Lok Sabha Election 2024: ଟିଏମସି ପାଇଲା ଜବରଦସ୍ତ ଡବଲ ଝଟକା; ବିଜେପି ହାତ ଧରିଲେ ୨ ସାଂସଦ
Advertisement
Article Detail0/zeeodisha/odisha2158172

Lok Sabha Election 2024: ଟିଏମସି ପାଇଲା ଜବରଦସ୍ତ ଡବଲ ଝଟକା; ବିଜେପି ହାତ ଧରିଲେ ୨ ସାଂସଦ

West Bengal Politics:  ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟକା। ଦଳର ୨ ଲୋକସଭା ସାଂସଦ ଶୁକ୍ରବାର ବିଜେପି ହାତ ଧରିଛନ୍ତି। 

Lok Sabha Election 2024: ଟିଏମସି ପାଇଲା ଜବରଦସ୍ତ ଡବଲ ଝଟକା; ବିଜେପି ହାତ ଧରିଲେ ୨ ସାଂସଦ

2 TMC MP Joins in BJP: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ପାଇଛି ଜବରଦସ୍ତ ଝଟକା। ଦଳର ୨ ଲୋକସଭା ସାଂସଦ ଅର୍ଜୁନ ସିଂହ ଏବଂ ଦିବ୍ୟେନ୍ଦୁ ଅଧିକାରୀ ବିଜେପି ହାତ ଧରିଛନ୍ତି। ମାର୍ଚ୍ଚ ୧୫ ତାରିଖ ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ପଶ୍ଚିମବଙ୍ଗ ବାରାକପୁର ଲୋକସଭା ଆସନର ସାଂସଦ ତଥା ବିଦ୍ରୋହୀ ଟିଏମସି ନେତା ଅର୍ଜୁନ ସିଂହ। ତାଙ୍କ ସହ ରାଜ୍ୟର ତାମଲୁକ ଲୋକସଭା ଆସନର ସାଂସଦ ଦିବ୍ୟେନ୍ଦୁ ଅଧିକାରୀ ମଧ୍ୟ ବିଜେପି ହାତ ଧରିଛନ୍ତି। ଏନେଇ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଠାରେ ଉଭୟ ଟିଏମସି ସାଂସଦ ବିଜେପି କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଥିଲେ।

ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ହେଉଛନ୍ତି ଦିବ୍ୟେନ୍ଦୁ ଅଧିକାରୀ  
ପଶ୍ଚିମବଙ୍ଗ ବିଧାନସଭାର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ହେଉଛନ୍ତି ଦିବ୍ୟେନ୍ଦୁ ଅଧିକାରୀ। ଯିଏ ବର୍ତ୍ତମାନ ରାଜ୍ୟର ତାମଲୁକ ଲୋକସଭା ଆସନର ସାଂସଦ ଅଛନ୍ତି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ନେତା ରହିଥିଲେ। ଅନ୍ୟପକ୍ଷରେ ତାଙ୍କ ଭାଇ ଦିବ୍ୟେନ୍ଦୁ ଅଧିକାରୀ ହେଉଛନ୍ତି ଟିଏମସି ଲୋକସଭା ସାଂସଦ। ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ବିଧାନସଭାକୁ ରାଜ୍ୟର ନନ୍ଦିଗ୍ରାମ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହି ନିର୍ବାଚନ କ୍ଷେତ୍ର ଅଧିକାରୀ ପରିବାରର ଗଡ଼ ଭାବେ ପରିଗଣିତ ହୋଇଛି। ଏଥର ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦିବ୍ୟେନ୍ଦୁ ଅଧିକାରୀଙ୍କ ସ୍ଥାନରେ ତାମଲୁକ ଆସନରୁ ଦେବାଂଶୁ ଭଟ୍ଟାଚାର୍ଯ୍ୟଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିଛନ୍ତି। ଏହା ପରେ ଦିବ୍ୟେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

ଅର୍ଜୁନ ସିଂହ କିଏ?
ପଶ୍ଚିମବଙ୍ଗ ରାଜନୀତିରେ ଜଣେ ହିନ୍ଦୀ ଭାଷାଭାଷୀ ରାଜନେତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଅର୍ଜୁନ ସିଂହ। ଯିଏ ବର୍ତ୍ତମାନ ରାଜ୍ୟର ବାରାକପୁର ଲୋକସଭା ଆସନର ସାଂସଦ ଅଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ସେ ବାରାକପୁର ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଗତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଠିତ ନ ହେବା ପରେ ସେ ୨୦୨୨ ବର୍ଷରେ ଶାସକ ଟିଏମସି ହାତ ଧରିଥିଲେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଜୁନ ସିଂହ ତୃଣମୂଳ କଂଗ୍ରେସରେ ଥିଲେ। ଗତ ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଟପାରା ଆସନରୁ ଟିଏମସି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଟିଏମସି ନେତା ପୂର୍ବତନ ରେଳମନ୍ତ୍ରୀ ଦୀନେଶ ତ୍ରିବେଦୀଙ୍କୁ ପରାସ୍ତ କରିଥିଲେ।

'ତୃଣମୂଳ କଂଗ୍ରେସରେ ଅପମାନିତ ହେଉଥିଲି'
୨୦୨୪ ଲୋକସଭା ନିର୍ବାଚନରେ ଅର୍ଜୁନ ସିଂହଙ୍କୁ ​​ଟିକେଟ ଦେଇନାହିଁ ଟିଏମସି। ଯାହା ପରେ ସେ ଦଳ ବିରୋଧରେ ବିଦ୍ରୋହୀ ମନୋଭାବ ପୋଷଣ କରିଥିଲେ। ଯେତେବେଳେ ତାଙ୍କ ସ୍ଥାନରେ ରାଜ୍ୟ ମନ୍ତ୍ରୀ ପାର୍ଥ ଭୌମିକଙ୍କୁ ଟିକେଟ୍ ଦିଆଯାଇଥିଲା। ଏହା ପରେ ସେ କହିଥିଲେ ଯେ ଟିଏମସି ମୋତେ ବାରାକପୁର ଲୋକସଭା ଆସନରୁ ଟିକେଟ୍ ଦେବାକୁ ପ୍ରତିଶୃତି ଦେଇଥିଲା। ଟିଏମସି ଏହି ପ୍ରତିଶୃତି ଭଙ୍ଗ କରିଛି। ଏହା ବ୍ୟତୀତ ସ୍ଥାନୀୟ ବିଧାୟକ ମଧ୍ୟ ମୋ ବିରୋଧରେ ବୟାନବାଜି କରୁଥିଲେ। ତୃଣମୂଳ କଂଗ୍ରେସରେ ଥାଇ ମଧ୍ୟ ମୁଁ ଅପମାନିତ ହେଉଥିଲି। ଏହା ପରେ ମୁଁ ଦଳ ଛାଡ଼ି ବିଜେପି ଫେରିବାକୁ ନିଷ୍ପତ୍ତି ନେଇଥିଲି।