ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1258339

ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

Babar Azam Virat Kohli: ବାବର ଆଜମଙ୍କ ତୁଳନା ବିରାଟ କୋହଲିଙ୍କ ସହ କରାଯାଇଥାଏ । ବର୍ତ୍ତମାନ ସେ ଟି-20, ODI ଏବଂ ଟେଷ୍ଟ ରାଙ୍କିଙ୍ଗରେ ବିରାଟଙ୍କଠାରୁ ଆଗରେ ଅଛନ୍ତି । ସେ ଟି-20 ଓ ODI ରାଙ୍କିଙ୍ଗରେ ନମ୍ବର-୧ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଏଥି ସହିତ ସେ ଟେଷ୍ଟରେ ଚତୁର୍ଥ ସ୍ଥାନରେ ଅଛନ୍ତି ।

ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ନୂଆଦିଲ୍ଲୀ: Babar Azam Virat Kohli: ଗତକାଲି ଅର୍ଥାତ ଗୁରୁବାର ଲର୍ଡସରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ (IND vs ENG)  ମଧ୍ୟରେ ଖେଳାଯାଇଥିବା ODI ମ୍ୟାଚରେ ବିରାଟ କୋହଲି  (Virat Kohli) ପୁଣି ଥରେ ଫ୍ଲପ ରହିଛନ୍ତି । ସେ ମାତ୍ର ୧୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ପ୍ରାୟ ଅଢ଼େଇ ବର୍ଷ ଧରି କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ବିରାଟ କୋହଲିଙ୍କ ସହ ଏହା ଘଟୁଛି । ସାମ୍ନାରେ ଏକ ଶକ୍ତିଶାଳୀ ଦଳ ହେଉ କିମ୍ବା ଦୁର୍ବଳ ଦଳ ହେଉ, ବିରାଟଙ୍କ ବ୍ୟାଟ୍ ଏକ ବଡ଼ ଇନିଂସ ଖେଳିବାରେ ସକ୍ଷମ ହୋଇପାରୁ ନାହିଁ । ତାଙ୍କର ଶେଷ ଶତକ ଲଗାଇବା ଅଢ଼େଇ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇସାରିଛି । ବିରାଟଙ୍କ ଏହି ଖରାପ ଫର୍ମକୁ ନେଇ ପୂର୍ବତନ ଓ ବର୍ତ୍ତମାନର ଖେଳାଳିଙ୍କ ଲଗାତର ବୟାନ ଆସୁଛି । ପାକିସ୍ତାନର ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବାବର ଆଜମ (Babar Azam) ମଧ୍ୟ ବିରାଟଙ୍କ ଫର୍ମକୁ ନେଇ ପୋଷ୍ଟ କରିଛନ୍ତି ।

ଲର୍ଡସରେ ହୋଇଥିବା ଏକଦିବସୀୟ ମ୍ୟାଚ୍ ପରେ ବାବର ଆଜମ ଟ୍ୱିଟ କରିଛନ୍ତି । ଏଥିରେ ସେ ବିରାଟ କୋହଲିଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହା ସହିତ ସେ ବିରାଟଙ୍କ ପାଇଁ ଲେଖିଛନ୍ତି ଯେ, ଏ ସମୟ ମଧ୍ୟ ଚାଲିଯିବ, ଦୃଢ଼ ହୋଇ ରୁହନ୍ତୁ । ବାବର ଆଜମଙ୍କ ତୁଳନା ବିରାଟ କୋହଲିଙ୍କ ସହ କରାଯାଇଥାଏ । ବର୍ତ୍ତମାନ ସେ ଟି-20, ODI ଏବଂ ଟେଷ୍ଟ ରାଙ୍କିଙ୍ଗରେ ବିରାଟଙ୍କଠାରୁ ଆଗରେ ଅଛନ୍ତି । ସେ ଟି-20 ଓ ODI ରାଙ୍କିଙ୍ଗରେ ନମ୍ବର-୧ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଏଥି ସହିତ ସେ ଟେଷ୍ଟରେ ଚତୁର୍ଥ ସ୍ଥାନରେ ଅଛନ୍ତି ।  

ଏହା ବି ପଢ଼ନ୍ତୁ:-ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି କି ଟଙ୍କା? ଚିନ୍ତା କରନ୍ତୁନି, ଜାଣନ୍ତୁ ଟଙ୍କା ଫେରିପାଇବାର ପୁରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-କେବେଠୁ ଆରମ୍ଭ ହୋଇଥିଲା କାଉଡ଼ି ଯାତ୍ରା, ଜାଣନ୍ତୁ କିଏ ଥିଲେ ପ୍ରଥମ କାଉଡ଼ିଆ..

ଏହା ବି ପଢ଼ନ୍ତୁ:-ଦିଲ୍ଲୀର ୩୦ଟି ସ୍ଥାନରେ ଲଗାଯାଇଛି 'ବିସ୍ଫୋରକ ସାମଗ୍ରୀ', ମାତ୍ର ୧୨ଟି ଖୋଜି ପାଇଲା ପୋଲିସ

ବିରାଟ କୋହଲି ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ 

ବିରାଟ କୋହଲି ୨୦୨୦ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ମାତ୍ର ୨୭.୨୫ ଏଭେରେଜରେ ୮୭୨ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି । ଏହି ସମୟ ମଧ୍ୟରେ ସେ ମାତ୍ର ୬ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏକ ଦିବସୀୟରେ ମଧ୍ୟ ବିରାଟଙ୍କ ସହ ସମାନ ଅବସ୍ଥା । ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ ୧୮ଟି ମ୍ୟାଚରେ ୩୯ ଏଭେରେଜରେ ୭୦୨ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ମଧ୍ୟ ସେ କୌଣସି ଶତକ ଲଗାଇବାରେ ସକ୍ଷମ ହୋଇ ନାହାଁନ୍ତି । ବିରାଟ ଟି-20 ଇଣ୍ଟରନ୍ୟାସନାଲରେ ଟିକିଏ ଭଲ ପ୍ରଦର୍ଶନ କରିଛନ୍ତି । ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ଟି ଟି-20 ଇଣ୍ଟରନ୍ୟାସନାଲରେ ୪୨.୧୮ ଏଭେରେଜରେ ୬୭୫ ରନ୍ ସଂଗ୍ରହ କରିଛନ୍ତି ।