Viral News: ବିଜେପି ହାତ ଧରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ
Advertisement
Article Detail0/zeeodisha/odisha1244029

Viral News: ବିଜେପି ହାତ ଧରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ

Union Minister RCP Singh: ପୂର୍ବରୁ ଖବର ଆସିଥିଲା ଯେ କେନ୍ଦ୍ରମନ୍ତ୍ରୀ ଆରିସିପି ସିଂହ ଗତ ସପ୍ତାହରେ ହାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଦଳରେ ହୋଇଛନ୍ତି।

Viral News: ବିଜେପି ହାତ ଧରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ

Union Minister RCP Singh: ସୋମବାର କେନ୍ଦ୍ରମନ୍ତ୍ରୀ ଆରିସିପି ସିଂହ ବିଜେପି ହାତ ଧରିଥିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସୋମବାର ଏକ କମିଟି ବୈଠକରେ ଯୋଗ ଦେବା ଲାଗି ହାଇଦ୍ରାବାଦ ଠାରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଆରିସିପି ସିଂହ। ଏହି ଅବସରରେ ତାଙ୍କୁ ହାଇଦ୍ରାବାଦ ବିମାନ ବନ୍ଦର ଠାରେ ବିଜେପି କର୍ମକର୍ତ୍ତା ସ୍ୱାଗତ କରିଥିବା କୁହାଯାଉଛି।     

ହେଲେ ପୂର୍ବରୁ ଖବର ଆସିଥିଲା ଯେ କେନ୍ଦ୍ରମନ୍ତ୍ରୀ ଆରିସିପି ସିଂହ ଗତ ସପ୍ତାହରେ ହାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଦଳରେ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଏହି ଖବର ସମ୍ପୂର୍ଣ୍ଣ ଭ୍ରମାତ୍ମକ ଯେ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ। ସରକାରୀ କାର୍ଯ୍ୟକ୍ରମ ଯୋଗଦେବା ଲାଗି ହାଇଦ୍ରାବାଦ ଆସିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନୀୟ ବିମାନ ବନ୍ଦର ଠାରେ ଉପସ୍ଥିତ ବିଜେପି କର୍ମକର୍ତ୍ତା ସ୍ୱାଗତ କରିଥାଇ ପାରନ୍ତି। 

ଚଳିତ ବର୍ଷ ଜୁନ ୧୦  ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରମନ୍ତ୍ରୀ ଆରିସିପି ସିଂହଙ୍କ ଉପରେ ଅସନ୍ତୁଷ୍ଟ ରହିଥିବା କାରଣରୁ ତାଙ୍କୁ ପୁନର୍ବାର ରାଜ୍ୟସଭା ପଠାଇ ନଥିବା କୁହାଯାଉଛି। ଏହା ପରେ ତାଙ୍କର ଅସନ୍ତୋଷ ସାର୍ବଜନୀନ ହୋଇଥିଲା। ନିକଟରେ ଯେତେବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ କାହିଁକି ବିହାର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି? ଏହାର ଜବାବ ରଖି  ସେ କେବଳ କହିଥିଲେ ତାହା ଆପଣ (ଗଣମାଧ୍ୟମ) ଜାଣିଥିବେ। ସେ କହିଥିଲେ ଯେ ମୁଁ କୌଣସି ସଂସ୍ଥାର ଆଧାର ନୁହେଁ। ମୁଁ ଜଣେ ସାଧାରଣ ମଣିଷ।

ଅନ୍ୟ ଏକ ପ୍ରଶ୍ନ ଉପରେ ତାଙ୍କୁ ପଚରା ଯାଇଥିଲା ଯେ ଆପଣ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ନିକଟତର। ଯେପରି ଚିରାଗ ପାସୱାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହନୁମାନ ବୋଲି କୁହାଯାଏ। ଏହି ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ କହିଛନ୍ତି ଯେ ମୁଁ କାହାର ହନୁମାନ ନୁହେଁ। ମୋ ନାଁ ରାମଚନ୍ଦ୍ର। ଏହାକୁ ସଂଶୋଧନ କରିନିଅନ୍ତୁ।  

Also Read: ରାଜ୍ୟସଭା ଆସନକୁ ନେଇ JDU ଦଳରେ ଫାଟ; ମୁହିାଁମୁହିଁ କେନ୍ଦ୍ରମନ୍ତ୍ରୀ-ଦଳୀୟ ଅଧ୍ୟକ୍ଷ

Also Read: ମିଳିଲା ନାହିଁ ରାଜ୍ୟସଭା ଟିକେଟ: କ'ଣ କରିବେ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ?