KL Rahul Ruled Out: ବିଶ୍ୱକପ୍ ୨୦୨୩ ରୁ ବାଦ ପଡିବେ କେ.ଏଲ୍ ରାହୁଲ? ୩ ସେପ୍ଟେମ୍ବରରେ ହେବ ଟିମ୍ ଇଣ୍ଡିଆର ଘୋଷଣା
Advertisement
Article Detail0/zeeodisha/odisha1846627

KL Rahul Ruled Out: ବିଶ୍ୱକପ୍ ୨୦୨୩ ରୁ ବାଦ ପଡିବେ କେ.ଏଲ୍ ରାହୁଲ? ୩ ସେପ୍ଟେମ୍ବରରେ ହେବ ଟିମ୍ ଇଣ୍ଡିଆର ଘୋଷଣା

KL Rahul Injury update: ଭାରତ-ଅଷ୍ଟ୍ରେଲିଆ ସିରିଜ୍ ପରେ ବିଶ୍ୱକପ୍ ଟର୍ଣ୍ଣାମେଣ୍ଟ ଖେଳାଯିବ । କିନ୍ତୁ କେଏଲ ରାହୁଲ ବିଶ୍ୱକପ ପର୍ଯ୍ୟନ୍ତ ଫିଟ୍ ହେବେ କି? ବିଶ୍ୱକପରେ ଟିମ୍ ଇଣ୍ଡିଆର ଜର୍ସିରେ କେ.ଏଲ୍ ରାହୁଲଙ୍କୁ ଦେଖିବାକୁ ମିଳିବ କି? ଆସନ୍ତୁ କହୁଛୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ।

 

ସୌ: ସୋସିଆଲ ମିଡିଆ

KL Rahul Ruled Out: ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆ (Team India)ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ବାସ୍ତବରେ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ (KL Rahul) ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚରେ ଅଂଶଗ୍ରହଣ କରିବେ ନାହିଁ । କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି କେ.ଏଲ୍ ରାହୁଲଙ୍କ ଆଘାତ କେତେ ଗମ୍ଭୀର ଓ ସେ କେତେ ଦିନ ଭିତରେ ସମ୍ପୂର୍ଣ୍ଣ ଫିଟ୍ ହୋଇପାରିବେ? କେଏଲ ରାହୁଲଙ୍କ ଆଘାତ ଟିମ୍ ମ୍ୟାନେଜମେଣ୍ଟର ସମସ୍ୟାକୁ ବୃଦ୍ଧି କରିଛି । ଏସିଆ କପ୍ ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଟି ଦିନିକିଆ ମ୍ୟାଚ୍ ସିରିଜ୍ ଖେଳିବ ।

ବିଶ୍ୱକପରୁ ବାଦ୍ ପଡିବେ କି କେଏଲ ରାହୁଲ?
ଭାରତ-ଅଷ୍ଟ୍ରେଲିଆ ସିରିଜ୍ ପରେ ବିଶ୍ୱକପ୍ ଖେଳାଯିବ । କିନ୍ତୁ କେଏଲ ରାହୁଲ ବିଶ୍ୱକପ ପର୍ଯ୍ୟନ୍ତ ଫିଟ୍ ହେବେ କି? ବିଶ୍ୱକପରେ ଟିମ୍ ଇଣ୍ଡିଆର ଜର୍ସିରେ କେ.ଏଲ୍ ରାହୁଲଙ୍କୁ ଦେଖିବାକୁ ମିଳିବ କି? କେଏଲ ରାହୁଲଙ୍କ ଫିଟନେସ ଉପରେ ଏବେବି ଅନେତ ପ୍ରଶ୍ନ ଉଠୁଛି । ଏସିଆ କପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ କେଏଲ ରାହୁଲ ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଅଂଶଗ୍ରହଣ କରିବେ ନାହିଁ । ଯଦିଓ ଏହା ପରେ ସେ ସମ୍ପୂର୍ଣ୍ଣ ଫିଟ୍ ହେବେ କି ନାହିଁ... ବର୍ତ୍ତମାନ ସମୟରେ ଏହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି ।

ଖବର ଅନୁଯାୟୀ ରାହୁଲ ଟିମ୍ ଇଣ୍ଡିଆ ସହିତ ଶ୍ରୀଲଙ୍କା ଯିବେ ନାହିଁ । ସେ ବାଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରହିବେ ଓ ଏସିଆ କପ୍ ର ସୁପର ଫୋର୍ ମ୍ୟାଚ୍ ପାଇଁ ୪ ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆ ସହ ଯୋଗଦେବେ । ଦ୍ରାବିଡ ରାହୁଲଙ୍କ ବିଷୟରେ କହିଛନ୍ତି, ସେ ବହୁତ ଭଲ କରୁଛନ୍ତି । ତାଙ୍କର ଅଗ୍ରଗତି ବହୁତ ଭଲ । କିନ୍ତୁ ସେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖେଳିବେ ନାହିଁ । ଆସନ୍ତା କିଛି ଦିନ ପାଇଁ ତାଙ୍କର ଏନସିଏର ଯତ୍ନ ନିଆଯିବ ।

ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା
ନିକଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏସିଆ କପ୍ ପାଇଁ ଘୋଷଣା କରାଯାଇଥିଲା । ଏହି ଭାରତୀୟ ଦଳରେ ଦୀର୍ଘ ସମୟ ପରେ ଆଘାତରେ ପୀଡିତ କେ.ଏଲ୍ ରାହୁଲଙ୍କୁ ସ୍ଥାନ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସୁଛି । ଆଇପିଏଲ୍ ୨୦୨୦ ସିଜିନରେ କେ.ଏଲ୍ ରାହୁଲ ଆହତ ହୋଇଥିଲେ । ଏହା ପରେ ସେ କ୍ରିକେଟ ପଡିଆରୁ ଦୂରରେ ଥିଲେ । ସୂଚନାଯୋଗ୍ୟ, ଏସିଆ କପରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ୨ ସେପ୍ଟେମ୍ବରରେ ଖେଳାଯିବ । କେଏଲ ରାହୁଲ ଭାରତ-ପାକିସ୍ତାନ ମ୍ୟାଚର ଅଂଶ ହେବେ ନାହିଁ ।