IND vs PAK: ଏମିତି ୩ କ୍ରିକେଟର, ଯେଉଁମାନେ ଉଭୟ ପାକିସ୍ତାନ ଓ ଭାରତ ପାଇଁ ଖେଳିଥିଲେ ଟେଷ୍ଟ, ପଢନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha1857080

IND vs PAK: ଏମିତି ୩ କ୍ରିକେଟର, ଯେଉଁମାନେ ଉଭୟ ପାକିସ୍ତାନ ଓ ଭାରତ ପାଇଁ ଖେଳିଥିଲେ ଟେଷ୍ଟ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ସେଦିନ ଥିଲା ୧୯୫୨ ମସିହା, ଅକ୍ଟୋବର ୧୬। ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଭାରତ ମଧ୍ୟରେ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ମ୍ୟାଚ ଚାଲିଥିଲା। ପାକିସ୍ତାନ ତାର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିଲା। ଆଉ ଏହି ମୈଦାନରେ ଲେଖାଯାଇଥିଲା ଏକ ଇତିହାସ। ଏହି ମ୍ୟାଚରେ ସୃଷ୍ଟି ହୋଇଥିଲା ଏକ ହୃଦୟସ୍ପର୍ଷି କାହାଣୀ। ଏହି ମ୍ୟାଚରେ ଏଭଳି ୩

IND vs PAK: ଏମିତି ୩ କ୍ରିକେଟର, ଯେଉଁମାନେ ଉଭୟ ପାକିସ୍ତାନ ଓ ଭାରତ ପାଇଁ ଖେଳିଥିଲେ ଟେଷ୍ଟ, ପଢନ୍ତୁ ପୂରା ରିପୋର୍ଟ

IND vs PAK: ନୂଆଦିଲ୍ଲୀ: ସେଦିନ ଥିଲା ୧୯୫୨ ମସିହା, ଅକ୍ଟୋବର ୧୬। ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଭାରତ ମଧ୍ୟରେ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ମ୍ୟାଚ ଚାଲିଥିଲା। ପାକିସ୍ତାନ ତାର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିଲା। ଆଉ ଏହି ମୈଦାନରେ ଲେଖାଯାଇଥିଲା ଏକ ଇତିହାସ। ଏହି ମ୍ୟାଚରେ ସୃଷ୍ଟି ହୋଇଥିଲା ଏକ ହୃଦୟସ୍ପର୍ଷି କାହାଣୀ। ଏହି ମ୍ୟାଚରେ ଏଭଳି ୩ ଜଣ ଖେଳାଳି ରହିଥିଲେ ଯେଉଁ ୩ ଜଣ ଉଭୟ ଭାରତ ଓ ପାକିସ୍ତାନ ପାଇଁ ମ୍ୟାଚ ଖେଳିଥିଲେ। ଏମାନେ ଥିଲେ ଅବ୍ଦୁଲ ହାଫିଜ କାରଦାର (Abdul Hafeez Kardar), ଆମିର ଇଲାହୀ (Amir Ilahi) ଓ ଗୁଲ ମହମ୍ମଦ (Gul Mohammad)। 

ପାକିସ୍ତାନ କ୍ରିକେଟର ପିତାମହ: ଅବ୍ଦୁଲ ହାଫିଜ କାରଦାର
ପାକିସ୍ତାନର କ୍ରିକେଟର ପିତାମହ କୁହାଯାଉଥିବା ଅବ୍ଦୁଲ ହାଫିଜ କାରଦାରଙ୍କ ଜନ୍ମ ୧୯୨୫ ଲାହୋରରେ ହୋଇଥିଲା। ତାଙ୍କର ଜନ୍ମତିଥି ଜାନୁଆରୀ ୧୭ ତାରିଖ ୧୯୨୫ ଉଲ୍ଲେଖ ରହିଛି। ତେବେ ୧୯୫୨ ମସିହାରୁ ୧୯୫୮ ମଧ୍ୟରେ ୨୩ଟି ଟେଷ୍ଟ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ପାକିସ୍ତାନର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ଓ୍ୱେବସାଇଟ ଅନୁଯାୟୀ ଲାହୋରରେ ଥିବା ଇସଲାମିଆ କଲେଜ ଦିନରୁ କରଦାରଙ୍କ କ୍ରିକେଟ୍ ଦକ୍ଷତା ଦୃଶ୍ୟମାନ ହୋଇଥିଲା। ଇସଲାମିଆ କଲେଜ ସେହି ସମୟର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଥିଲା। ପାକିସ୍ତାନ କ୍ରିକେଟ୍ ବୋର୍ଡର ୱେବସାଇଟ୍ ଅନୁଯାୟୀ, ୧୯୪୭ ମସିହାରେ ଭାରତ ବିଭାଜନ ପୂର୍ବରୁ ଲାହୋରର ଇସଲାମିଆ କଲେଜ ପଞ୍ଜାବର ଟେଷ୍ଟ କ୍ରିକେଟରଙ୍କ ନର୍ସରୀ ପାଠ ପଢିଥିଲେ। କରଦାର ବିଭିନ୍ନ ଦଳ ପାଇଁ କ୍ରିକେଟ୍ ମଧ୍ୟ ଖେଳିଥିଲେ। ସେ ଆଠଟି ଶତକ ସହିତ ୧୭୪ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୬ ହଜାର ୮୩୨ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ସେ ବୋଲର ଭାବରେ ୩୪୪ଟି ୱିକେଟ୍ ନେଇଥିଲେ। ତେବେ ସେ ୧୯୭୨ ରୁ ୧୯୭୭ ମସିହା ପର୍ଯ୍ୟନ୍ତ ସେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ରାଜନୀତିରେ ମଧ୍ୟ ସଫଳ ହୋଇଥିଲେ। ୧୯୭୦ ମସିହାରେ ପଞ୍ଜାବ ବିଧାନସଭାରେ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।

ଗୁଲ ମହମ୍ମଦ
ସେଦିନ ୧୯୪୭ ମସିହା ମାର୍ଚ୍ଚ ୮ ତାରିଖ ରହିଥିଲା। ବରୋଦା ଓ ବଡୋଦରା ମଧ୍ୟରେ ଖେଳାଯାଉଥିବା ଏକ ରଣଜୀରେ ମଙ୍ଗ ସମ୍ଭାଳିଥିଲେ ଗୁଲ ମହମ୍ମଦ। ଏହି ମ୍ୟାଚରେ ୮ ଘଣ୍ଟା ୫୩ ମିନିଟ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ଗୁଲ୍। ଏହି ମ୍ୟାଚରେ ମୋଟ ୩୧୯ ରନ କରିଥିଲେ ଓ ଦଳକୁ ବିଜୟୀ କରାଇଥିଲେ। ୧୯୨୧ ମସିହା ଅକ୍ଟୋବର ୧୫ ତାରିଖରେ ଜନ୍ମିତ ଏହି ପଞ୍ଜାବୀ କ୍ରିକେଟର ସେହି ସ୍ୱତନ୍ତ୍ର ଆନ୍ତର୍ଜାତୀୟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ଯିଏ ଉଭୟ ଭାରତ ଏବଂ ପାକିସ୍ତାନ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି। ଗୁଲ ମହମ୍ମଦ ଭାରତ ପାଇଁ ୮ଟି ମ୍ୟାଚ ଓ ପାକିସ୍ତାନ ପାଇଁ ଗୋଟିଏ  ମ୍ୟାଚ ଖେଳିଛନ୍ତି। ଗୁଲ ମହମ୍ମଦ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଏବଂ ବାମହାତୀ ବୋଲର ଥିଲେ। ଏହା ସହିତ ସେ ନିଜ ଫିଲ୍ଡିଂ ପାଇଁ ମଧ୍ୟ ଜଣାଶୁଣା। ଗୁଲ ମହମ୍ମଦଙ୍କ ବିଷୟରେ କୁହାଯାଏ ଯେ ଏକ ମାଛ ମଧ୍ୟ ତାଙ୍କ ହାତରୁ ସହଜରେ ମୁକ୍ତ ହୋଇପାରିବ ନାହିଁ।

ପାକିସ୍ତାନ କ୍ରିକେଟ୍ ବୋର୍ଡର ୱେବସାଇଟ୍ ଅନୁଯାୟୀ, ୧୯୩୮-୩୯ ମସିହାରେ ଗୁଲ ମହମ୍ମଦ ୧୭ ବର୍ଷ ବୟସରେ ତାଙ୍କର ପ୍ରଥମ ରଣଜୀ ମ୍ୟାଚ୍ ଖେଳିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଗୁଲ୍ ମହମ୍ମଦ ଚମତ୍କାର ପ୍ରଦର୍ଶନ କରିଥିଲେ। ଅନେକ ବର୍ଷର ନିରନ୍ତର ପ୍ରଦର୍ଶନ ପରେ, ସେ ୧୯୪୬ ମସିହାରେ ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିଲେ। ସେ ପ୍ରଥମ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଭାରତର ସ୍ୱାଧୀନତା ପରେ ସେ ୧୯୪୭-୪୮ ମସିହାରେ ପୂର୍ବତନ ଭାରତୀୟ କ୍ରିକେଟର ଲାଲା ଅମରନାଥଙ୍କ ଅଧୀନରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଭାରତୀୟ ଦଳର ଅଂଶ ରହିଥିଲେ। ୧୯୫୬-୫୭ ମସିହାରେ ସେ ପାକିସ୍ତାନ ଦଳ ପାଇଁ ମନୋନୀତ ହୋଇଥିଲେ। କରାଚିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଉଭୟ ଇନିଂସରେ ୩୯ ରନ୍ ସଂଗ୍ରହ କରିଥିଲେ। ଏହା ପରେ ସେ କାଉଣ୍ଟି କ୍ରିକେଟ୍ ରେ ବହୁତ ସଫଳତା ପାଇଲେ। ତେବେ ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ରହିବା କାରଣରୁ ତାଙ୍କର ୧୯୯୨ ମସିହାରେ ଲାହୋରରେ ଦେହାନ୍ତ ହୋଇଯାଇଥିଲା। 

ଅମିର ଇଲ୍ଲାହୀ
ଲାହୋରରେ ଜନ୍ମ ଗ୍ରହଣ କରିଥିବା ଆମିର ଇଲ୍ଲାହୀ ଦୁଇଟି ବିଶେଷ କାରଣ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି। ସେ ଏହି ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଭାରତ ଓ ପାକିସ୍ତାନ ପାଇଁ କ୍ରିକେଟ ଖେଳିସାରିଛନ୍ତି। ସେହିପରି ସେ ବୟସ୍କ ତଥା ପୁରୁଣା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ବୋଲି ମଧ୍ୟ କୁହାଯାଇଥାଏ। ଆମିରଙ୍କ ଜନ୍ମ ୧୯୦୮ ମସିହାରେ ଜନ୍ମ। ଓ୍ୱିଜଡ଼ନ ଓ୍ୱେବସାଇଟ ଅନୁଯାୟୀ ସେ ଭାରତ ପାଇଁ ଥରେ ଓ ପାକିସ୍ତାନ ପାଇଁ ୫ ଥର ମ୍ୟାଚ ଖେଳିଥିବା ଜଣାଯାଏ। ସେ ୧୯୫୨-୫୩ ମସିହାରେ ପାକିସ୍ତାନ ପାଇଁ ୫ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ଆମିର ଇଲ୍ଲାହୀ ମିଡି଼ୟମ ପେସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଲେଗ ବ୍ରେକ ବୋଲିଂ କରିଥିଲେ। 

ଟେଷ୍ଟ ମ୍ୟାଚରେ ସେଭଳି କୌଣସି ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ରଣଜୀରେ ବେଶ ଦମଦାର ପ୍ରଦର୍ଶନ କରିଥିଲେ। ସେ ରଣଜୀ ଟ୍ରଫିରେ ୨୪.୭୨ ଆଭରେଜରେ ୧୯୪ଟି ଓ୍ୱିକେଟ ନେଇଥିଲେ। ୧୯୪୬-୪୭ ମସିହାରେ ପାକିସ୍ତାନୀ ନାଗରିକ ହେବାର ଠିକ୍ ପୂର୍ବରୁ, ତାଙ୍କର ଚମତ୍କାର ପ୍ରଦର୍ଶନ ବରୋଦା ରଣଜୀ ଟ୍ରଫି ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତାଙ୍କର ଗୋଟିଏ ବ୍ୟାଟିଂ ଇନିଂସକୁ ବହୁତ ସ୍ମରଣ କରାଯାଇଥାଏ। ୧୯୪୬-୪୭ ମସିହାରେ ପାକିସ୍ତାନ ପାଇଁ ଖେଳୁଥିବାବେଳେ ଆମୀର ମାଡ୍ରାସ (ଚେନ୍ନାଇ)ରେ ଭାରତ ବିପକ୍ଷ ଦଶମ ୱିକେଟ୍ ପାଇଁ ଜୁଲଫିକର ଅହମ୍ମଦଙ୍କ ସହ ୧୦୪ ରନ୍ ଭାଗିଦାରୀ କରିଥିଲେ। ଏହି ମ୍ୟାଚ୍‌ରେ ସେ ୪୭ ରନ୍‌ର ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଆମିର ଇଲ୍ଲାହୀଙ୍କର ୧୯୮୦ ମସିହାରେ ୭୨ ବର୍ଷ ବୟସରେ କରାଚୀରେ ମୃତ୍ୟୁ ହୋଇଥିଲା। 

Also Read: ODI World Cup 2023 India Squad Announced: ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଅଧିନାୟକ, ବାଦ ପଡ଼ିଲେ ଏହି ଘାତକ ଖେଳାଳି

Also Read: ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେଲା ୱାର୍ଲଡ଼ କପରେ ଖେଳାଯିବାକୁ ଥିବା ଭାରତ- ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍

Also Read: Powerful Car: ମୋଦି ନା ବାଇଡେନ, ଜାଣନ୍ତୁ ଦାମ୍ ସହ କାହାର କାର୍ ସବୁଠୁ ଶକ୍ତିଶାଳୀ