MDMରେ ନିମ୍ନମାନର ଖାଦ୍ୟ ଅଭିଯୋଗ, କ୍ୟାଟେରିଂ ମ୍ୟାନେଜରଙ୍କୁ ପିଟିଲେ ବିଧାୟକ
Advertisement
Article Detail0/zeeodisha/odisha1305136

MDMରେ ନିମ୍ନମାନର ଖାଦ୍ୟ ଅଭିଯୋଗ, କ୍ୟାଟେରିଂ ମ୍ୟାନେଜରଙ୍କୁ ପିଟିଲେ ବିଧାୟକ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନିକଟତର ତଥା ହିଙ୍ଗଲିର ଶିବସେନା ବିଧାୟକ ସନ୍ତୋଷ ବାଙ୍ଗାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଘରୋଇ କ୍ୟାଟେରିଂ କମ୍ପାନୀର ମ୍ୟାନେଜରଙ୍କୁ ବିଧାୟକ ସନ୍ତୋଷ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଚାପୁଡା ମାରିଥିବା ଅଭିଯୋଗ ହୋଇଛି।

MDMରେ ନିମ୍ନମାନର ଖାଦ୍ୟ ଅଭିଯୋଗ, କ୍ୟାଟେରିଂ ମ୍ୟାନେଜରଙ୍କୁ ପିଟିଲେ ବିଧାୟକ

ମୁମ୍ବାଇ: ନୂଆ ସରକାର ଗଠନ ହେବାର ୨ ମାସ ନ ପୁରୁଣୁ ମହାରାଷ୍ଟ୍ରରେ ସିନ୍ଧେ ସମର୍ଥକ ଶିବସେନା ବିଧାୟକଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଲୋକଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଅଭିଯୋଗରେ ଜଣେ କ୍ୟାଟେରିଂ ମ୍ୟାନେଜରଙ୍କୁ ହିଙ୍ଗଲି ବିଧାୟକ ଚାପୁଡା ମାରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଶିବସେନା ବିଧାୟକ ସନ୍ତୋଷ ବାଙ୍ଗାରଙ୍କୁ ହଟାଇବାକୁ ଦାବି ହେଉଛି। 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନିକଟତର ତଥା ହିଙ୍ଗଲିର ଶିବସେନା ବିଧାୟକ ସନ୍ତୋଷ ବାଙ୍ଗାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଘରୋଇ କ୍ୟାଟେରିଂ କମ୍ପାନୀର ମ୍ୟାନେଜରଙ୍କୁ ବିଧାୟକ ସନ୍ତୋଷ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଚାପୁଡା ମାରିଥିବା ଅଭିଯୋଗ ହୋଇଛି। କ୍ୟାଟେରିଂ ପକ୍ଷରୁ ହିଙ୍ଗଲିର ଲୋକଙ୍କୁ ନିମ୍ନମାନର ମଧ୍ୟହ୍ନ ଭୋଜନ ଯୋଗାଇ ଦେଉଛି, ଯାହା ସ୍ୱାସ୍ଥ୍ୟ ପ୍ରତି ହିତକର ନୁହେଁ ବୋଲି ବିଧାୟକଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ଆସିଥିଲା। ଯାହାପରେ ସେ ସମ୍ପୃକ୍ତ କ୍ୟାଟେରିଂଙ୍କୁ ପରିଦର୍ଶନ କରିଥିଲେ।

Also Read: Bihar Cabinet Expansion: ଶପଥ ନେଲେ ବିହାର କ୍ୟାବିନେଟ ମନ୍ତ୍ରୀ

ଶିବସେନା ବିଧାୟକ ଦାବି କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମ୍ୟାନୁ ଅନୁସାରେ ସମ୍ପୃକ୍ତ କ୍ୟାଟେରିଂ କମ୍ପାନୀ ମଧ୍ୟାହ୍ନ ଖାଦ୍ୟ ପ୍ରସ୍ତୁତ କରୁନଥିଲା। ଏହା ବ୍ୟତୀତ ଶ୍ରମିକ ଓ ଲୋକଙ୍କୁ ଯେଉଁ ଖାଦ୍ୟ ଦିଆଯାଉଥିଲା ତାହା ଖାଇବା ଯୋଗ୍ୟ ନୁହେଁ। ଏହି ଅଭିଯୋଗର ତଦନ୍ତ କରିବାକୁ ଯାଇଥିବା ସମୟରେ କ୍ୟାଟେରିଂ ମ୍ୟାନେଜର ଓ ବିଧାୟକଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଯାହାପରେ ବିଧାୟକ ସନ୍ତୋଷ, ମ୍ୟାନେଜରଙ୍କୁ ଦୁଇ ଚାପୁଡା ମାରିବା ସହ ଅସଭ୍ୟ ଭାଷାରେ ଗାଳି କରିଥିଲେ।

 

ସେପଟେ ଶିବାସେନାର ମୁଖପାତ୍ର ପତ୍ରିକା ସାମନାରେ ବିଧାୟକ ସନ୍ତୋଷଙ୍କ ଦବଙ୍ଗଗିରି ପ୍ରସଙ୍ଗ ଉଠିଛି। ଦଳ ବିରୋଧି କାର୍ଯ୍ୟ ପାଇଁ ବିଧାୟକଙ୍କୁ ପଦରୁ ହଟାଇବା ପାଇଁ ଦାବି କରାଯାଇଛି। ଏନେଇ ସେନା ମୁଖ୍ୟ ଉଦ୍ଧବ ଠାକରେ ନିର୍ଦ୍ଦେଶ ମଧ୍ୟ ଦେଇଥିବା ସୂଚନା ମିଳିଛି। ତେବେ ବିଧାୟକ ସନ୍ତୋଷ ବାଙ୍ଗାର, ଉଦ୍ଧବ ନୁହଁ ସିନ୍ଧେ ଗୋଷ୍ଠୀର ସଦସ୍ୟ। ମହାରାଷ୍ଟ୍ର ଫ୍ଲୋର ଟେଷ୍ଟର କିଛି ଘଣ୍ଟା ପୂର୍ବେ ସେ ସିନ୍ଧେ ଗୋଷ୍ଠୀରେ ସାମିଲ ହୋଇଥିଲେ। ଆଉ ପରେ ଜୁଲାଇ ୪ ତାରିଖରେ ମହାରାଷ୍ଟ୍ରରେ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହୋଇଥିଲା।