ରାଜ୍ୟପାଳଙ୍କ ପୁଅଙ୍କ ଆକ୍ରମଣର ଶିକାର ଏଏସଓଙ୍କୁ ଏବେବି ନ୍ୟାୟ ପ୍ରଦାନ କରି ନାହାନ୍ତି ବିଜେପି ସରକାର ବୋଲି ବିଜେଡି ପ୍ରଶ୍ନ ଉଠାଇଛି
Trending Photos
ଭୁବନେଶ୍ୱର: ଗତ କିଛି ଦିନ ଭିତରେ, ଓଡ଼ିଶାର ରାଜଭବନ ଭିତରେ ଦେଖିବାକୁ ମିଳିଥିବା କିଛି ରାଜନୈତିକ ଗତିବିଧିକୁ ନେଇ ଆଜି ବିଜୁ ଜନତା ଜନତା ଦଳ ପକ୍ଷରୁ ଏହା ଉପରେ ପ୍ରଶ୍ନ ଉଠାଇବା ସଙ୍ଗେ ସଙ୍ଗେ, ଝାଡଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶା ରାଜ ଭଵନ ଏକ ୱାର ରୁମ ବା ରାଜନୈତିକ ପେଣ୍ଠସ୍ଥଳୀ ପାଲଟିଛି ବୋଲି ଅଭିଯୋଗ କରାଯାଇଛି। ଏହି ରାଜନୈତିକ କାର୍ଯ୍ୟକ୍ରମ ଯୋଗୁ ଓଡ଼ିଶା ରାଜ ଭବନର ଗାରିମା କ୍ଷୁଣ୍ଣ ହେଉଛି ବୋଲି କୁହାଯାଇଛି ।
ଆଜି ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଓ ଶ୍ରୀ ସସ୍ମିତ ପାତ୍ର କହିଥିଲେ, ରାଜ ଭବନ ହେଉଛି ଏକ ଗାରିମାମୟ ସ୍ଥାନ ଓ ରାଜନୀତିରୁ ଊର୍ଦ୍ଧ୍ୱରେ, କିନ୍ତୁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ବଶର୍ମା ଓ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିଆ ନାଇଡ଼ୁଙ୍କ ରାଜ ଭବନକୁ ଆଗମନ ନିଶ୍ଚିତ ଭାବେ ପ୍ରଶ୍ନ ସୃଷ୍ଟି କରିଛି। ଶ୍ରୀମତୀ ଦେଓ କହିଥିଲେ, ହିମନ୍ତ ବିଶ୍ବଶର୍ମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଥିଲେ, ସେ ବ୍ୟକ୍ତିଗତ କାରଣରୁ ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟିବାକୁ ଆସିଛନ୍ତି। କିନ୍ତୁ, ତାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେତେବେଳେ ଝାଡଖଣ୍ଡ ଯାଇ ସେଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇଥିଲେ, ସେତେବେଳେ ହେବେ ବିଶ୍ବଶର୍ମା ଓ ଭେଙ୍କିଆ ନାଇଡ଼ୁଙ୍କ ଗସ୍ତ ରାଜନୈତିକ କାରଣରୁ ଥିଲା ବୋଲି ସ୍ପଷ୍ଟ ହୋଇଥିଲା । ଓଡ଼ିଶାର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଝାଡଖ ଖଣ୍ଡ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେ ବୋଲି ଗଣମାଧ୍ଯମରେ ଚର୍ଚ୍ଚା ହେଉଛି । ସେ ନିର୍ବାଚନ ଲଢିବେ ବିବେ କି ନାହିଁ, ସେଥ୍ରେ ବିଜେଡି ବିଜେଡିର କିଛି ଯାଏ ଆସେ ନାହିଁ, କିନ୍ତୁ ଓଡ଼ିଶାର ରାଜ ଭବନନକୁ ରାଜନୀତିର ଆଡ୍ଡାସ୍ଥଳୀରେ ପରିଣତ ନକରାଯାଉ ଓ ଏହାର ଗାରିମା ନଷ୍ଟ ନହେଉ ବୋଲି ଶ୍ରୀମ ଶ୍ରୀମତୀ ଦେଓ କହିଥିଲେ। ସେ ଆହୁରି କହିଥିଲେ, ରାଜ୍ୟପାଳଙ୍କ ପୁଅଙ୍କ ଦ୍ବାରା ଜଣେ ଏସଓଙ୍କ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ ଘଟଣାରେ ଏ ପର୍ଯ୍ୟନ୍ତ ନ୍ୟାୟ ନମିଳିବା ଅତ୍ୟନ୍ତ ଦୂର୍ଭାଗ୍ଯଜନକ ବିଷୟ ପନ୍ଦର ଦିନରେ ଏହି କେସରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ କୁହାଯାଇଥିଲା, ଯାହା ତିନିମାସରୁ ଊର୍ଦ୍ଧ ସମୟ ବିତିଯିବା ପରେ ମଧ୍ଯ ରିପୋର୍ଟ ଆସି ପାରିନାହିଁ ।
ଦଳର ଜାତୀୟ ମୁଖପାତ୍ର ଓ ରାଜ୍ୟସଭା ସାଂସଦ ଶ୍ରୀ ସସ୍ମିତ ପାତ୍ର ସିଧା ସଳଖ ପ୍ରଶ୍ନ କରିଥିଲେ, ଝାଡଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶାର ରାଜଭବନ ବିଜେପିର ୱାର ରୁମ ବା ରାଜନୈତିକ ପେଣ୍ଠସ୍ଥଳୀ ପାଲଟିଛି କି? ଏହି ରାଜନୈତିକ ଗତିବିଧିର ମୁଖ୍ୟ ପୁରୋଧା ନିଜେ ରାଜ୍ୟପାଳ ମହୋଦୟ ଅଛନ୍ତି, ସେ ଏ ବିଷୟରେ ସ୍ପଷ୍ଟୀକରଣ ରଖିବା ଉଚିତା ଦ୍ଵିତୀୟ ପ୍ରଶ୍ନ ହେଉଛି, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି କି, ଯେଉଁଥ୍ପାଇଁ ସେ ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ନିଜର ରାଜନୈତିକ ସ୍ବାର୍ଥ ହାସଲ ଲାଗି, ରାଜଭବନ ଗାରିମାକୁ ଜଳାଞ୍ଜଳି ଦେବାକୁ ପଛାଉ ନାହାନ୍ତି । ବିଜେପିର ବରିଷ୍ଠ ନେତାମାନେ ସ୍ପଷ୍ଟ କରିବା ଦରକାର, ସେମାନେ ରାଜଭବନକୁ ବ୍ୟକ୍ତିଗତ କାରଣରୁ ନା ରାଜନୈତି ନୈତିକ କାର ରଣରୁ ରାଜ ଭବନକୁ ଗସ୍ତ କରୁଛନ୍ତି । ରାଜ୍ୟପାଳ ମହୋଦୟ ତାଙ୍କ ପୁଅ ପ୍ରୀତି ପ୍ରୀତି ଛାଡି କେବେ ଏଏସଓଙ୍କୁ ନ୍ୟାୟ ପ୍ରଦାନ କରିବେ। ତାଛଡା, ନ୍ୟାୟ ତା ବାଟରେ ଯିବ ବୋଲି କହୁଥିବା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ ମଧ୍ୟ ସ୍ପଷ୍ଟ କରିବା ଦରକାର ଯେ ତାଙ୍କ ସରକାର କେବେ ଏହି କେସରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ପାତ୍ର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ, ବି ବିଜେଡି ମୁଖ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ ।
Also Read- NMEO-Oilseeds: ୭ ବର୍ଷ ମଧ୍ୟରେ ତୈଳବୀଜ ଉତ୍ପାଦନରେ ଭାରତ ହେବ ଆତ୍ମନିର୍ଭରଶୀଳ !
Also Read- Weather Updates: ୫୫ କିମି ବେଗରେ ବହିବ ପବନ, ଏହି ସ୍ଥାନକୁ ଯାଉଥିଲେ ସାବଧାନ !