WTC Final: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ ବାଦ ପଡିବ ଟିମ୍ ଇଣ୍ଡିଆ, କ’ଣ କରିବେ ରୋହିତ ଶର୍ମା? ଆଇସିସି ଦେଲା ଏହି ସମୀକରଣ
Advertisement
Article Detail0/zeeodisha/odisha1579600

WTC Final: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ ବାଦ ପଡିବ ଟିମ୍ ଇଣ୍ଡିଆ, କ’ଣ କରିବେ ରୋହିତ ଶର୍ମା? ଆଇସିସି ଦେଲା ଏହି ସମୀକରଣ

WTC Final: ଭାରତ ଓ ଅଷ୍ଟ୍ରେଲିଆ (India and Australia) ମଧ୍ୟରେ ବର୍ତ୍ତମାନ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି । ଟିମ୍ ଇଣ୍ଡିଆ (Team India) ପ୍ରଥମ ୨ ଟେଷ୍ଟ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଆଡକୁ ଗତି କରିଛି । ଏସବୁ ପରେ ମଧ୍ୟ ଆଇସିସି (ICC) ଅନୁଭବ କରୁଛି ଯେ ଫାଇନାଲ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ହୋଇପାରେ । 

ସୌ: ସୋସିଆଲ ମିଡିଆ

WTC Final 2023: ରୋହିତ ଶର୍ମାଙ୍କ (Rohit Sharma) ନେତୃତ୍ୱରେ ଟିମ୍ ଇଣ୍ଡିଆର (Team India) ଚମତ୍କାର ପ୍ରଦର୍ଶନ ଜାରି ରହିଛି । ଟିମ୍ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ସିରିଜରେ ଭାରତୀୟ ଦଳର ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା ଭଲ ରହିଛି । ଭାରତ ପ୍ରଥମ ସୁଇଟି ଟେଷ୍ଟରେ ଜିତି ସିରିଜର ୨-୦ ଅଗ୍ରଣୀ ହାସଲ କରିଛି । ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (World Test Championship) ର ଏକ ଅଂଶ । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ (WTC Final) ପହଞ୍ଚିବା ଦଳ ବିଷୟରେ ଆଇସିସି (ICC) ପୂର୍ବାନୁମାନ କରିଛି । ଏହି ଅନୁଯାୟୀ ଭାରତୀୟ ଦଳ ମଧ୍ୟ ବାଦ ପଡିପାରେ ।

ଆଇସିସି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତ ଓ ଅଷ୍ଟ୍ରେଲିଆ (India and Australia) ମଧ୍ୟରେ ୮୮.୯ ପ୍ରତିଶତ ଫାଇନାଲ ହେବାର ସମ୍ଭାବନା ଅଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା (Australia and Sri Lanka) ମଧ୍ୟରେ ଟାଇଟଲ୍ ମ୍ୟାଚ୍ ହେବାର ସମ୍ଭାବନା ୮.୩ ପ୍ରତିଶତ ରହିଛି । ଏଥି ସହିତ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ସଂଖ୍ୟା ୨.୮ ପ୍ରତିଶତ ରହିଛି । ଟିମ୍ ଇଣ୍ଡିଆ ଦିଲ୍ଲୀ ଟେଷ୍ଟରେ ବିଜୟୀ ହେବା ସହିତ ଦକ୍ଷିଣ ଆଫ୍ରିକା ଦଳ ଫାଇନାଲ ପାଇଁ ରେସରୁ ବାହାରେ ଅଛି । ବର୍ତ୍ତମାନ କେବଳ ୩ଟି ଦଳ WTC ଫାଇନାଲ ପାଇଁ ଲଢୁଛନ୍ତି ।

fallback

ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲ ବିଷୟରେ କହିବାକୁ ଗଲେ ଅଷ୍ଟ୍ରେଲିଆ ଦଳ ୬୬.୬୭ ପ୍ରତିଶତ ପଏଣ୍ଟ ସହ ପ୍ରଥମ ଓ ୬୪.୦୬ ପଏଣ୍ଟ ସହ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ଯଦି ୧ ମାର୍ଚ୍ଚରୁ ଇନ୍ଦୋରରେ ଆରମ୍ଭ ହେବାକୁ ଥିବା ଟେଷ୍ଟରେ ଭାରତୀୟ ଦଳ ଜିତେ, ତେବେ ଦଳ ଟେବୁଲ ଶୀର୍ଷରେ ପହଞ୍ଚିବ ଓ ଫାଇନାଲରେ ମଧ୍ୟ ସ୍ଥାନ ସୁରକ୍ଷିତ କରିବ । ଶ୍ରୀଲଙ୍କାର ଦଳ ବର୍ତ୍ତମାନ ୫୩.୩୩ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।

fallback

ଯଦି ଅଷ୍ଟ୍ରେଲିଆ ଦଳ ଭାରତ ବିପକ୍ଷ ପରବର୍ତ୍ତୀ ୨ ଟେଷ୍ଟରେ ଡ୍ର କିମ୍ବା ଜିତେ ତେବେ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବାର ସୁଯୋଗ ପାଇବ । ଯଦି ଉଭୟ ଟେଷ୍ଟ ଡ୍ର ହୁଏ, ତେବେ ଭାରତୀୟ ଦଳର ସର୍ବାଧିକ ପଏଣ୍ଟ ୬୦.୬୪ ପ୍ରତିଶତ ହେବ । ଅନ୍ୟପକ୍ଷରେ, ଯଦି ଶ୍ରୀଲଙ୍କା ଏହାର ଅନ୍ତିମ ସିରିଜରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉଭୟ ଟେଷ୍ଟ ଜିତିବ, ତେବେ ଏହା ୬୧.୧୧ ପ୍ରତିଶତ ପଏଣ୍ଟ ପାଇବ । ତେବେ, ଯେଉଁଭଳି ଭାବରେ ଭାରତୀୟ ପ୍ରଦର୍ଶନ କରୁଛନ୍ତି, ଦଳ ଫାଇନାଲରେ ପହଞ୍ଚିବା ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଏ ।

ଏହା ବି ପଢ଼ନ୍ତୁ: IND vs AUS: ଟିମ୍ ଇଣ୍ଡିଆର କିଏ ହେବେ ଉପ-ଅଧିନାୟକ? ସାମ୍ନାକୁ ଆସିଲା ଏହି ତିନିଜଣ ଖେଳାଳିଙ୍କ ନାମ

ଏହା ବି ପଢ଼ନ୍ତୁ: Delhi Test: କଙ୍ଗାରୁ ଦଳ ଦେଖାଇଲା ଖେଳ ଭାବନା, ପୂଜାରଙ୍କ ୧୦୦ ତମ ଟେଷ୍ଟରେ ଦେଲେ ଏହି ବିଶେଷ ଉପହାର