Odisha Congress: 'ବିଜୁଳି ଭିତ୍ତିଭୂମି ବିକାଶ ନାମରେ ୧୫ ହଜାର କୋଟିର ବ୍ୟୟବରାଦ ହେଉଛି ଆଉ ଏକ ମହାଠକେଇ'
Advertisement
Article Detail0/zeeodisha/odisha2017185

Odisha Congress: 'ବିଜୁଳି ଭିତ୍ତିଭୂମି ବିକାଶ ନାମରେ ୧୫ ହଜାର କୋଟିର ବ୍ୟୟବରାଦ ହେଉଛି ଆଉ ଏକ ମହାଠକେଇ'

ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ସରକାରଙ୍କ ବିରୋଧରେ ଆଉ ଏକ ମହା ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ସଭାପତି କହିଛନ୍ତି ଯେ ବିଜୁଳ ବିଭାଗର ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ୧୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ମଞ୍ଜୁର କରିଛନ୍ତି। ରାଜ୍ୟର

Odisha Congress: 'ବିଜୁଳି ଭିତ୍ତିଭୂମି ବିକାଶ ନାମରେ ୧୫ ହଜାର କୋଟିର ବ୍ୟୟବରାଦ ହେଉଛି ଆଉ ଏକ ମହାଠକେଇ'

OPCC Press Meet Today: ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ସରକାରଙ୍କ ବିରୋଧରେ ଆଉ ଏକ ମହା ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ସଭାପତି କହିଛନ୍ତି ଯେ ବିଜୁଳ ବିଭାଗର ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ୧୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ମଞ୍ଜୁର କରିଛନ୍ତି। ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିର ବିକାଶ ପାଇଁ ପୂର୍ବରୁ ୨୦ ହଜାର କୋଟି ଟଙ୍କାର ମଞ୍ଜୁର କରିଥିଲେ। ହେଲେ କଂଗ୍ରେସ ପକ୍ଷରୁ ବାରମ୍ବାର ଦାବି କରାଯିବା ସତ୍ତ୍ୱେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚର ହିସାବ ଦେଲେ ନାହିଁ। 

୨୦ ହଜାର କୋଟି ଟଙ୍କାର ହିସାବ ଦେଇ ପାରୁନଥିବା ସରକାର ପୁର୍ନବାର ୧୫ ହଜାର କୋଟି ଟଙ୍କା ବିଦ୍ୟୁତ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦ କରିବା କେତେଦୂର ଗ୍ରହଣୀୟ। ଏଥିରେ କେତେ କୋଟି ଟଙ୍କାର ଦୁର୍ନୀତି ହୋଇଛି ଏବଂ କେଉଁମାନେ ଏହି ଦୁର୍ନୀତିରେ ଅନ୍ତର୍ଭୁକ୍ତ ତାହା ସ୍ପଷ୍ଟ ଭାବରେ ଜଣାପଡୁଛି। ଖର୍ଚ୍ଚର ହିସାବ ଦେବା ପାଇଁ ସରକାର ଅକ୍ଷମ ଏବଂ ଯେତେବେଳେ ବିଜୁଳି ଉପଭୋକ୍ତା ଭିତ୍ତିଭୂମି ଅଭାବଜନିତ କାରଣରୁ ବର୍ଦ୍ଧିତ ବିଜୁଳି ଦେୟର ଶୀକାର ହେଉଛି ସେତେବେଳେ ପୁନର୍ବାର ୧୫ ହଜାର କୋଟି ଟଙ୍କା ବ୍ୟୟବରାଦ କେବଳ ଆତ୍ମସାତ ପାଇଁ ଉଦ୍ଦିଷ୍ଟ। ସରକାର ଯେ ଦୁର୍ନୀତିରେ ଉବୁଟୁବୁ କହିବା ନିଷ୍ପ୍ରୟୋଜନ। ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇ ପିସିସି କହିଥିଲେ ଯେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବରୁ ମଞ୍ଜୁର ହୋଇଥିବା ୨୦ ହଜାର କୋଟି ଟଙ୍କାର ହିସାବ ଦିଅନ୍ତୁ। ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। 

ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଜୁଳି ଉପଭୋକ୍ତାଙ୍କ ସମସ୍ୟାକୁ ସମାଧାନ ପାଇଁ ଦୃଷ୍ଟି ନାହିଁ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ତଥ୍ୟ ଦେଇ ସେ କହିଥିଲେ ଯେ ୨୦୧୭-୧୮ ବର୍ଷରୁ ୨୦୨୦-୨୧ ମଧ୍ୟରେ ବିଦ୍ୟୁତ ସରବରାହ ସହ ରକ୍ଷଣାବେକ୍ଷଣ ଜନିତ କ୍ଷତି ରାଜ୍ୟରେ ୨୨ ପ୍ରତିଶତ ରହିଛି। ଯେଉଁଠି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ୨୮ ପ୍ରତିଶତ ଏବଂ ରାଜସ୍ଥାନରେ ୧୩ ପ୍ରତିଶତ ବିଜୁଳି ଦେୟ ବଢିବା ସହ ଖାଉଟିଙ୍କ ଦୁର୍ଦ୍ଦଶା ବଢୁଛି। 

ରାଜ୍ୟର ଅଲ୍ଟ୍ରା ମେଗା ପାୱାର ପ୍ରୋଜେକ୍ଟ ପ୍ରତିଷ୍ଠା ହେବ। ଯେଉଁଥିରୁ ୩୨୦୦ ମେଗାୱାଟ ଶକ୍ତି ଉତ୍ପାଦିତ ହେବ। କେନ୍ଦ୍ର ନିର୍ଦ୍ଧାରିତ ନିୟମ ଅନୁସାରେ ଏହାର ୫୦ ଭାଗ ଅର୍ଥାତ ୧୬୦୦ ମେଗାୱାଟ ବିଜୁଳି ରାଜ୍ୟକୁ ମିଳିବା କଥା। ହେଲେ ଦୁଭାର୍ଗ୍ୟର କଥା ରାଜ୍ୟ ସରକାର ୧୬୦୦ ମେଗାୱାଟ ପରିବର୍ତ୍ତେ ୮୦୦ ମେଗାୱାଟ ବିଜୁଳି ଏହି ବୃହତ ପ୍ରକଳ୍ପରୁ ନେବାପାଇଁ ଏକ ୨୫ ବର୍ଷୀୟା ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଯଦି ଉତ୍ପାଦିତ ବିଜୁଳି କ୍ଷମତାର ୫୦ ଭାଗ ଅର୍ଥାତ ୧୬୦୦ ମେଗାୱାଟ ବିଜୁଳି ନେବାପାଇଁ ରାଜ୍ୟ ରାଜି ହୋଇଥାନ୍ତା ତାହାହେଲେ ବିଜୁଳି ଦର ୟୁନିଟ ପିଛା ୧ ଟଙ୍କା ପଡ଼ିଥାନ୍ତା। ହେଲେ ସରକାର ଏହା ନକରି ତାମିଲନାଡୁର ନଇଭାଲି କର୍ପୋରେସନ କୁ ଉପକୃତ କରିବା ଅଭିସନ୍ଧି ରଖିଛନ୍ତି। ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ସିଏଜି ଦ୍ୱାରା ଆକାଉଂଟିକ ଅଡିଟ ଏବଂ ବିଜୁଳି ଅଡିଟ କରିବା ପାଇଁ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଗଶେଣ୍ୱର ବେହେରା ଉପସ୍ଥିତି ଥିଲେ।