Shankaracharya On Chandrayaan 3: ବୈଜ୍ଞାନିକଙ୍କ ଦୈବୀ କୃପା ଓ ଗୁରୁ କୃପା ଦେଇଛି ସଫଳତା
Advertisement
Article Detail0/zeeodisha/odisha1845183

Shankaracharya On Chandrayaan 3: ବୈଜ୍ଞାନିକଙ୍କ ଦୈବୀ କୃପା ଓ ଗୁରୁ କୃପା ଦେଇଛି ସଫଳତା

ଚନ୍ଦ୍ରୟାନ 3 ର ସଫଳତାର ଶ୍ରେୟ ହେଉଛି ବୈଦିକ ଗଣିତ ସହ ବୈଜ୍ଞାନିକଙ୍କ କଠିନ ପରିଶ୍ରମର ଫଳ । ବିଜ୍ଞାନ ହିଁ ବେଦରୁ ସୃଷ୍ଟି ।ଆଉ ବେଦର ଆଧାରରେ ଆଧ୍ୟାତ୍ମିକତା ସହ ବିଜ୍ଞାନର ଉନ୍ନତି ହେଉଛି ।ବ୍ରହ୍ମାଣ୍ଡ ତତ୍ତ୍ୱର ମୂଳ ରହସ୍ୟ ହେଉଛି ବେଦ ଆଦି ଶାସ୍ତ୍ର ।

Shankaracharya On Chandrayaan 3: ବୈଜ୍ଞାନିକଙ୍କ ଦୈବୀ କୃପା ଓ ଗୁରୁ କୃପା ଦେଇଛି ସଫଳତା

Shankaracharya On Chandrayaan 3: ଅଗଷ୍ଟ ୨୩ ତାରିଖ ଥିଲା ସାରା ବିଶ୍ୱ ପାଇଁ ଏକ ଐତିହ ଓ ଗୌରବର ଦିନ। ଏହିଦିନ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲା ଚନ୍ଦ୍ରୟାନ 3 । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗିରହିଛି। ତେବେ ଏହାକୁ ନେଇ ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜ୍ଞାନ ବିଜ୍ଞାର ପ୍ରଂଶସା କରିବା ସହ ବିଜ୍ଞାନକୁ ପାଇବାକୁ ହେଲେ ବିଜ୍ଞାନ କ୍ଷେତ୍ରରେ ସଫଳତା ହାସଲ କରିବାକୁ ହେଲେ ୫ ପ୍ରକାରର ଗୁରୁମନ୍ତ୍ରକୁ ଅନୁସରଣ କରିବା ଉଚିତ୍ ବୋଲି ସେ କହିଥିଲେ । ଜଣେ ମୁକ ବ୍ୟକ୍ତି ମଧ୍ୟ ବିଦ୍ୟାକୁ ଆହରଣ କରିପାରେ ଏହାର ଅର୍ଥ। ଜ୍ଞାନ ବିଜ୍ଞାନ ମିଶ୍ରଣର ପରମ ଜ୍ଞାନ ମିଳିଥାଏ। 

ଥିରୁବନ୍ତପୁରମରେ ଭଦ୍ରକାଳୀ ମନ୍ଦିର ଦର୍ଶନ ପରେ ଇସ୍ରୋ ମୁଖ୍ୟ ବା ଇସ୍ରୋ ଅଧ୍ୟକ୍ଷ ଏସ୍‌ ସୋମନାଥ କହିଛନ୍ତି ମୁଁ ଜଣେ ଅନୁସନ୍ଧିତ୍ସୁ। ମୁଁ ବାହ୍ୟ ଜଗତ ଓ ଅନ୍ତଃର୍ଜଗତର ଅନ୍ବଷଣ କରିଥାଏ । ଏହା ଗୋଟିଏ ଅନନ୍ତ ଯାତ୍ରା ଯେଉଁଥିରେ ମୁଁ ବିଜ୍ଞାନ ଓ ଆଧ୍ୟାତ୍ମକୁ ଅନ୍ବେଷଣ କରିଥାଏ । ଏଥିଲାଗି ମୁଁ ଅନେକ ମନ୍ଦିର ବା ଦେବପୀଠକୁ ଯାଇଥାଏ । ମୁଁ ଶାସ୍ତ୍ର ଅଧ୍ୟୟନ କରିଥାଏ । ଏହା ଦ୍ବାରା ମୁଁ ଆମର ଅସ୍ଥିତ୍ବ, ଏହି ଅନନ୍ତ ବ୍ରହ୍ମାଣ୍ଡରେ ଆମ ନିରନ୍ତର ଯାତ୍ରାର ଅର୍ଥ କଣ ସେସବୁକୁ ଖୋଜିଥାଏ । ଏହା ଆମ ସଂସ୍କୃତିର ଅଂଶ, ଆମେ ସମସ୍ତେ ଏହି ପ୍ରକାର ପରିବେଶରେ ବଢ଼ିଛେ । ବାହାର ଭଳି ଆମେ ଆମ ଭିତରେ ମଧ୍ୟ ବହୁତ କିଛି ଖୋଜିଥାଉ । ବାହାର ଜିନିଷ ଲାଗି ଆମେ ବିଜ୍ଞାନର ମାଧ୍ୟମକୁ ବାଛୁ । କିନ୍ତୁ ଭିତରର ଅନ୍ବେଷଣ ଲାଗି ମୁଁ ଆଧ୍ୟାତ୍ମକୁ ବାଛେ, ମନ୍ଦିରକୁ ଆସେ ।

ତେବେ ବୈଜ୍ଞାନିକ ପ୍ରଥମେ ଭଗବାନଙ୍କ ଆଶ୍ରିତ ଓ ପରେ ଆଶୀର୍ବାଦ ଫଳଫ୍ରଦ ହେବା ସ୍ବାଭାବିକ । ମୁଁ ଚଉଦ ଭୁବନ ପର୍ଯ୍ୟନ୍ତ ବି ଯାଇପାରେ ।ଯାହା ଶକ୍ତି ଦ୍ୱାରା ମୁଁ ଚନ୍ଦ୍ର ପୃଷ୍ଠର ସ୍ଥିତି ଅଵଲୋକନ କରିପାରେ । ଚନ୍ଦ୍ରରେ ଯିବ ସତ୍ତା ରହିଛି ତାହା ଚନ୍ଦ୍ରାୟନ ହିଁ ଖୁଲାସା କରିବ
 
। ସେପଟେ ଆଦିତ୍ୟ ବି ସଫଳ ହେବ । ବିଜ୍ଞାନ ଓ ଆଧ୍ୟାତ୍ମ ପରସ୍ପର ସଂପୃକ୍ତ । ଇସ୍ରୋରେ ଯେକୌଣସି ବଡ଼ ଅଭିଯାନ ବା ମହାକାଶ ଗବେଷଣା ପୂର୍ବରୁ ବରିଷ୍ଠ ବୈଜ୍ଞାନିକମାନେ ପୂଜାର୍ଚ୍ଚନା କରିଥାଆନ୍ତି । ଯଜ୍ଞ କରାଯାଇଥାଏ । ପ୍ରକୃତରେ ଏସବୁର ପ୍ରଭାବ ରହିଛି ।ଯାହା ଚନ୍ଦ୍ରାୟନ ମିଶନକୁ ସଫଳ କରିଛି ।ବିଜ୍ଞାନ ଓ ଆଧ୍ୟାତ୍ମ ଯଦି ପରିପୂରକ ବା ଏକ। ତେବେ ନିଜର ଆତ୍ମା ସୁଧି କଲେ ସଫଳତା ମିଳିବ ।ତେଣୁ ଆମର ବୈଜ୍ଞାନିକ ପ୍ରଥମେ ଦୈବ କୃପା ଓ ଗୁରୁ କୃପା ଲାଭ କରି ଆଜି ସଫଳତା ପାଇଛନ୍ତି ।ଏହାପରେ ମନୁଷ୍ୟ ପଠାଇବା ଲକ୍ଷ୍ୟ ବି ସଫଳ ହେବ ବୋଲି କହିଛନ୍ତି ଗୁରୁଜୀ ଜଗତ୍ଗୁରୁ ଶଙ୍କରାଚର୍ଯ୍ୟ।

ଦେଖନ୍ତୁ ଏହି ଭିଡିଓ: https://youtu.be/adwmjO-Okeo?si=T5RyiwoDZLhPdc1U