UP Politics: ବିଧାନ ପରିଷଦରେ ବିରୋଧି ଦଳ ପଦ ହରାଇଲା ସମାଜବାଦୀ ପାର୍ଟି
Advertisement
Article Detail0/zeeodisha/odisha1250746

UP Politics: ବିଧାନ ପରିଷଦରେ ବିରୋଧି ଦଳ ପଦ ହରାଇଲା ସମାଜବାଦୀ ପାର୍ଟି

Uttar Pradesh Politics: କାର୍ଯ୍ୟକାଳ ଶେଷ ହେବା ଏବଂ ନୂତନ ନିର୍ବାଚିତ ସଦସ୍ୟଙ୍କ ଆଗମନ ପରେ ବର୍ତ୍ତମାନ ବିଧାନ ପରିଷଦରେ ସମାଜବାଦୀ ପାର୍ଟି ସଦସ୍ୟଙ୍କ ସଂଖ୍ୟା ୯ ହ୍ରାସ ହୋଇଯାଇଛି।

UP Politics: ବିଧାନ ପରିଷଦରେ ବିରୋଧି ଦଳ ପଦ ହରାଇଲା ସମାଜବାଦୀ ପାର୍ଟି

Uttar Pradesh Politics: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​ପରାସ୍ତ ହୋଇଥିବା ସମାଜବାଦୀ ପାର୍ଟିକୁ ଲାଗିଛି ଆଉ ଏକ ଝଟକା। ନିକଟରେ ରାଜ୍ୟରୁ ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଦଳ ପରାଜୟ ବରଣ କରିଥିବା ବେଳେ ବର୍ତ୍ତମାନ ବିଧାନ ପରିଷଦରେ ବିରୋଧି ଦଳ ନେତା ପଦ ହରାଇଛ। ଉତ୍ତର ପ୍ରଦେଶ ବିଧାନ ପରିଷଦ ସଚିବାଳୟ ସମାଜବାଦୀ ପାର୍ଟି ସଦସ୍ୟ ଲାଲ ବିହାରୀ ଯାଦବଙ୍କୁ ପ୍ରଦାନ କରାଯାଇଥିବା ବିରୋଧି ଦଳର ନେତା ମାନ୍ୟତାକୁ ବାତିଲ କରି ଦେଇଛି। ଏନେଇ ବିଧାନ ପରିଷଦ ମୁଖ୍ୟ ସଚିବ ରାଜେଶ ସିଂହ ଲାଲ ବିହାରୀ ଯାଦବଙ୍କୁ ବିରୋଧି ଦଳର ନେତା ଭାବେ ସ୍ୱୀକୃତି ବାତିଲ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ବର୍ତ୍ତମାନ ଲାଲ ବିହାରୀ ଯାଦବ କେବଳ ବିଧାନ ପରିଷଦରେ ଦଳର ନେତା ହୋଇ ରହିବେ।

ଗତ ମେ ୨୭ ତାରିଖରେ ସମାଜବାଦୀ ପାର୍ଟି ବିଧାନ ପରିଷଦ ସଦସ୍ୟ ସଞ୍ଜୟ ଲାଥରଙ୍କ ଦଳର ସଦସ୍ୟତା ସମାପ୍ତ ହେବା ପରେ ଲାଲ ବିହାରୀ ଯାଦବ ବିରୋଧି ଦଳ ନେତା ହୋଇଥିଲେ। ତାଙ୍କ ପୂର୍ବରୁ ଲାଥର ଏହି ପଦବୀରେ ଥିଲେ। ହେଲେ ଗତ ବୁଧବାର ୧୨ ଜଣ ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କାର୍ଯ୍ୟକାଳ ଶେଷ ହେବା ଏବଂ ନୂତନ ନିର୍ବାଚିତ ସଦସ୍ୟଙ୍କ ଆଗମନ ପରେ ବର୍ତ୍ତମାନ ବିଧାନ ପରିଷଦରେ ସମାଜବାଦୀ ପାର୍ଟି ସଦସ୍ୟଙ୍କ ସଂଖ୍ୟା ୯ ହ୍ରାସ ହୋଇଯାଇଛି।

ମୋଟ ୧୦୦ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ବିରୋଧି ଦଳ ମାନ୍ୟତା ପାଇଁ କୌଣସି ଦଳ ପାଖରେ ମୋଟ ସଦସ୍ୟ ସଂଖ୍ୟାର ୧୦ ପ୍ରତିଶତ ରହିବା ଆବଶ୍ୟକ। ପୂର୍ବରୁ ସମାଜବାଦୀ ପାର୍ଟି ପାଖରେ ୧୦ ଜଣରୁ   ଏସପିଙ୍କର ଏହି ସଂଖ୍ୟା ଥିଲା। ହେଲେ ବର୍ତ୍ତମାନ ଦଳର ସଦସ୍ୟ ୧୦ ପ୍ରତିଶତ ଅର୍ଥାତ ୧୦ ଜଣରୁ କମ କେବଳ ୯ ଜଣ ହୋଇଯାଇଛି। ବିଧାନ ପରିଷଦରେ ବିରୋଧି ଦଳ ନେତା ଭାବରେ ଲାଲ ବିହାରୀ ଯାଦବଙ୍କ କାର୍ଯ୍ୟକାଳ ସବୁଠାରୁ କମ୍ ଥିଲା। ସେ କେବଳ ୪୧ ଦିନ ପାଇଁ ବିଧାନ ପରିଷଦରେ ବିରୋଧି ଦଳ ନେତା ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ଉତ୍ତର ପ୍ରଦେଶ ବିଧାନସଭାରେ ସମାଜବାଦୀ ପାର୍ଟିର ୧୧୧ ଜଣ ବିଧାୟକ ଅଛନ୍ତି। 

ବିଧାନ ପରିଷଦରେ ବିରୋଧି ଦଳ ନେତା ହରାଇବା ପରେ ସମାଜବାଦୀ ପାର୍ଟି ନେତା ସଞ୍ଜୟ ଲାଥର କହିଛନ୍ତି ଯେ ଗୃହରେ ବିରୋଧି ଆସନରେ ବସିଥିବା ସବୁ ଠାରୁ ବଡ଼ ଦଳର ନେତାଙ୍କୁ ବିରୋଧି ଦଳ ନେତା ପଦ ମିଳିଥାଏ। ଏହି କ୍ରମରେ ସମାଜବାଦୀ ପାର୍ଟି ସବୁଠାରୁ ବଡ ଦଳ ହୋଇଥିବାରୁ ଗୃହରେ ବିରୋଧି ଦଳ ନେତା ପଦ ମିଳିବା ଆବଶ୍ୟକ। ଦଳ ଏହି ପ୍ରସଙ୍ଗରେ କୋର୍ଟ ଯିବ। ଗୃହରେ ବିରୋଧି ଦଳର ନେତା ଭାବରେ ନିଯୁକ୍ତ ହେବା ପାଇଁ ସର୍ବନିମ୍ନ ସିଟ୍ ଆବଶ୍ୟକ ନାହିଁ। ବୁଧବାର ୧୨ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଗୁରୁବାର ଦିନ ଶେଷ ହୋଇଛି। ଏହା ସହିତ ବିରୋଧୀ ଦଳର ନେତା ପଦ ମଧ୍ୟ ରଦ୍ଦ କରାଯାଇଛି।

ଗତ ବୁଝବାର ଜଗଜୀବନ ପ୍ରସାଦ, ବଳରାମ ଯାଦବ, ଡକ୍ଟର କମଲେଶ କୁମାର ପଠକ, ରଣବିଜୟ ସିଂହ, ରାମ ସୁନ୍ଦର ଦାଶ ନିଷାଦ, ଶତରୁଦ୍ର ପ୍ରକାଶ, ଅତର ସିଂ ରାଓ, ଦୀନେଶ ଚନ୍ଦ୍ରା, ସୁରେଶ କୁମାର କଶ୍ୟପ, ଦୀପକ ସିଂହଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ମନ୍ତ୍ରୀ ଚୌଧୁରୀ ଭୁପେନ୍ଦ୍ର ସିଂହ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ହେଲେ ଉଭୟେ ନିକଟରେ ଅନୁଷ୍ଠିତ ବିଧାନ ପରିଷଦ ନିର୍ବାଚନରେ ପୁନର୍ବାର ନିର୍ବାଚିଚତ ହୋଇଛନ୍ତି। ବିଧାନ ପରିଷଦରେ ୬ ସମାଜବାଦୀ ପାର୍ଟି, ଜଣେ ବିଏସପି ଏବଂ ଜଣେ କଂଗ୍ରେସ ସଦସ୍ୟଙ୍କ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। 

ମୋଟ ୧୦୦ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ଶାସକ ବିଜେପି ପାଖରେ ୭୨ ଜଣ ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ରାଜ୍ୟର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ପାଖରେ ୯ ଜଣ ସଦସ୍ୟ ଅଛନ୍ତି। ଗୃହରେ ସଂଖ୍ୟାଗରିଷ୍ଠତା ଲାଗି କୌଣସି ଦଳକୁ ୫୧ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।

Also Read: UP Politics: ଉପନିର୍ବାଚନରେ ପରାଜୟ ପରେ ଦଳୀୟ ସଙ୍ଗଠନ ଭାଙ୍ଗିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ