୁଭମନ୍ ଗିଲ୍ (Shubman Gill) ଅଧିନାୟକ ଭାବେ ପଦାର୍ପଣ କରିଛନ୍ତି । ଗତ ୨ ବର୍ଷ ମଧ୍ୟରେ ଉଭୟ ପରପ୍ପରକୁ ୪ ଥର ଭେଟିଛନ୍ତି।  ଏବଂ ୨ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ମାତ୍ର ଏଥର ନୂଆ ଅଧିନାୟକଙ୍କ ରଣ କୈଶଳକୁ ନେଇ ଦର୍ଶକଙ୍କ ମହଲରେ ଉତ୍ସଣ୍ଠା ବଢିଯାଇଛି। 

ମୁମ୍ବାଇ ଇଣ୍ତିଆନ୍ସ  ଆଜି ଷ୍ଟାର ବ୍ୟାଟର  ସୂର୍ଯ୍ୟ କୁମାର ଯାଦବଙ୍କ ବିନା ପଡିଆକୁ ଓହ୍ଲାଇବ। ହେଲେ ତାଙ୍କ ଅନୁପସ୍ଥିତି ପ୍ରଭାବ ପକାଇବ ନାହିଁ। ରୋହିତ୍ ଶର୍ମା ଓ ଇଶାନ୍ କିଶାନ୍ ଓପନିଂ କରିବେ। ପରେ  ତିଳକ ବର୍ମା, ଟିମ ଡେଭିଡ୍ ଓ ପାଣ୍ତ୍ୟା ବି ଗ୍ରାଉଣ୍ତକୁ ଓହ୍ଲାଇବେ। ସେହିପରି ଜସପ୍ରତ୍ ବୁମରା ବି ମଇଦାନକୁ ଓହ୍ଲାଇବେ।  ସେହିପରି ଗୁଜୁରାଟ୍ ଟାଇଟନ୍ସରେ ମଧ୍ୟ କିଛି ଖେଳାଳି ଅନୁପସ୍ଥତ ରହିଛନ୍ତି। ଧୂଆଁଧାର ବୋଲର ମହମ୍ମଦ ସାମି ଏଥର ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ କୌଣସି ମ୍ୟାଚ୍ ଖେଳିବେ ନାହିଁ ବୋଲି ଜଣାପଡି଼ଛି।  ସାମିଙ୍କ ଅନୁପସ୍ଥିତି ମ୍ୟାଚ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଟାଇଟନ୍ସରେ  ଡେଭିଡ୍ ମିଲର, ରାହୁଲ୍ ତେଓ୍ବାତିଆ ଓ ରସିଦ୍ ଖାନ୍ ଭଳି ଖେଳାଳୀ ରହିଛନ୍ତି।