Ranji Trophy: ପୃଥ୍ଵୀ ଶ'କୁ ପ୍ରଶଂସା କରି ଫସିଲେ ଜୟ ଶାହା, ଭାଇରଲ ହେଉଛି ଏହି ଟ୍ୱିଟ୍
Advertisement
Article Detail0/zeeodisha/odisha1525773

Ranji Trophy: ପୃଥ୍ଵୀ ଶ'କୁ ପ୍ରଶଂସା କରି ଫସିଲେ ଜୟ ଶାହା, ଭାଇରଲ ହେଉଛି ଏହି ଟ୍ୱିଟ୍

Jay Shah On Prithvi Shaw: ଆସାମ ବିପକ୍ଷରେ ୩୭୯ ରନ୍‌ର ଇନିଂସ ଖେଳି ପୃଥ୍ୱୀ ଶ' ଅନେକ ଜଣକ ରେକର୍ଡ ଭାଙ୍ଗିଛନ୍ତି ଓ ସେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ପ୍ରଶଂସା ପାଇବାରେ ଲାଗିଛନ୍ତି । ବିସିସିଆଇ ସଚିବ ଜୟ ଶାହା ମଧ୍ୟ ତାଙ୍କୁ ଟ୍ୱିଟ କରି ପ୍ରଶଂସା କରିଛନ୍ତି । 

ସୌ: ସୋସିଆଲ ମିଡିଆ

Jay Shah On Prithvi Shaw: ଆସାମ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ପୃଥ୍ଵୀ ଶ' ମୁମ୍ବାଇ ପାଇଁ ୩୭୯ ରନ୍ ସ୍କୋର କରିଥିଲେ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ନିଜ ଇନିଂସରେ ୪୯ ଟି ଚୌକା ଓ ଚାରିଟି ଛକା ସହାୟତାରେ ୩୮୩ ବଲରେ ୩୭୯ ରନ୍ ସଂଗ୍ରହ କରିଥିଲେ । ଯାହାପରେ ପୃଥ୍ଵୀ ଶ'ଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ରଣଜୀ ଟ୍ରଫି (Ranji Trophy) ଇତିହାସରେ ପୃଥ୍ଵୀ ଶ'ର ଏହା ହେଉଛି ଦ୍ୱିତୀୟ ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର । ସେ ଏହି ସ୍କୋର କରି ସଞ୍ଜୟ ମଞ୍ଜରେକରଙ୍କ (Sanjay Manjrekar ) ୩୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଶେଷ ଚାରିଟି ମ୍ୟାଚରେ ପୃଥ୍ଵୀ ଶ' (Prithvi Shaw) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ ଗୁଆହାଟୀରେ ଏକ ଚମତ୍କାର ତ୍ରି-ଶତକ ହାସଲ କରି ସେ ନିଜର ଫର୍ମ ପ୍ରଦର୍ଶନ କରିଥିଲେ ।

ପୃଥ୍ଵୀ ଶ' ଭାରତ ପାଇଁ ଶେଷ ମ୍ୟାଚ୍ ଜୁଲାଇ  ୨୦୨୧ ରେ ଖେଳିଥିଲେ । ପୃଥ୍ଵୀ ଶ' ଦୀର୍ଘ ଦିନ ଧରି ଘରୋଇ ଓ ଫ୍ରାଞ୍ଚାଇଜ୍ କ୍ରିକେଟ୍ ରେ ରନ୍ ସ୍କୋର କରିଆସୁଥିଲେ ମଧ୍ୟ ଭାରତୀୟ ଚୟନ କମିଟି ତାଙ୍କୁ ଅଣଦେଖା କରୁଛନ୍ତି । ତେବେ ଆସାମ ବିପକ୍ଷରେ ୩୭୯ ରନ୍‌ର ଇନିଂସ ଖେଳି ପୃଥ୍ୱୀ ଶ' ଅନେକ ରେକର୍ଡ ଭାଙ୍ଗିଛନ୍ତି ଓ ସେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ପ୍ରଶଂସା ପାଇବାରେ ଲାଗିଛନ୍ତି ।

ବିସିସିଆଇ ସଚିବ ଜୟ ଶାହା ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି । ଜୟ ଶାହା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଜରିଆରେ ଯୁବ ବ୍ୟାଟ୍ସମ୍ୟାନ୍ଙ୍କୁ ପ୍ରଶଂସା କରିଛନ୍ତି । ଶାହା ଟୁଇଟ୍ କରି କହିଛନ୍ତି, 'ରେକର୍ଡ ବୁକରେ ଆଉ ଏକ ଏଣ୍ଟ୍ରି । ପୃଥ୍ଵୀ ଶ'ଙ୍କ ଦ୍ୱାରା ଉଜ୍ଜ୍ୱଳ ଇନିଂସ । ରଣଜୀ ଟ୍ରଫିରେ ଦ୍ୱିତୀୟ ଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର କରିଥିବାରୁ ଅଭିନନ୍ଦନ। ଅନେକ ସମ୍ଭାବନା ସହିତ ଏକ ପ୍ରତିଭା । ବହୁତ ଗର୍ବିତ ।'

ଏହାର ଜବାବରେ ପୃଥ୍ଵୀ ଶ' କରିଥିବା ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ' ନିଜ ଟ୍ୱିଟରେ କହିଛନ୍ତି, 'ଜୟ ଶାହା ସାର୍ ଧନ୍ୟବାଦ । ଆପଣଙ୍କ ଉତ୍ସାହଜନକ ଶବ୍ଦର ଅର୍ଥ ବହୁତ । ନିରନ୍ତର କଠିନ ପରିଶ୍ରମ କରିବି ।

କହିରଖୁଛୁ ଯେ ଆସାମ ବିପକ୍ଷରେ ରେକର୍ଡ ବ୍ରେକ ଇନିଂସ ଖେଳି ଶ'ର ପୁଣିଥରେ ଭାରତୀୟ ଦଳରେ ଚୟନ ପାଇଁ ନିଜର ଦାବି ଜାହିର କରିଛନ୍ତି । ଆଗାମୀ ସମୟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତକୁ ସୀମିତ ଓଭର ସିରିଜ୍ ଖେଳିବାକୁ ପଡିବ ଓ ଏହା ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ପଡିବ । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ପୃଥ୍ଵୀ ଶ'ଙ୍କୁ ଜାତୀୟ ଦଳରେ ସୁଯୋଗ ମିଳୁଛି କି ନାହିଁ ।