ସୁବର୍ଣ୍ଣପୁରରେ ହକି ଖେଳକୁ ପ୍ରତ୍ସାହନ ଦେବା ପାଇଁ କ୍ରୀଡାବିତ ଚିହ୍ନଟ ଶିବିର , ଆନ୍ତର୍ଜାତିକ ଖେଳାଳି ବାହାରିବା ନେଇ ଆଶା
Advertisement
Article Detail0/zeeodisha/odisha1207770

ସୁବର୍ଣ୍ଣପୁରରେ ହକି ଖେଳକୁ ପ୍ରତ୍ସାହନ ଦେବା ପାଇଁ କ୍ରୀଡାବିତ ଚିହ୍ନଟ ଶିବିର , ଆନ୍ତର୍ଜାତିକ ଖେଳାଳି ବାହାରିବା ନେଇ ଆଶା

(ସୁବର୍ଣ୍ଣପୁର, ନିରଞ୍ଜନ ମିଶ୍ର )ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ରାଜ୍ୟରେ ଖେଳ ଓ ଖେଳାଳୀ ତଥା କ୍ରୀଡା ଭିତ୍ତିଭୂମିକୁ ଗରୁତ୍ବ ପ୍ରଦାନ ପୂର୍ବକ ଅନେକ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି l ରାଜ୍ୟର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭା ସମ୍ପନ୍ନ ଖେଳ ପ୍ରେମୀ ଯୁବକ ଯୁବତୀକୁ ଭବିଷ୍ୟତରେ ଏକ ପ୍ରଶସ୍ତ ମାର୍ଗ ଦେବା ସହ ସଫଳ ଖେଳାଳୀ କରିବା ଉଦେଶ୍ୟ ନେଇ ପ୍ରତିଭା ସମ୍ପନ୍ନ ଖେଳାଳୀ ତଥା କ୍ରୀଡାବିତମାନଙ୍କୁ ଚିହ୍ନଟ ନିମନ୍ତେ ବିଭାଗର ପ୍ରଚେଷ୍ଟାରେ ଚିହ୍ନଟ ଶିବିର ତଥା ଖେଳ ଆନୁସଙ୍ଗିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

 

ସୁବର୍ଣ୍ଣପୁରରେ ହକି ଖେଳକୁ ପ୍ରତ୍ସାହନ ଦେବା ପାଇଁ କ୍ରୀଡାବିତ ଚିହ୍ନଟ ଶିବିର , ଆନ୍ତର୍ଜାତିକ ଖେଳାଳି ବାହାରିବା ନେଇ ଆଶା

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଭା ସମ୍ପନ୍ନ ହକି ଖେଳାଳୀ ଚିହ୍ନଟ ନିମନ୍ତେ ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣୀପାଲି ଓ ସଦରମହକୁମା ସ୍ଥିତ ଗାନ୍ଧୀ ପଡିଆ ଠାରେ ହକି ଖେଳାଳୀ ଚି଼ହ୍ନଟ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l 

ଓଡିଶା ନୋଭାଲ ଟାଟା ହକିର ତୃଣମୂଳ ସ୍ତରୀୟ ଖେଳ ସଂଯୋଜକ ଶେଖର ଚନ୍ଦ୍ର ବେହେରା, ଜିଲ୍ଲା ପରିଦର୍ଶନରେ ଆସି ଦକ୍ଷିଣୀପାଲି ଖେଳ ପଡିଆ ଓ ସୋନପୁର ଗାନ୍ଧୀ ପଡିଆ ଠାରେ ଜିଲ୍ଲା କ୍ରୀଡା ଓ ଯୁବ ସେବା ବିଭଗ ତରଫରୁ ଆୟୋଜିତ ଯୁବକ ଯୁବତୀ ତଥା ମୋ ସ୍କୁଲ ହକି କ୍ଳବର ଛାତ୍ର ଛାତ୍ରୀଙ୍କୁ ନେଇ କରାଯାଇଥିବା ହକି ଖେଳକୁ ପରିଦର୍ଶନ କରିବା ସହିତ ପ୍ରତିଭାବାନ ହକି ଖେଳାଳୀଙ୍କୁ ଚିହ୍ନଟ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି l ଜିଲ୍ଲା କ୍ରୀଡା ଓ ଯୁବ ସେବା ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ଅନୁଷ୍ଠିତ ଏହି ପ୍ରତିଭାବାନ ହକି ଖେଳାଳୀ ଚିହ୍ନଟ କାର୍ଯ୍ୟକ୍ରମରେ,  ସିଣ୍ଡୋଲ ସରପଞ୍ଚ ଶ୍ରୀ ପ୍ରଦୀପ ଦେହୁରୀ, ହକି କୋଚ ମାର୍କୋସ ଟପ୍ପନୋ, ହକି କୋଚ କୁଲଦୀପ ମିଞ୍ଜ, ଖେଳ ଶିକ୍ଷକ ମହମ୍ମଦ କଲିମ, ପିଇଟି ରଘୁନାଥ ଥନାପତି, ଖେଳ ପ୍ରଶିକ୍ଷକ ସୁବାଷ ଚନ୍ଦ୍ର ବାରିକ, ବିଭଗୀୟ କର୍ମଚାରୀ ଦୁଃଖିଶ୍ୟାମ ସେଠୀ ତଥା ଅଂଚଳର ଖେଳ ପ୍ରେମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସହଯୋଗ କରିଥିଲେ l

ଖେଳାଳୀ ଚିହ୍ନଟ ନିମନ୍ତେ ଆୟୋଜିତ ହକି ଖେଳରେ ଦକ୍ଷିଣୀପାଲି ତଥା ଜିଲ୍ଲାର ହକି ଖେଳରେ ରୁଚି ଥିବା ଯୁବକ ଯୁବତୀ, ଓ ମହାରାଜା ଉଚ୍ଚବିଦ୍ୟାଳୟ ସୋନପୁରର ମୋ ସ୍କୁଲ ହକି କ୍ଳବର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।