President Election 2022: ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଲେ କଂଗ୍ରେସ-ଏମସିପି ବିଧାୟକ
Advertisement
Article Detail0/zeeodisha/odisha1263054

President Election 2022: ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଲେ କଂଗ୍ରେସ-ଏମସିପି ବିଧାୟକ

President Election 2022: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି କଂଗ୍ରେସ-ଏନସିପି ବିଧାୟକ।

President Election 2022: ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଲେ କଂଗ୍ରେସ-ଏମସିପି ବିଧାୟକ

President Election 2022: ଜୁଲାଇ ୧୮ ତାରିଖ ସୋମବାର ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ମତଦାନ। ଏହି ନିର୍ବାଚନରେ ଯୋଗ୍ୟ ମଦଦାତା ଯଥା ନିର୍ବାଚିତ ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କ ସହ ବିଧାୟକ ମତଦାନ କରୁଛନ୍ତି। ମତଦାନ ମଧ୍ୟରେ ଓଡିଶା ଏବଂ ଗୁଜୁରାଟ ଆଦି ରାଜ୍ୟ ଦ୍ୱୟରେ କ୍ରଂସି ଭୋଟିଂ ହୋଇଥିବାର ଖବର ମିଳିଛି। ଏହି ରାଜ୍ୟରେ କଂଗ୍ରେସ-ଏନସିପି ବିଧାୟକ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ଦେଇଛନ୍ତି। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

ଗୁଜୁରାଟର (Gujarat) କୁଟିୟାନା ବିଧାନସଭା ଆସନର (Kutiyana Assembly Constituency) ଏନସିପି ବିଧାୟକ କାନ୍ଦାଲ.ଏସ ଜାଡେଜା (NCP MLA Kandhal S Jadeja) କହିଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଥିଲେ ଏନସିପି ସୁପ୍ରିମୋ ଶରଦ ପାୱାର। ମାତ୍ର ତାଙ୍କ ଦଳର ବିଧାୟକ ଏନଡିଏ ପ୍ରାର୍ଥrଙ୍କୁ ଭୋଟ୍ ଦେଇଛନ୍ତି। 

ସେହିପରି ଓଡିଶାର (Odisha) କଟକ ବାରବାଟି ବିଧାନସଭା ଆସନର (Barabati Cuttack Assembly Constituency) କଂଗ୍ରେସ ବିଧାୟକ ମହମ୍ମଦ ମୋକ୍କିମ (Congress MLA Mohammed Moquim) ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ମତଦାନ କରିଛନ୍ତି। ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମହମ୍ମଦ ମୋକିମ କହିଛନ୍ତି ଯେ ମୁଁ ଜଣେ କଂଗ୍ରେସ ବିଧାୟକ ହେଲେ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛି। ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। କାରଣ ମୁଁ ମୋର ହୃଦୟ କଥା ଶୁଣିଛି। ଯିଏ ମୋତେ ମୋ ରାଜ୍ୟ ପାଇଁ କିଛି କରିବାକୁ ପ୍ରେରଣା ଦେଲା। ସେଥିପାଇଁ ମୁଁ ତାଙ୍କୁ ଭୋଟ୍ ଦେଲି। 

ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଭୋଟ୍ ଦେବାର ଗୋଟିଏ ଦିନ ପୂର୍ବରୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା କହିଥିଲେ ଯେ ଆପଣ ଆପଣଙ୍କ ବିବେକ କଥା ଶୁଣି ମୋତେ  ଭୋଟ୍ ଦିଅନ୍ତୁ। ଏନଡିଏ ସାଂସଦଙ୍କ ବୈଠକରେ ଦ୍ରୌପଦୀ ମୁର୍ମୁ ଦାବି କରିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟ ତାଙ୍କ ପ୍ରାର୍ଥୀତ୍ୱରେ ଖୁସି ଅଛି ଏବଂ ସମ୍ବିଧାନର ଆଭିମୁଖ୍ୟ ମଧ୍ୟରେ ଯାହା କରିବାକୁ ହେବ ତାହା ମୁଁ କରିବି।

Also Read: Presidential Election 2022: 'ନିଜ ଅନ୍ତରାତ୍ମା କଥା ଶୁଣି ମୋତେ ଭୋଟ ଦିଅନ୍ତୁ'