Hardik Pandya: ବିଶ୍ୱକପରୁ ଆଉଟ ହେବା ପରେ ଏପରି ରିଆକ୍ସନ୍ ଦେଲେ ହାର୍ଦ୍ଦିକ, କହିଲେ...
Advertisement
Article Detail0/zeeodisha/odisha1944102

Hardik Pandya: ବିଶ୍ୱକପରୁ ଆଉଟ ହେବା ପରେ ଏପରି ରିଆକ୍ସନ୍ ଦେଲେ ହାର୍ଦ୍ଦିକ, କହିଲେ...

Hardik Pandya: ଭାରତର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆହତ କାରଣରୁ ଆଇସିସି ବିଶ୍ୱକପ ୨୦୨୩ରୁ (ICC world cup 2023) ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ପ୍ରସାଦ କୃଷ୍ଣଙ୍କୁ ଦଳରେ ସାମିଲ କରାଯାଇଛି। ବିଶ୍ୱକପରୁ ବାହାରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସୌ(ସୋସିଆଲ ମିଡିଆ)

Hardik Pandya Emotional Reaction: ଭାରତର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆହତ କାରଣରୁ ଆଇସିସି ବିଶ୍ୱକପ ୨୦୨୩ରୁ (ICC world cup 2023) ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ପ୍ରସାଦ କୃଷ୍ଣଙ୍କୁ ଦଳରେ ସାମିଲ କରାଯାଇଛି। ବିଶ୍ୱକପରୁ ବାହାରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ବିଶ୍ବକପ ୨୦୨୩ରେ ବାଂଲାଦେଶ (IND vs BAN) ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆହତ ହୋଇଥିଲେ । ଫଳରେ ମ୍ୟାଚ୍ ଅଧାରୁ ତାଙ୍କୁ ପଡ଼ିଆ ଛାଡ଼ି ଯିବାକୁ ପଡ଼ିଥିଲା । ତାଙ୍କ ଗୋଇଠିରେ ଗଭୀର ଆଘାତ ଲାଗିଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ବାଙ୍ଗାଲୋର ପଠାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବାରୁ ତାଙ୍କୁ ନ୍ୟୁଜଲାଣ୍ତ, ଇଂଲଣ୍ତ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବିଶ୍ରାମ ଦିଆଯାଇଥିଲା । ତେବେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବା କାରଣରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପରୁ ବାଦ୍ ଦିଆଯାଇଛି । ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ (Prasidh Krishna) ଦଳରେ ସାମିଲ କରାଯାଇଛି । ତେବେ ବିଶ୍ବକପରୁ ବାଦ ପଡ଼ିବା ପରେ ହାର୍ଦ୍ଦିକ ଟୁଇଟ୍ କରି ଲେଖଛନ୍ତି,  ମୁଁ ବିଶ୍ୱକପରୁ ବାହାରି ଯାଇଛି, ‘ମୁଁ ବିଶ୍ୱକପ୍‌ର ଅବଶିଷ୍ଟ ମ୍ୟାଚ୍ ଖେଳି ପାରିବି ନାହିଁ। ଏହା ହଜମ କରିବା ଅତ୍ୟନ୍ତ କଷ୍ଟକର । ମୁଁ ପୂରା ଭାବନାର ସହିତ ଦଳ ସହିତ ରହିବି ଓ ଖେଳର ପ୍ରତ୍ୟେକ ବଲରେ ସେମାନଙ୍କୁ ଉତ୍ସାହିତ କରିବି । ଭାରତୀୟ ଦଳକୁ ମୋର ଶୁଭେଚ୍ଛା । ମୁଁ ପାଇଥିବା ପ୍ରେମ ଓ ସମର୍ଥନ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ । ଏହା ଅତ୍ୟନ୍ତ ଅବିଶ୍ୱସନୀୟ। ମୁଁ ନିଶ୍ଚିତ ଯେ ଆମ ଦଳ ସମସ୍ତଙ୍କୁ ଗର୍ବିତ କରିବ’ ।

ଗତ ୩ଟି ମ୍ୟାଚରୁ ବାଦ ପଡ଼ିଥିବା ଏହି ଷ୍ଟାର ଖେଳାଳି ସେମିଫାଇନାଲରେ (world cup semi final 2023) ଦଳକୁ ଫେରିବେ ବୋଲି କଳ୍ପନାଜଳ୍ପନା କରାଯାଉଥିଲା । କିନ୍ତୁ ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବେଳେ ପାଣ୍ଡ୍ୟା ଦଳରୁ ଆଉଟ ହେବା ଭାରତୀୟ ଟିମ୍ ପାଇଁ କୌଣସି ଏକ ବଡ଼ ଝଟକାଠାରୁ କମ୍ ନୁହେଁ । ଅନ୍ୟପଟେ, ଆଇସିସି ନିଷ୍ପତ୍ତିରେ ପ୍ରଶଂସକମାନେ ଖୁସି ନଥିବା ଜଣାପଡୁଛି । ଏନେଇ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ‘ଜଣେ ଅଲରାଉଣ୍ଡରଙ୍କ ବଦଳରେ ଦ୍ରୁତ ବୋଲରଙ୍କୁ କାହିଁକି ଦଳରେ ସାମିଲ କରାଯାଇଛି ବୋଲି ପ୍ରଶଂସକ ପ୍ରଶ୍ନ କରିଛନ୍ତି’ ?

Also Read-World cup 2023: ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ତିଆକୁ ବଡ଼ ଝଟକା, ବାଦ ପଡ଼ିଲେ ଏହି ଖେଳାଳି